ଭାରତକୁ ନାଟୋରେ ସାମିଲ କରିବାକୁ ଉଦ୍ୟମ କରୁଛି ଆମେରିକା : ରୁଷ୍

ଭାରତକୁ ନାଟୋରେ ସାମିଲ କରିବାକୁ ଉଦ୍ୟମ କରୁଛି ଆମେରିକା

ମସ୍କୋ : ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ଆଉ ଏକ ଚିନ୍ତା ଘାରିବାରେ ଲାଗିଛି। ତାହା ହେଉଛି ଭାରତକୁ ନାଟୋରେ ସାମିଲ କରିବାକୁ ଆମେରିକାର ଉଦ୍ୟମ। ଚୀନ ଓ ରୁଷକୁ ଘେରିବାକୁ ଆମେରିକା ଏହି ନୂଆ ଚକ୍ରାନ୍ତ କରୁଛି ବୋଲି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି। ଚଳିତ ୟୁକ୍ରେନ ଯୁଦ୍ଧରେ ରୁଷ ସମଗ୍ର ବିଶ୍ବରେ ଏକୁଟିଆ ହୋଇଯାଇଥିବାବେଳେ ପ୍ରକୃତ ବନ୍ଧୁ ଭାବେ ଭାରତ ହିଁ ରୁଷ ପଛରେ ଛିଡ଼ା ହୋଇଛି। ଏହା ଆମେରିକାକୁ ବିବ୍ରତ କରିଛି। ଏଣୁ ଚୀନକୁ ନେଇ ଚିନ୍ତିତ ଥିବା ଭାରତକୁ ଯଦି ନାଟୋରେ ସାମିଲ କରିଦିଆଯାଏ, ତେବେ ରୁଷ ନିଜର ସବୁଠାରୁ ବଡ଼ ବନ୍ଧୁକୁ ହରାଇବାର ଆଶଙ୍କା ରହିଛି। ଏହା ହିଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସବୁଠାରୁ ଅଧିକ ବିବ୍ରତ କରିଚାଲିଛି। ରୁଷ ବୈଦେଶିକ ମନ୍ତ୍ରୀ ଲୋଭରୋଭ କହିଛନ୍ତି ଯେ ଦକ୍ଷିଣ ଚୀନ ସାଗରରେ ନାଟୋ ଏବେ ସକ୍ରିୟ ହୋଇଉଠିଛି। ଚୀନକୁ ଟାର୍ଗେଟ କରିବାକୁ ଏହା କରାଯାଉଛି। କିନ୍ତୁ ନାଟୋର ଏହି ଉଦ୍ୟମ ନିଆଁ ସହ ଖେଳିବା ଭଳି। ଭାରତକୁ ରୁଷ ବିରୋଧୀ ଓ ଚୀନ ବିରୋଧୀ ମେଣ୍ଟରେ ସାମିଲ କରିବାକୁ ଆମେରିକା ଉଦ୍ୟମ କରିଚାଲିଛି। ଏହି କାରଣରୁ ରୁଷ ଚୀନ ସହିତ ଘନିଷ୍ଠ ସାମରିକ ସଂପର୍କ ରଖିଛି ଓ ନିୟମିତ ଭାବେ ଯୁଦ୍ଧାଭ୍ୟାସ କରୁଛି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ବହୁତଳ ପାର୍କିଂରେ ଆର୍ଥିକ ଜୁଲମ : ବିଏମ୍‌ସି ଧାର୍ଯ୍ୟ ଦରଠାରୁ ୩/୪ ଗୁଣ ଅଧିକ ଦେୟ

Fri Dec 2 , 2022
ଭୁବନେଶ୍ବର: କାର୍‌ ପାର୍କିଂ ପାଇଁ ଆଗରୁ ଦେବାକୁ ପଡ଼ୁଥିଲା ୨ ଘଣ୍ଟାକୁ ୨୦ ଟଙ୍କା। ଏବେ ଦେବାକୁ ପଡ଼ିବ ତିନି ଗୁଣ ଅର୍ଥାତ ୬୦ ଟଙ୍କା। ବାଇକ୍‌ର ପାର୍କିଂ ଦେୟ ଥିଲା ୫ ଟଙ୍କା। ଏବେ ଦେବାକୁ ପଡ଼ିବ ସିଧା ୪ ଗୁଣ ଅର୍ଥାତ ୨୦ ଟଙ୍କା। ବହୁତଳ କାର୍‌ ପାର୍କିଂରେ ଗାଡ଼ି ରଖିଲେ ଏମିତି ଚଢ଼ା ଦରରେ ପାର୍କିଂ ଫି ଦେବାକୁ ପଡ଼ିବ। ଭୁବନେଶ୍ବରକୁ ସ୍ମାର୍ଟ କରିବାକୁ ଅଣ୍ଟା […]
ବହୁତଳ ପାର୍କିଂରେ ଆର୍ଥିକ ଜୁଲମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial