ଅଲ-ଜଓ୍ବାହିରିକୁ ନିପାତ କରିଛି ଆମେରିକାର ରହସ୍ୟମୟ ‘ନିଞ୍ଜା ବମ୍’

ଅଲ-ଜଓ୍ବାହିରି

ନୂଆଦିଲ୍ଲୀ : ଆମେରିକା ଦ୍ବାରା ଅଲକାଇଦା ମୁଖ୍ୟ ଆଇମନ୍ ଅଲ-ଜଓ୍ବାହିରିକୁ ଡ୍ରୋନ ଆକ୍ରମଣ କରି ହତ୍ୟା କରାଯିବା ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାରେ ରହିଛି। କାବୁଲର ଏକ ଘରେ ଥିବା ବାଲକୋନିରେ ସେ ବୁଲୁଥିବାବେଳେ ଆମେରିକାର ଡ୍ରୋନରୁ ଏକ ବୋମା ନିକ୍ଷେପ ହୋଇ ତାକୁ ନିପାତ କରିଥିଲା। ଜଓ୍ବାହିରି ରହୁଥିବା ଘରଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଡ୍ରୋନ ଆକ୍ରମଣ ସତ୍ତ୍ବେ ଏହି କୋଠାରୁ ସଂପୂର୍ଣ୍ଣ ଅକ୍ଷତ ରହିଥିବା ଦେଖାଯାଉଛି। କେବଳ ଗୋଟିଏ ଝରକା ଟିକିଏ ଭାଙ୍ଗିରୁଜି ଯାଇଛି। ଆମେରିକା ଏପରି କେଉଁ ବୋମା ପକାଇଲା ଯେ ଜଓ୍ବାହିରି ମୃତ୍ୟୁବରଣ କଲା, କିନ୍ତୁ ଘରଟି ଅକ୍ଷତ ରହିଗଲା ? କେତେକ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଏହି ଅପରେସନ ପାଇଁ ଆମେରିକା ଏକ ଅତ୍ୟନ୍ତ ରହସ୍ୟମୟ ବୋମାର ବ୍ୟବହାର କରିଛି। ତାହାର ନାଁ ଆର୯-ଏକ୍ସ। ଏହାକୁ ମଧ୍ୟ କୁହାଯାଏ ନିଞ୍ଜା ବମ୍ ବା ଫ୍ଲାଇଙ୍ଗ୍ ଗିନସୁ। ଜାପାନୀ ଯୋଦ୍ଧା ନିଞ୍ଜାମାନେ ଯେପରି ଅତି ଧାରୁଆ ତରବାରୀରେ ଶତ୍ରୁକୁ ହତ୍ୟା କରନ୍ତି ଏହି ବୋମାରେ କେତେକ ଧାରୁଆ ବ୍ଲେଡ୍ ଲାଗିଛି, ଯାହାକି ଟାର୍ଗେଟକୁ ଖଣ୍ଡ ଖଣ୍ଡ କରିପକାଏ। ଏହି ବୋମା ନିକ୍ଷେପ ହେବା ପରେ ଏହା ସେପରି କୌଣସି ବଡ଼ ଧରଣର ବିସ୍ଫୋରଣ କରେ ନାହିଁ। ନୀରବରେ କୋଠାର ଛାତରେ ଛିଦ୍ର କରି ପ୍ରବେଶ କରେ ଓ ହତ୍ୟା କରେ। କିନ୍ତୁ ଆଖପାଖରେ ଥିବା ଲୋକ କିମ୍ବା ସାମଗ୍ରୀକୁ ଏହା କୌଣସି କ୍ଷତି ପହଞ୍ଚାଇନଥାଏ। ଏହି ରହସ୍ୟମୟ ଅସ୍ତ୍ର ସଂପର୍କରେ ୨୦୧୭ରେ ପ୍ରଥମେ ଜଣାପଡ଼ିଥିଲା, ଯେତେବେଳେ ଆମେରିକା ଏକ ଡ୍ରୋନରୁ ଏହାକୁ ନିକ୍ଷେପ କରି ଅଲକାଇଦାର ବରିଷ୍ଠ କମାଣ୍ଡର ଅବୁ-ଅଲ-ଖଇର ଅଲ ମସରିକୁ ହତ୍ୟା କରିଥିଲା। ଏକ କାରର ଛାତ କଣା କରି ଏହା ପ୍ରବେଶ କରି ପଛ ସିଟରେ ବସିଥିବା ମସରିକୁ ନିପାତ କରିଥିଲା। କିନ୍ତୁ କାରରେ ବସିଥିବା ଅନ୍ୟମାନଙ୍କର କୌଣସି ହାନୀ ହୋଇନଥିଲା।

Share Now:

Kalinga News Beuro

Next Post

ରାଜ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା : ୟେଲୋଓ୍ଵାର୍ଣ୍ଣିଂ ଜାରି

Tue Aug 2 , 2022
ଭୁବନେଶ୍ୱର: ରାଜ୍ୟ ଉପର ଦେଇ ଯାଇଥିବା ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଗତି କରୁଛି। ସେଥିପାଇଁ ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ତବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ, ୧୮ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା […]
୧୮ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial