କଶ୍ମୀରକୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଲାଗି ପାକିସ୍ତାନର ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା

କଶ୍ମୀରକୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ

ଶ୍ରୀନଗର : ଭାରତୀୟ ସୀମା ମଧ୍ୟକୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଲାଗି ପାକିସ୍ତାନୀ ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି ସଜାଗ ଭାରତୀୟ ସେନା। ମିଳିଥିବା ସୂଚନା ଅନୁସାରେ ନିୟନ୍ତ୍ରଣରେଖା ନିକଟରେ ଥିବା କୃଷ୍ଣଗଙ୍ଗା ନଦୀ ଦେଇ ଏହି ଚୋରାଚାଲାଣ ଉଦ୍ୟମ କରାଯାଉଥିଲା। ଏକ ଟ୍ୟୁବ ଭିତରେ ଅସ୍ତ୍ରଶସ୍ତ୍ର ଭର୍ତ୍ତିକରି ରସି ଦ୍ବାରା ଟାଣି ଟାଣି ଭାରତୀୟ ଅଞ୍ଚଳ ମଧ୍ୟକୁ ଅଣାଯାଉଥିଲା। ତେବେ ଆତଙ୍କବାଦୀଙ୍କ ଏପରି କୌଶଳକୁ ଭାରତୀୟ ସେନା ଠିକ ସମୟରେ ଧରିନେଇଥିଲା। ଭାରତୀୟ ଯବାନମାନେ ଉକ୍ତ ଟ୍ୟୁବକୁ ଉଦ୍ଧାର କରିବା ପରେ ସେଥିରୁ ୪ଟି ଏକେ-୭୪ ରାଇଫଲ, ୮ଟି ମାଗାଜିନ ଓ ୨୪୦ଟି ଏକେ ରାଇଫଲ ଗୁଳି ମିଳିଥିଲା। ତେବେ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ। ବିଗତ କିଛି ବର୍ଷ ହେଲା ଭାରତୀୟ ସେନାର ସତର୍କ ପ୍ରହରା ଓ ନିୟମିତ ଅପରେସନ ଯୋଗୁଁ ଭାରତୀୟ ସୀମା ମଧ୍ୟକୁ ପାକ୍ ପ୍ରାୟୋଜିତ ଆତଙ୍କବାଦୀଙ୍କ ପ୍ରବେଶ କଷ୍ଟକର ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ନିଜର ରଣକୌଶଳରେ କେତେକ ପରିବର୍ତ୍ତନ ଆଣିଛି। ସ୍ଥାନୀୟ ଯୁବକମାନଙ୍କୁ ପ୍ରବର୍ତ୍ତାଇ ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଉଛି। ସେମାନଙ୍କ ପାଇଁ ସୀମା ସେପଟୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରି ଅଣାଯାଉଛି। ବିଗତ କିଛି ବର୍ଷ ଧରି ପାକିସ୍ତାନ କଶ୍ମୀରଘାଟିକୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିଚାଲିଛି।

Share Now:

Kalinga News Beuro

Next Post

୧୫ ଦିନ ଲାଗି ସିଲ୍ ହେଲା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ

Sat Oct 10 , 2020
ଭୁବନେଶ୍ବର: କୋଭିଡ୍ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ ଅଫିସ ୧୫ ଦିନ ଲାଗି ସିଲ୍ କରାଯାଇଛି। ବିଏମସି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମରେ କୋଭିଡ୍ ଯୋଦ୍ଧା ଅଭିଯୋଗ ଆଣିଛନ୍ତି। ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନ ବିପନ୍ନ କରୁଛି। ସାଂସଦ ବାରମ୍ବାର କୋଭିଡ୍ ଆଇନ୍ ଭାଙ୍ଗୁଥିବାରୁ କୋଭିଡ୍ ଯୋଦ୍ଧା କାର୍ଯ୍ୟାନୁଷ୍ଠାନ ଦାବି ଜଣାଇ […]
ସିଲ୍ ହେଲା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial