କେବଳ ଭାରତକୁ ଏସ୍-୫୦୦ ଓ ଏସ୍-୫୫୦ ମିସାଇଲ ସିଷ୍ଟମ ବିକିବ ଋଷିଆ

ଭାରତକୁ ଏସ୍-୫୦୦, ଏସ୍-୫୫୦ ମିସାଇଲ ବିକିବ ଋଷିଆ

୫ରେ ପୁଟିନଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ : ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସ ୫ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ୟ୍ୟକ୍ରମ ରହିଛି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। ସେଗୁଡ଼ିକ ମଧ୍ୟରେ ରହିଛି ଆମେଥିଠାରେ ପ୍ରସ୍ତାବିତ କାଲାସନିକୋଭ କାରଖାନା ପ୍ରତିଷ୍ଠା। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ପୁଟିନଙ୍କ ଏହି ଗସ୍ତ ସମୟରେ ଭାରତକୁ ଏସ-୫୦୦ ଓ ଏସ-୫୫୦ ସାମ୍ ଏୟାର ଡିଫେନ୍ସ ସିଷ୍ଟମ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇପାରେ। ଏ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହେବ। ଏହି ପ୍ରସ୍ତାବରେ ଭାରତ ରାଜି ହେଲେ ଏସ-୫୦୦ ଓ ଏସ-୫୫୦ ପାଇବାରେ ଭାରତ ହେବ ବିଶ୍ବର (ଋଷିଆ ପରେ) ପ୍ରଥମ ଦେଶ। ପୁଣି ଏହି ଅତ୍ୟାଧୁନିକ ସିଷ୍ଟମକୁ କେବଳ ଭାରତ ଛଡ଼ା ଆଉ କାହାକୁ ଦେବାକୁ ଋଷିଆ ପ୍ରସ୍ତାବ ଦେଇନାହିଁ।
ଏସ-୫୦୦ ଏକ ଅତ୍ୟାଧୁନିକ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଯାହାକି ୬୦୦ କିଲୋମିଟର ଦୂରରୁ ଶତ୍ରୁର ବାଲିଷ୍ଟିକ ମିସାଇଲ, ହାଇପରସୋନିକ କ୍ରୁଜ ମିସାଇଲ ଓ ବିମାନକୁ ଧ୍ବଂସ କରିବାକୁ ସକ୍ଷମ। ଭାରତ ଋଷିଆଠାରୁ ଏସ-୪୦୦ କିଣିସାରିଛି ଓ ଇତି ମଧ୍ୟରେ ଏହାର ଡେଲିଭରୀ ଆରମ୍ଭ ହୋଇଯାଇଛି। ଏହାର ରେଞ୍ଜ୍ ପ୍ରାୟ ୪୦୦ କିଲୋମିଟର। ଏସ-୪୦୦ ତୁଳନାରେ ଏସ-୫୦୦ ଓ ଏସ-୫୫୦ ଆହୁରି ଶକ୍ତିଶାଳୀ ହୋଇଥିବାରୁ ତାହା ମିଳିଲେ ଭାରତର ବାୟୁସୀମା ଆହୁରି ଅଭେଦ୍ୟ ହୋଇପାରିବ ବୋଲି ସାମରିକ ବିଶେଷଜ୍ଞମାନେ କହୁଛନ୍ତି।

Share Now:

Kalinga News Beuro

Next Post

ୟୁରୋପବାସୀ କରୋନା ଲକଡାଉନ ବିରୋଧରେ ରାସ୍ତାକୁ ଓହ୍ଲାଇଲେ

Tue Nov 23 , 2021
ଆମଷ୍ଟରଡାମ : ୟୁରୋପ ମହାଦେଶ ପୁଣି ଥରେ କରୋନା ମହାମାରୀ କବଳକୁ ଚାଲିଯାଇଛି। ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାରମାନେ ପୁଣି ଥରେ ଲକଡାଉନ ଓ ଅନ୍ୟାନ୍ୟ କଟକଣାମାନ ଲାଗୁ କରିବା ଆରମ୍ଭ କରିଦେଇଛନ୍ତି। କିନ୍ତୁ ପୁଣି ଲକଡାଉନକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ସ୍ଥାନୀୟ ଲୋକେ। ନେଦରଲାଣ୍ଡ, ଫ୍ରାନ୍ସ, ବେଲଜିୟମ ଆଦି ଦେଶରେ ଲୋକମାନେ ଲକଡାଉନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଶହ ଶହ ଲୋକ ରାସ୍ତାକୁ ଆସି ସରକାରଙ୍କ […]
ଲକଡାଉନ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ୟୁରୋପବାସୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial