ଆଫ୍‌ଗାନ-ଆମେରିକାର ମିଳିତ ବିମାନ ଆକ୍ରମଣରେ ୫୭୨ ତାଲିବାନୀ ନିପାତ

ଆଫ୍‌ଗାନ-ଆମେରିକାର ମିଳିତ ବିମାନ ଆକ୍ରମଣ

କାବୁଲ: ଆଫଗାନିସ୍ତାନର ଗୁରୁତ୍ବପୂର୍ଣ୍ଣ ସହରଗୁଡ଼ିକୁ ତାଲିବାନ ଆତଙ୍କବାଦୀଙ୍କ କବ୍‌ଜାରୁ ମୁକ୍ତ କରିବା ପାଇଁ ଆଫ୍‌ଗାନ ଏବଂ ଆମେରିକା ସେନା ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଆମେରିକାର ଶକ୍ତିଶାଳୀ ବୋମାବର୍ଷୀ ବିମାନଗୁଡ଼ିକୁ ଏହି ଅଭିଯାନରେ ସାମିଲ କରାଯାଇଛି। ବିଗତ ୨୪ ଘଣ୍ଟାରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୫୭୨ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୩୦୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ଆଫ୍‌ଗାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମିଳିତ ବାହିନୀ ନଙ୍ଗରହାର, ଗଜନି, ପାକ୍‌ଟିକା, କାନ୍ଦାହାର, ହେରାତ, ଫରାହ, ଫରୟାବ, ତକହାର ଆଦି ଅଂଚଳରେ ଥିବା ତାଲିବାନ ଶିବିରଗୁଡ଼ିକୁ ଛାରଖାର କରିଦେଇଛନ୍ତି। ସପ୍ତାହକ ମଧ୍ୟରେ ଅନେକ ଅଞ୍ଚଳକୁ ଆଫ୍‌ଗାନ ସେନା ପୁନଃ ଦଖଲ କରିବାରେ ସକ୍ଷମ ହୋଇଛି।

Share Now:

Kalinga News Beuro

Next Post

ଚୀନ୍ ଓ ପାକ୍ ସୀମା ଉପରେ ନଜର ରଖିବ ଜିସାଟ୍‌-୧

Mon Aug 9 , 2021
ଅଗଷ୍ଟ ୧୨ରେ ଉତ୍‌କ୍ଷେପଣ ହେବ ଅତ୍ୟାଧୁନିକ ସାଟେଲାଇଟ ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ମାତ୍ର ତିନିଦିନ ପୂର୍ବରୁ ଭାରତ ଶେଷରେ ଏହାର ଅତ୍ୟାଧୁନିକ ଭୂଚିତ୍ର ଉତ୍ତୋଳନକାରୀ ଉପଗ୍ରହ (ଜିଓ-ଇମେଜିଂ ସାଟେଲାଇଟ୍‌) ଜିସାଟ୍‌-୧ ଉତ୍‌କ୍ଷେପଣ କରିବାକୁ ଯାଉଛି, ଯାହା ସାରା ଦେଶର ଛବି ଦିନକୁ ୪-୫ ଥର ଉତ୍ତୋଳନ କରି ଉପମହାଦେଶର ସୁ-ପରିଚାଳନା କରିବା ସହ ପାକିସ୍ତାନ ଓ ଚୀନ୍ ସୀମା ଉପରେ ବି ନଜର ରଖିପାରିବ। ଶ୍ରୀହରିକୋଟାଠାରେ ଅଗଷ୍ଟ ୧୨ ତାରିଖ […]
ଅତ୍ୟାଧୁନିକ ଜିସାଟ୍‌-୧

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial