ୟୁରୋପବାସୀ କରୋନା ଲକଡାଉନ ବିରୋଧରେ ରାସ୍ତାକୁ ଓହ୍ଲାଇଲେ

ଲକଡାଉନ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ୟୁରୋପବାସୀ

ଆମଷ୍ଟରଡାମ : ୟୁରୋପ ମହାଦେଶ ପୁଣି ଥରେ କରୋନା ମହାମାରୀ କବଳକୁ ଚାଲିଯାଇଛି। ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାରମାନେ ପୁଣି ଥରେ ଲକଡାଉନ ଓ ଅନ୍ୟାନ୍ୟ କଟକଣାମାନ ଲାଗୁ କରିବା ଆରମ୍ଭ କରିଦେଇଛନ୍ତି। କିନ୍ତୁ ପୁଣି ଲକଡାଉନକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ସ୍ଥାନୀୟ ଲୋକେ। ନେଦରଲାଣ୍ଡ, ଫ୍ରାନ୍ସ, ବେଲଜିୟମ ଆଦି ଦେଶରେ ଲୋକମାନେ ଲକଡାଉନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଶହ ଶହ ଲୋକ ରାସ୍ତାକୁ ଆସି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗତ କିଛି ସପ୍ତାହ ହେଲା ୟୁରୋପରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ଜର୍ମାନି, ଋଷିଆ, ବେଲଜିୟମ,ଅଷ୍ଟ୍ରିଆ, ନେଦରଲାଣ୍ଡ, ଫ୍ରାନ୍ସ ଆଦି ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ବଢିଯାଇଛି। ଆଗକୁ ଖ୍ରୀଷ୍ଟମାସ ଋତୁ ଥିବାରୁ ସଂକ୍ରମଣ ବଢିବାର ଆଶଙ୍କା ଦେଖାଦେଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଦେଇଛି। ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାରମାନେ ପୁଣି ଥରେ ଲକଡାଉନ ଓ ଅନ୍ୟାନ୍ୟ କଟକଣାମାନ ଲାଗୁ କରିବା ଆରମ୍ଭ କରିଦେଇଛନ୍ତି। ଗତକାଲି ଜର୍ମାନୀର ସ୍ବାସ୍ଥ୍ୟମନ୍ତ୍ରୀ ଟିକା ନେବାକୁ ଲୋକମାନଙ୍କୁ ସତର୍କ କରାଇଦେଇଥିଲେ। ‘ଟିକା ନିଅ, ନଚେତ ମର’ ବୋଲି ସେ କଠୋର ଚେତାବନୀ ଶୁଣାଇଥିଲେ।

Share Now:

Kalinga News Beuro

Next Post

ମାରୱାଡି ମହିଳା ସମିତି ଭୁବନେଶ୍ୱର ଶାଖା ପକ୍ଷରୁ ଗୋବିନ୍ଦଜୀ ଗୌ-ଶାଳାରେ ଗୌ-କାଷ୍ଠ ଯନ୍ତ୍ର ସ୍ଥାପନ

Tue Nov 23 , 2021
ସାକ୍ଷୀଗୋପାଳ : ମାରୱାଡି ମହିଳା ସମିତି ଭୁବନେଶ୍ୱର ଶାଖା ପକ୍ଷରୁ ଗୋବିନ୍ଦଜୀ ଗୌ-ଶାଳା (ସାକ୍ଷୀଗୋପାଳ ଠାରେ) ଗୌ-କାଷ୍ଠ ଯନ୍ତ୍ର ସ୍ଥାପନ କରାଯାଇଛି। ଏହାଦ୍ୱାରା ଅନେକ ଉପକାର ହୋଇ ପାରିବ। ଗୋବରକୁ ଉପଯୋଗ କରି ଗୌ-କାଷ୍ଠତିଆରି କରାଯାଇ ପାରିବ। ଶ୍ମଶାନରେ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଇ ପାରିବ। ଗୋଟିଏ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ଅତି କମରେ ୪୦୦କିଲୋ କାଠର ଆବଶ୍ୟକତା ହୋଇଥାଏ। ଗୌ-କାଷ୍ଠ ବ୍ୟବହାର ହେଲେ ବହୁ ପରିମାଣରେ ଗଛକାଟିବା ବା […]
ମାରୱାଡି ମହିଳା ସମିତି-1 (2)

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial