ନିର୍ଦ୍ଧାରିତ ତିଥି ବ୍ୟତିରେକେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ନ କରିବାକୁ ଗଜପତି ଦିବ୍ୟସିଂହ ଦେବଙ୍କ ପରାମର୍ଶ

ପୁରୀ: ନିର୍ଦ୍ଧାରିତ ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ପାଇଁ ଗଜପତି ଦିବ୍ୟସିଂହ ଦେବ ଆହ୍ୱାନ କରିଛନ୍ତି। ପବିତ୍ର ସୁନିଆଁ ଅବସରରେ ଏକ ବାର୍ତ୍ତା ଜରିଆରେ ଏହି ଆହ୍ୱାନ କରିଛନ୍ତି ଗଜପତି ମହାରାଜା। ସେ ଏହି ବାର୍ତ୍ତାରେ ‌କହିଛନ୍ତି କି ପବିତ୍ର ଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ଓ ପ୍ରତିବର୍ଷ ଆଷାଢ ଶୁକ୍ଳ ପକ୍ଷ ତିଥିରେ ରଥଯାତ୍ରା ଅନୁଷ୍ଠିତ ହୁଏ । ରଥଯାତ୍ରା ପରେ ରତ୍ନସିଂହାସନରେ ବିରାଜମାନ ହୁଅନ୍ତି ଶ୍ରୀବିଗ୍ରହ । ପରମ୍ପରା ଅନୁସାରେ ଆଷାଢ ଶୁକ୍ଳ ତ୍ରୟୋଦଶୀ / ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହ ରତ୍ନସିଂହାସନରେ ବିରାଜମାନ ହୁଅନ୍ତି। ତେଣୁ ପରମ୍ପରା ଉଲ୍ଲଂଘନ କରି ମହାପ୍ରଭୁଙ୍କ ଯାତ୍ରା ଅନ୍ୟ ତିଥିରେ ଅନୁଷ୍ଠାନ କରିବା ସ୍ପୃହଣୀୟ ନୁହେଁ। ଅତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ବିରୋଧ ଓ ସମାେଲାଚନାର ଶିକାର ହେବା ପରେ ଲୁଧିଆନାରେ ନଭେମ୍ବର ୧୭ରେ ହେବାକୁ ଯାଉଥିବା ରଥଯାତ୍ରାକୁ ସ୍ଥାନୀୟ ଇସ୍କନ କର୍ତୃପକ୍ଷ ସ୍ଥଗିତ ରଖିଛନ୍ତି । ଲୁଧିଆନାର ଇସ୍କନ୍‌ ମନ୍ଦିର କୋଟି କୋଟି ଓଡ଼ିଆଙ୍କ ଆବେଗ ଓ ବିଶ୍ୱାସ ଆଗରେ ନଇଁଛି। ନଭେମ୍ବର ପରିବର୍ତ୍ତେ ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ରଥଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ୱର ଇସ୍କନ୍‌ ପକ୍ଷରୁ ଲୁଧିଆନା ଇସ୍କନ୍‌ର ସଭାପତି ନରୋତ୍ତମ ଆନନ୍ଦ ଦାସଙ୍କ ସହ ଆଲୋଚନା ପରେ ଏହି ନିଷ୍କର୍ସ ବାହାରିଛି। ଇସ୍କନ୍‌ ଭୁବନେଶ୍ୱରର ଆଞ୍ଚଳିକ ସମ୍ପାଦକ ବନମାଳି ଦାସ ଗତକାଲି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଳେ । ହେଲେ ଲୁଧିଆନାରେ ‘ଶ୍ରୀଜଗନ୍ନାଥ ରଥଯାତ୍ରା ମହୋତ୍ସବ କମିଟି’ ପକ୍ଷରୁ ଚଳିତ ସେପ୍ଟେମ୍ବର ୨୯ ତାରିଖରେ ଆଉ ଏକ ରଥଯାତ୍ରା ହେଉଛି। ଏହାକୁ କିନ୍ତୁ ସଂପୃକ୍ତ କର୍ତୃପକ୍ଷ ବନ୍ଦ କରିନାହାନ୍ତି। କେବଳ ସେତିକି ନୁହେଁ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓ ବିଧାନସଭାରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଉଠାଇଥିବା ଦାବି ଅନୁସାରେ ଏଯାଏ ଇସ୍କନ ବ୍ୟୁେରା (ମୁମ୍ବାଇ କାର୍ଯ୍ୟାଳୟ) ଅତିଥିରେ ରଥଯାତ୍ରା ବନ୍ଦ ନେଇ ବିଜ୍ଞପ୍ତି ଜାରି କରିନାହିଁ। ବରଂ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି କହିଛନ୍ତି, ସେପ୍ଟେମ୍ବର ୨୯ ତାରିଖ ରଥଯାତ୍ରା ପାଇଁ ସଂପୃକ୍ତ କମିଟିର ସଭାପତି ସତୀଶ ଗୁପ୍ତା ରବିବାର ପୁରୀ ଆସି ନିମନ୍ତ୍ରଣ ପତ୍ର ଦେଇଛନ୍ତି। ଇସ୍କନ ଏହି ରଥଯାତ୍ରାକୁ ସମର୍ଥନ କରୁଥିଲା। ଏବେ ଯେତେବେଳେ ଇସ୍କନ ଓହରିଛି, ସଂପୃକ୍ତ ସଂସ୍ଥା ମଧ୍ୟ ତାର ନିଷ୍ପତ୍ତି ବଦଳାଇବା ଦରକାର। ଏ ନେଇ ସଂପୃକ୍ତ କର୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି।

Share Now:

Kalinga News Beuro

Leave a Reply

Next Post

ପେନଡ୍ରାଇଭ ଖୋଲିବ ଚିନ୍ମୟାନନ୍ଦଙ୍କ କଳା କାରନାମାର ରହସ୍ୟ !

Wed Sep 11 , 2019
ନୂଆଦିଲ୍ଲୀ: ପେନଡ୍ରାଇଭ ହିଁ କହିବ ସ୍ୱାମୀ ଚିନ୍ମୟାନନ୍ଦଙ୍କ କଳା କାରନାମାର ଗୁମର । ଯାହାକୁ ଖୋଜିବାକୁ ଏବେ ଲାଗିପଡିଛି ଏସଆଇଟି | ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗର ତଦନ୍ତ ପାଇଁ ଏସଆଇଟି ପୀଡିତାଙ୍କ ରୁମକୁ ପାଞ୍ଚ ଘଣ୍ଟା ଯାଏଁ ତଲାସୀ କରିଛି | ପୀଡିତାଙ୍କ ସାଙ୍ଗ ଏସଆଇଟିକୁ ପେନଡ୍ରାଇଭ ଦେଇଥିବାବେଳେ ଏଥିରେ ଏମିତି କିଛି ଭିଡିଓ ରହିଛି ଯାହାକି ସ୍ୱାମୀଙ୍କ ରହସ୍ୟ ଖୋଲିବ | ଏଠାରେ ସୂଚନା ଥାଉ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial