ସ୍ୱାମୀକୁ ଗଛରେ ବାନ୍ଧି ବନ୍ଧୁକ ମୁନରେ ବିଚ୍‌ ରାସ୍ତାରେ ସ୍ତ୍ରୀ ଓ ଝିଅକୁ ଗଣଦୁଷ୍କର୍ମ

ଗୟା(ବିହାର) : ବିହାରର ଗୟାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ସ୍ୱାମୀ, ସ୍ତ୍ରୀ ଏବଂ ଝିଅ ଘରକୁ ଫେରୁଥିବା ବେଳେ ୨୦ଜଣ ଦୁର୍ବୃତ୍ତ ତାଙ୍କୁ ଘେରିବା ସହ ମା’ ଏବଂ ଝିଅ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବନ୍ଧୁକ ଦେଖାଇ ସ୍ୱାମୀକୁ ଗଛରେ ବାନ୍ଧିବା ସହ ସ୍ୱାମୀ ଆଖି ଆଗରେ ହିଁ ତାଙ୍କ ସ୍ତ୍ରୀ ଏବଂ ଝିଅ ସହ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଏହି ଘଟଣାଟି ବୁଧବାର ରାତି ୮ଟାରେ ଘଟିଥିବା ଜଣାପଡ଼ିଛି । ଅଭିଯୋଗ ପାଇବା ପରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଗୟାର ଗୁରୁ ବଜାରରେ ପୀଡ଼ିତ ଡ଼ାକ୍ତରଙ୍କ କ୍ଲିନକ୍‌ ରହିଛି । ବୁଧବାର କାମ ସାରି ରାତି ୮ଟା ସମୟରେ ନିଜ ସ୍ତ୍ରୀ ଏବଂ ୧୨ବର୍ଷ ଝିଅ ସହ ଘରକୁ ଫେରୁଥିବା ବେଳେ ୨୦ଜଣ ଯୁବକ ଆସି ତାଙ୍କୁ ଘେରି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଡ଼ାକ୍ତରଙ୍କ ସ୍ତ୍ରୀ ସହ ଅସଦାଚରଣ କରିବାରୁ ପୀଡ଼ିତ ଡ଼ାକ୍ତର ତାହାକୁ ବିରୋଧ କରିଥିଲେ । କିନ୍ତୁ ସେମାନେ ୨୦ଜଣ ଥିବାରୁ ଡ଼ାକ୍ତରଙ୍କୁ ଏକ ଗଛରେ ବାନ୍ଧି ମାଡ଼ ମାରିବା ସହ ତାଙ୍କ ସାମ୍ନାରେ ତାଙ୍କ ସ୍ତ୍ରୀ ଏବଂ ୧୨ବର୍ଷିୟ ଝିଅ ସହ ଗଣଦୁଷ୍କର୍ମ କରିଥିଲେ । ଏ ନେଇ ଅଭିଯୋଗ ହେବା ପରେ ଏହି ଗ୍ୟାଙ୍ଗ ପୂର୍ବରୁ କିଛି ଛାତ୍ରଙ୍କ ଠାରୁ ମୋବାଇଲ ଫୋନ ଏବଂ କିଛି ଟଙ୍କା ଚୋରି କରିଥିବାର ଜଣା ପଡ଼ିଥିଲା । ପୁଲିସ ଅଭିଯୋଗ ପାଇବା ମାତ୍ରେ ଗାଁ ଲୋକଙ୍କ ସହାୟତାରେ ସମସ୍ତ ଅଭିଯୁକ୍ତଙ୍କ ଗିରଫ କରିନେଇଥିବା ଜଣା ପଡ଼ିଛି ।

Share Now:

Kalinga News Beuro

Leave a Reply

Next Post

ମଦ ପିଇ ବାପାକୁ ଗୁଳି ମାରିଦେଲା ପୁଅ

Fri Jun 15 , 2018
ଦେବଗଡ଼: ଗତକାଲି ଥିଲା ପହିଲି ରଜ। ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତଗ;ତ ଶ୍ରୁଙ୍ଗିପାଳ ଗାଁର ବାପପୁଅ ସାଗ ହୋି ମଦ୍ୟପାଳନ କଲେ। ମଦ ପିଇ ସାରିବା ପରେ କୌଣସି କଥାକୁ ନେି ଆରମ୍ଭ ହେଲା ବାପପୁଅଙ୍କ ଭିତର ଯୁକ୍ତ୍‍ି ତର୍କ। ଆଉ ଏହି ଯୁକ୍ତିତର୍କ ବଢ଼ିବଢ଼ି ଉଗ୍ର ରୁପ ଧାରଣ କଲା। ଶେଷର ପୁଅ କେଆଧରେ ଅନ୍ଧ ହୋଇ ଘରେ ରଖିଥିବା ଏକ ଦେଶୀ ପିସ୍ତଳରେ ବାପାଳ ଉପରକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial