ଦୁଷ୍କର୍ମର ପରିଭାଷା ନେଇ ଗୁରୁତ୍ତ୍ଵପୂର୍ଣ୍ଣ ରାୟ ଦେଲେ ମେଘାଳୟ ହାଇକୋର୍ଟ : କଠୋର ହେଲା ହେଲା ଆଇନ

ଦୁଷ୍କର୍ମର ପରିଭାଷା

ନୂଆଦିଲ୍ଲୀ: ମେଘାଳୟ ହାଇକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି କହିଛନ୍ତି ଯେ ମହିଳାଙ୍କ ଅନ୍ତର୍ବସ୍ତ୍ର ସ୍ପର୍ଶ କରି ଯୌନଉତ୍ତେଜକ ଆଚରଣ କଲେ ତାହା ଦୁଷ୍କର୍ମ ରୂପେ ପରିଗଣିତ ହେବ । ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ଜଣେ ମହିଳା ଅନ୍ତର୍ବସ୍ତ୍ର ପରିଧାନ କରିଥିଲେ ବି ତାଙ୍କ ଯୌନାଙ୍ଗକୁ ସ୍ପର୍ଶ କରିବା କିମ୍ବା ‌ଯୌନ ସଂପର୍କ ରଖିବା ଲାଗି ଉଦ୍ୟମ କରିବା ମଧ୍ୟ ଦୁଷ୍କର୍ମ ଏବଂ ବଳାତ୍କାର ଭାବେ ଗ୍ରହଣ କରାଯିବ। ଏପରି ଅପରାଧ କରିଥିବା ଅଭିଯୁକ୍ତଙ୍କୁ ଦୁଷ୍କର୍ମକାରୀ ଭାବେ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୫(ଖ) ଅନୁଯାୟୀ ଏପରି ଘଟଣାକୁ ଦୁଷ୍କର୍ମ ବୋଲି ବିବେଚନା କରାଯିବ। ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜିବ ବାନାର୍ଜୀଙ୍କ ନେତୃତ୍ୱରେ ହାଇକୋର୍ଟର ଏକ ଖଣ୍ଡପୀଠ ୨୦୦୬ର ଏକ ମାମଲାରେ ଆସିଥିବା ଏକ ଆବେଦନର ଶୁଣାଣି କାଳରେ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଟ୍ରାଏଲ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ୨୫,୦୦୦ ଟଙ୍କା ଜରିମାନା କରାଯାଇଥିଲା। ଏହା ବିରୋଧରେ ସେ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଅଭିଯୁକ୍ତ ଦୁଷ୍କର୍ମ କରିବା ସମୟରେ ପୀଡ଼ିତା ଅନ୍ତବସ୍ତ୍ର ପିନ୍ଧିଥିଲେ ବୋଲି ଯୁକ୍ତି ବଢ଼ାଯିବା ଫଳରେ ଉପରୋକ୍ତ ରାୟ ଶୁଣାଇଥିଲେ ହାଇକୋର୍ଟ।

Share Now:

Kalinga News Beuro

Next Post

ଯାଁଳାରେ ଗୁଳି କରି ଲୁଟ୍‌: ଦୋକାନରୁ ୨୦ଲକ୍ଷ ଟଙ୍କାର ଗହଣା ନେଇଗଲେ

Thu Mar 17 , 2022
ଭୁବନେଶ୍ବର: ବୁଧବାର ରାଜଧାନୀ ଉପକଣ୍ଠ ଯାଁଳା ବଜାରରେ ଲୁଟେରାମାନଙ୍କ ବନ୍ଧୁକ ଗର୍ଜିଛି। ଦୁଇ ଜଣ ଲୁଟେରା ୩ ରାଉଣ୍ଡ ଫାୟାର୍‌ କରି ସାଗରିକା ଜୁଏଲର୍ସରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ଫେରାର୍ ହୋଇଯାଇଛନ୍ତି। ଗୁଳିକାଣ୍ଡରେ କେହି ମୃତାହତ ହୋଇନଥିଲେ ମଧ୍ୟ ୟୁପି, ବିହାର ଭଳି ଦିନ ଦି’ପହରରେ ଏହି ଘଟଣା ଘଟାଇ ଲୁଟେରାମାନେ କମିସନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ଘଟଣା ପରେ ତିନି ତିନିଟି […]
ଯାଁଳାରେ ଗୁଳି କରି ଲୁଟ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial