ପ୍ରିନ୍ସ ଫିଲିପ୍‌ଙ୍କ ପରଲୋକ

ପ୍ରିନ୍ସ ଫିଲିପ୍‌ଙ୍କ ପରଲୋକ

ଲଣ୍ଡନ : ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ୍‌-୨ଙ୍କ ପତି ପ୍ରିନ୍ସ ଫିଲିପ୍‌ଙ୍କର ଆଜି ୯୯ ବର୍ଷ ବୟସରେ ପରଲୋକ ହୋଇଛି। ବକିଂହାମ୍‌ ପ୍ୟାଲେସ୍‌ ଦ୍ବାରା ଆଜି ଏକ ବିବୃତି ଜାରିକରି କୁହାଯାଇଛି, ‘ଡ୍ୟୁକ୍‌ ଅଫ୍‌ ଏଡିନ୍‌ବର୍ଗ’ ପ୍ରିନ୍ସ ଫିଲିପ୍‌ ଆଜି ସକାଳେ ୱିଣ୍ଡ୍‌ସର କେସଲ୍‌ରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମହାରାଣୀଙ୍କୁ ସେ ଦୀର୍ଘ ୬୯ ବର୍ଷ ଧରି ସମର୍ଥନ ଓ ସହଯୋଗ କରିଛନ୍ତି। ୨୦୧୭ରେ ସେ ବ୍ରିଟିଶ୍‌ ରାଜକୀୟ ସେବାରୁ ଅବସର ନେଇଥିଲେ। ଦୀର୍ଘ ୭ ଦଶନ୍ଧି ଧରି ପ୍ରିନ୍ସ ଫିଲିପ୍‌ ବ୍ରିଟିଶ୍‌ ରାଜ ପରିବାରର ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଥିଲେ। ୧୯୪୭ରେ ରାଜକୁମାରୀ ଏଲିଜାବେଥ୍‌ଙ୍କୁ ବିବାହ କରିଥିଲେ ପ୍ରିନ୍ସ ଫିଲିପ୍‌। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବ୍ରିଟିଶ୍‌ ରାଜତନ୍ତ୍ରର ଆଧୁନିକୀକରଣ ପଛରେ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା। ଅଗାମୀ ୧୦ ଜୁନ୍‌ରେ ପ୍ରିନ୍ସ ଫିଲିପ୍‌ଙ୍କ ୧୦୦ତମ ଜନ୍ମଦିନ ପାଳନ ହୋଇଥାନ୍ତା। ସେ ପ୍ରାୟ ମାସେ ହେଲା ଏକ ହସ୍ପିଟାଲରେ ହୃଦ୍‌ରୋଗ ପାଇଁ ଚିକିତ୍ସାରେ ଥିଲେ। ଏଡିନ୍‌ବର୍ଗ ଡ୍ୟୁକ୍‌ ପ୍ରିନ୍ସ ଫିଲିପ୍‌ଙ୍କ ବିୟୋଗରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ କହିଛନ୍ତି, ପ୍ରିନ୍ସ ଫିଲିପ୍‌ ଅଗଣିତ ଲୋକଙ୍କ ଜୀବନକୁ ପ୍ରୋତ୍ସାହିତ କରିଥିଲେ ଏବଂ ସମଗ୍ର ବିଶ୍ବରେ ତାଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବ୍ରିଟିଶ୍‌ ଜନତା ଏବଂ ରାଜ ପରିବାର ସହିତ ମୋର ସମବେଦନା ରହିଛି। ପ୍ରିନ୍ସ ଫିଲିପ୍‌ ଗୋଷ୍ଠୀ ବ୍ରିଟିସ୍‌ ସାମରିକ ସେବା କ୍ଷେତ୍ରରେ ବିଶିଷ୍ଟ ଭୂମିକା ନିର୍ବାହ କରିଥିଲେ ଏବଂ ଗୋଷ୍ଠୀ ସେବା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଭୂମିକା ନେଉଥିଲେ। ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share Now:

Kalinga News Beuro

Next Post

ଝରାଫୁଲ ହତ୍ୟା ଘଟଣା: ତୃତୀୟ ଅଭିଯୁକ୍ତ ଗିରଫ, ସହଯୋଗୀ ଏବେବି ଫେରାର

Sun Apr 11 , 2021
ଯାଜପୁର: ଝରାଫୁଲ ମୃତ୍ୟୁ ଘଟଣାରେ ୩ୟ ଅଭିଯୁକ୍ତକୁ ଗିରଫ କରିବାରେ ଯାଜପୁର ପୁଲିସ ସଫଳ ହୋଇଥିବା ବେଳେ ଦ୍ବିତୀୟ ଅଭିଯୁକ୍ତ ଶେଖର ଏବେ ବି ଫେରାର ଅଛି। ତେବେ ଗତକାଲି ପୁଲିସ ଝରା ଫୁଲ ମୃତ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ୍। ସୂଚନା ଅନୁଯାୟୀ ଏରପୋର୍ଟ ଥାନା ଅନ୍ତର୍ଗତ ସୁନ୍ଦର ପଦା ଗାଁର ଅମରେଶ ରାଉତକୁ ଯାଜପୁର ପୋଲିସ ଗିରଫ କରିବାପରେ କେସ […]
ଝରାଫୁଲ ହତ୍ୟା ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial