ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ମୋଦୀ-ପୁଟିନ ସାକ୍ଷାତ

ମୋଦୀ-ପୁଟିନ ସାକ୍ଷାତ

ସମରକନ୍ଦ : ଉଜବେକିସ୍ତାନର ସମରକନ୍ଦଠାରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଏଠାରେ ଅନୁଷ୍ଠିତ ହେଉଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଅବସରରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ମୁହାଁମୁହିଁ ସାକ୍ଷାତ ହୋଇଛି। ଏହି ଅବସରରେ ପୁଟିନ ମୋଦୀଙ୍କୁ କହିଥିଲେ, ୟୁକ୍ରେନ ପ୍ରସଙ୍ଗରେ ଆପଣଙ୍କ ଆଭିମୁଖ୍ୟ ଓ ଚିନ୍ତା ଆମେ ଜାଣିଛୁ। ଆମେ ସମସ୍ତେ ଚାହୁଁଛୁ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ହେଉ ବୋଲି। ସେଠାରେ କଣ ଘଟୁଛି ଆମେ ଆପଣଙ୍କୁ ସୂଚନା ଦେଇଚାଲିବୁ। ପୁଟିନ ମଧ୍ୟ ମୋଦୀଙ୍କୁ ରୁଷ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି।
ଏହି ବୈଠକ ଉପରେ ସମଗ୍ର ବିଶ୍ବର ଆଖି ରହିଥିଲା। କାରଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପୁଟିନ ଏବେ ସମଗ୍ର ବିଶ୍ବରେ ଏକଘରିକିଆ ହୋଇଯାଇଛନ୍ତି। ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଟକଣା ଲଗାଇଛନ୍ତି। ଏହା ସତ୍ତ୍ୱେ ଭାରତ ସରକାର ରୁଷ ସହିତ ନିଜର ପୁରୁଣା ସମ୍ପର୍କକୁ ବଜାୟ ରଖିଛନ୍ତି। ଏପରିକି ଭାରତ ରୁଷଠାରୁ ତେଲ କିଣିଚାଲିଛି। ଏଣୁ ମୋଦୀ-ପୁଟିନ ଭେଟକୁ ନେଇ ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶମାନେ କିପରି ପ୍ରତିକ୍ରିୟା ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ। ବିଶେଷକରି ଆମେରିକା ଏ ନେଇ କଡ଼ା ପ୍ରତିକ୍ରିୟା ଦେବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

କଂଗ୍ରେସ ଛାଡିପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କରନ୍ ସିଂ

Fri Sep 16 , 2022
ଶ୍ରୀନଗର: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ନିକଟରେ ଦଳ ଛାଡିଥିଲେ। ବର୍ତ୍ତମାନ କଂଗ୍ରେସକୁ ଜମ୍ମୁକଶ୍ମୀରରୁ ଆଉ ଏକ ବଡ଼ ଝଟକା ଲାଗିପାରେ। ମହାରାଜା ହରି ସିଂଙ୍କ ପୁଅ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କରନ୍ ସିଂ ମଧ୍ୟ କଂଗ୍ରେସ ଛାଡିବା ନେଇ ଇସାରା ଇସାରାରେ କହିଛନ୍ତି। କରନ୍ ସିଂ କହିଛନ୍ତି, ‘ମୁଁ ୧୯୬୭ ରେ କଂଗ୍ରେସରେ ଯୋଗ ଦେଇଥିଲି। କିନ୍ତୁ ଗତ ୮ ରୁ ୧୦ ବର୍ଷ ହେଲା […]
କରନ୍ ସିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial