ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କୁ ବରଖାସ୍ତ କଲେ ଋଷି ସୁନକ

ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କୁ ବରଖାସ୍ତ କଲେ ଋଷି ସୁନକ

ନୂଆଦିଲ୍ଳୀ: ପାଲେଷ୍ଟାଇନ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କର ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କୁ ବରଖାସ୍ତ କରିଛନ୍ତି। ଗତ ସପ୍ତାହରେ ସୁଏଲା ବ୍ରାଭରମ୍ୟାନ୍‌ ପୁଲିସର ପାଲେଷ୍ଟାଇନ ସପକ୍ଷବାଦୀ ପଦଯାତ୍ରାର ନିୟନ୍ତ୍ରଣ ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଥିଲେ। ଏହି କାରଣରୁ ସୁନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ସୁନକଙ୍କ ଅନୁମୋଦନ ବିନା ଏକ ପ୍ରବନ୍ଧ ଲେଖି ପୁଲିସ୍‌ର ପରିଚାଳନାକୁ ସମାଲୋଚନା କରିଥିଲେ। ଶନିବାର ଦିନ ହୋଇଥିବା ପାଲେଷ୍ଟାଇନ୍ ସମର୍ଥିତ ପଦଯାତ୍ରାରେ ପୁଲିସ୍‌ ପକ୍ଷପାତିତା ଅବଲମ୍ବନ କରିଥିଲା ବୋଲି ସେ ଲେଖିଥିଲେ। ଅଭିଯୋଗ କରିଥିଲେ ଯେ ପାଲେଷ୍ଟାଇନ୍ ସପକ୍ଷବାଦୀଙ୍କ ପ୍ରଦର୍ଶନ ସମୟରେ ପୁଲିସ ବଡ଼ ସଂଖ୍ୟାରେ ଥିବା ଭିଡକୁ ଅଣଦେଖା କରିଥିଲା। ତାଙ୍କର ଏଭଳି ଆଭିମୁଖ୍ୟ ବିରୋଧୀ ଦଳ କଡ଼ା ସମାଲୋଚନା କରିଥିଲେ, ଯାହାକି ସରକାରଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇଥଇଲା। ବିରୋଧୀ ସଦସ୍ୟ ଓ ଶାସକ ଦଳ ଭିତରୁ ଚାପ ପଡ଼ିବା ପରେ ସୁନକଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥିଲା। ମନ୍ତ୍ରିମଣ୍ଡଳରୁ ବରଖାସ୍ତ ହେବା ପରେ ବ୍ରେଭର୍‌ମ୍ୟାନ୍‌ କହିଛନ୍ତି ଯେ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇବା ମୋର ପରମ ସୌଭାଗ୍ୟ। ତେବେ ଆଗକୁ ମୁଁ ମୁହଁ ଖୋଲିବି, ମୋର ଅନେକ କଥା କହିବାକୁ ଅଛି।
ପୂର୍ବରୁ ବି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ସୁଏଲା। ସେ କହିଥିଲେ କି ବ୍ରିଟିସ-ପାକିସ୍ତାନୀମାନେ ଇଂଲଣ୍ଡରେ ସରଳ ଶ୍ବେତାଙ୍ଗ ଝିଅମାନଙ୍କୁ ନିଶା ଦେଇ ସେମାନଙ୍କ ସହ ଦୁଷ୍କର୍ମ କରୁଛନ୍ତି ଓ ସେମାନଙ୍କର କ୍ଷତି କରୁଛନ୍ତି। ଗଣମାଧ୍ୟମ ସହ ସାକ୍ଷାତ୍‌କାରରେ ବ୍ରେଭରମ୍ୟାନ କହିଲେ ଯେ, ‘‘କେତେକ ବ୍ରିଟିସ ପାକିସ୍ତାନୀ ଇଂଲଣ୍ଡରେ ଚାଇଲ୍‌ଡ ଆବ୍ୟୁଜ୍ (ଶିଶୁ ଯୌନ ନିର୍ଯାତନା) ନେଟ୍‌ୱର୍କ ଚଳାଇଛନ୍ତି।’’ ଆପ୍ରବାସୀଙ୍କ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଆସୁଥିବା ବ୍ରେଭରମ୍ୟାନ ଆହୁରି ବି କହିଥିଲେ ଯେ, ‘‘ସରଳ ଶ୍ବେତାଙ୍ଗ ଝିଅମାନଙ୍କୁ ସେମାନେ ନିଜ ଜାଲରେ ଫସାଇ ନିଶା ଦେଇ ଦୁଷ୍କର୍ମ କରୁଛନ୍ତି। କିନ୍ତୁ ଆମର ବିଭିନ୍ନ ସରକାରୀ ପ୍ରତିଷ୍ଠାନ, ସାମାଜିକ କାର୍ଯ୍ୟକର୍ତ୍ତା, ପୁଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ପାକିସ୍ତାନୀ ବଂଶୋଦ୍ଭବମାନଙ୍କ ଏତାଦୃଶ କାର୍ଯ୍ୟକଳାପ ପ୍ରତି ଆଖି ବୁଜିଦେଉଛନ୍ତି। କାରଣ ସେମାନଙ୍କର ଭୟ ହେଉଛି, ଯଦି ସେମାନେ ପାକିସ୍ତାନୀ ବଂଶୋଦ୍ଭବଙ୍କ ଉପରେ ନଜର ରଖନ୍ତି ବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ସେମାନଙ୍କୁ କାଳେ କେହି ରେସିଷ୍ଟ (ଜାତିବାଦୀ) କହିଦେବ।’’

Share Now:

Kalinga News Beuro

Next Post

ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟା ଘଟଣା : ସୁପାରୀ କିଲର ସମେତ ଦୁଇ ଗିରଫ

Mon Nov 13 , 2023
କାମାକ୍ଷାନଗର: ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା କନ୍ତିଓପୁଟସାହି ଗ୍ରାମର ନିର ଓରଫ ନିରାକାର ସାହୁ ହତ୍ୟା ଘଟଣାରେ ପୁଲିସ ସୁପାରୀ କିଲର ସମେତ ୨ ଜଣଙ୍କୁ ଗିରଫ କରିଛି। ଘଟଣା ଦିନ ଗୁଳିବିଦ୍ଧ ମୃତଦେହ ଗତ ସେପ୍ଟେମ୍ବର ୨୮ ତାରିଖ ସକାଳୁ ଆଳତୁମା ଗ୍ରାମ ମାଳବନ୍ଧ ରେଲଓ୍ବେ ବ୍ରିଜ ସଉରିଆ ଆମ୍ବ ତୋଟା ନିଟକରୁ […]
ନିରାକାର ସାହୁ ହତ୍ୟା ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial