୩ୟ ବିଶ୍ବଯୁଦ୍ଧ ଲଗାଇବାକୁ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପକାଯାଇଛି : ରୁଷ

୩ୟ ବିଶ୍ବଯୁଦ୍ଧ ଲଗାଇବାକୁ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପକାଯାଇଛି

କିବ୍ : ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ପରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ଏହି ଉତ୍ତେଜନା ବିଶ୍ବକୁ ଏକ ୩ୟ ବିଶ୍ବଯୁଦ୍ଧ ଆଡ଼କୁ ଟାଣିନେବାର ଆଶଙ୍କା ଦେଖାଦେଇଛି। ରୁଷ ପକ୍ଷରୁ ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ପ୍ରଥମେ ସଂଦେହ କରାଯାଉଥିବାବେଳେ ପରେ ଜଣାପଡ଼ିଥିଲା ଯେ ସେଗୁଡ଼ିକ ୟୁକ୍ରେନର କ୍ଷେପଣାସ୍ତ୍ର ଓ ଭୁଲରେ ପୋଲାଣ୍ଡକୁ ପଳାଇଯାଇଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବି ସେଗୁଡ଼ିକ ରୁଷୀୟ କ୍ଷେପଣାସ୍ତ୍ର ନୁହେଁ ବୋଲି କହିଛନ୍ତି। ପୋଲାଣ୍ଡ ରାଷ୍ଟ୍ରପତି କହିଛନ୍ତି ଯେ କ୍ଷେପଣାସ୍ତ୍ରଗୁଡ଼ିକ କେଉଁ ସ୍ଥାନରୁ ନିକ୍ଷେପ କରାଯାଇଛି, ସେ ସଂପର୍କରେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଅନ୍ୟପକ୍ଷରେ ରୁଷ ପକ୍ଷରୁ କୁହାଯାଇଛି ଯେ, ୩ୟ ବିଶ୍ବଯୁଦ୍ଧକୁ ଉସୁକାଇବାକୁ ପାଶ୍ଚାତ୍ୟ ଦେଶମାନେ ହାଇବ୍ରିଡ୍ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ତାହାକୁ ପ୍ରମାଣିତ କରୁଛି। ରୁଷର ଜାତୀୟ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଡେମିଟ୍ରି ମେଡବେଡେଭ୍ କହିଛନ୍ତି ଯେ ରୁଷ ବିରୋଧରେ ହାଇବ୍ରିଡ ଯୁଦ୍ଧ ଆରମ୍ଭ କରି ପାଶ୍ଚାତ୍ୟ ଦେଶମାନେ ୩ୟ ବିଶ୍ବଯୁଦ୍ଧ ଟାଣିଆଣୁଛନ୍ତି। ରୁଷ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ନଭେମ୍ବର ୧୫ ତାରିଖ ଦିନ ପୋଲାଣ୍ଡ ସୀମାଠାରୁ ୩୫ କିଲୋମିଟର ଭିତରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏଣୁ କ୍ଷେପଣାସ୍ତ୍ର ପୋଲାଣ୍ଡ ଯିବାର ସମ୍ଭାବନା ନାହିଁ। ମଙ୍ଗଳବାର ହୋଇଥିବା ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ୨ ଜଣ ବ୍ୟକ୍ତି ନିହତ ହୋଇଥିଲେ।

Share Now:

Kalinga News Beuro

Next Post

ମଧ୍ୟରାତ୍ରିରେ ଡକାୟତି ଯୋଜନା ପଣ୍ଡ : ୪ ଡକାୟତଙ୍କୁ ମାଡ଼ିବସିଲା ପୁଲିସ, ମାରଣାସ୍ତ୍ର ଜବତ

Wed Nov 16 , 2022
ଭୁବନେଶ୍ବର: ଡକାୟତି ପାଇଁ ଚାଲିଥିବା ଯୋଜନା ପୁଲିସର ହସ୍ତକ୍ଷେପ ପରେ ପଣ୍ଡ ହୋଇଛି। କମିସନରେଟ ପୁଲିସ ୪ ଜଣ ଡକାୟତଙ୍କୁ ମଧ୍ୟରାତ୍ରିରେ ଗିରଫ କରିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିଛି। ସୂଚନା ଅନୁସାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗଣିଆ ମସାଣି ପଡ଼ିଆରେ ୪ ଜଣ ଅଭିଯୁକ୍ତ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ପାଟ୍ରୋଲିଂ ସମୟରେ ଘଟଣାସ୍ଥଳରେ […]
ମଧ୍ୟରାତ୍ରିରେ ଡକାୟତି ଯୋଜନା ପଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial