ଯାତ୍ରୀଙ୍କ ରାଗ ଶାନ୍ତ କରିବାକୁ ରେଳବାଇର ନୂଆ ଉପାୟ: ଟ୍ରେନ୍‌ ବିଳମ୍ବ ହେଲେ ଭିଡିଓ ବାର୍ତ୍ତା ମାଧ୍ୟମରେ ବୁଝାଇବ

ନୂଆଦିଲ୍ଲୀ: ଆମ ଦେଶରେ ଟ୍ରେନ୍‌ ବିଳମ୍ବରେ ଷ୍ଟେସନ୍‌ରେ ପହଞ୍ଚିବା ଅବା ବିଳମ୍ବରେ ଷ୍ଟେସନ୍‌ରୁ ଛାଡ଼ିବା କିଛି ନୂଆ କଥା ନୁହେଁ। ବର୍ଷ ବର୍ଷ ଧରି ଭାରତୀୟ ରେଳ ଏଥିପାଇଁ ସମାଲୋଚିତ ହୋଇ ଆସୁଛି। ଏମିତି ବିଳମ୍ବ ଯୋଗୁ ଯାତ୍ରୀମାନେ ରାଗନ୍ତି ଓ ମନେ ମନେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଗାଳି କରନ୍ତି। ଯାତ୍ରୀଙ୍କ ରାଗ ଶାନ୍ତ କରିବା ପାଇଁ ରେଳବାଇ ଏକ ନୂଆ ଉପାୟ ଚିନ୍ତା କରିଛି। ରେଳବାଇ ଭାବୁଛି ଏହି ଉପାୟ ଯାତ୍ରୀଙ୍କୁ ଶାନ୍ତ ରଖିବାରେ ସାହାଯ୍ୟ କରିବ।

ଷ୍ଟେସନ୍‌ରେ ନିଜ ନିଜ ଟ୍ରେନ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଏକ ଭିଡିଓ ସନ୍ଦେଶ ମାଧ୍ୟମରେ ଭାରତୀୟ ରେଳବାଇ ଟ୍ରେନ୍ ବିଳମ୍ବ ହେବାର କାରଣ ବିଷୟରେ ବୁଝାଇବ। ଏହା ଯାତ୍ରୀଙ୍କ ରାଗକୁ ଥଣ୍ଡା କରି ପାରିବ ବୋଲି ରେଳବାଇ କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

ଏହି ଭିଡିଓଟି ୧ମିନିଟ୍‌ର ହେବ। ଏଥିରେ କୁହାଯିବ,“ଦୟାକରି ଧୈର୍ଯ୍ୟ ଧରନ୍ତୁ। ଆପଣଙ୍କ ଧୈର୍ଯ୍ୟ ଆପଣଙ୍କ ଭବିଷ୍ୟତକୁ ସୁନ୍ଦର କରିବ।” ଏହା ସହିତ ରେଳ ଧାରଣାର ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଏହି ଭିଡିଓରେ କୁହାଯିବ। ରେଳ ଧାରଣାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ କଠିନ ପରିଶ୍ରମ କରୁଥିବା ଶ୍ରମିକମାନଙ୍କ ଛବି ସହିତ ଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରୁଥିବା ଲୋକଙ୍କ ଛବି ମଧ୍ୟ ଏହି ଭିଡିଓରେ ରହିବ। ଭିଡିଓରେ ଟ୍ରେନ୍ ବିଳମ୍ବ ସଂପର୍କିତ କାରଣ ବିଷୟରେ ବର୍ଣ୍ଣନା କଲା ବେଳେ ଯାତ୍ରୀଙ୍କୁ କ୍ଷମା ମଗାଯିବ ଓ ଭବିଷ୍ୟତରେ ଉତ୍ତମ ଯାତ୍ରାର ଅନୁଭବ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯିବ।

Share Now:

Kalinga News Beuro

Leave a Reply

Next Post

ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ : ରାଗିଲେ ମା ଲକ୍ଷ୍ମୀ, ନନ୍ଦିଘୋଷ ରଥ ଭାଙ୍ଗିଲେ, ଆଜି ତିନି ରଥର ଦକ୍ଷିଣମୋଡ଼

Thu Jul 19 , 2018
ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ହେରାପଞ୍ଚମୀ ନୀତି ସଂପନ୍ନ ହୋଇଛି। ପରମ୍ପରା ମୁତାବକ ମା ଲକ୍ଷ୍ମୀ କ୍ରୋଧାନ୍ଵିତ ହୋଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି। ଅନ୍ୟପଟେ ଆସନ୍ତାକାଲି ତିନି ରଥ ବାହୁଡ଼ା ଯାତ୍ରା ପାଇଁ ଦକ୍ଷିଣମୋଡ଼ ନେବେ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ପାଇଁ ନୀତି ନିର୍ଘଣ୍ଟ ହୋଇଛି।ପରମ୍ପରା ଆଧାରରେ ଆଜି ହେରାପଞ୍ଚମୀ ଉପଲକ୍ଷେ ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରଠାରେ […]

ଆହୁରି ପଢ଼ନ୍ତୁ