ୟୁକ୍ରେନ ସଙ୍କଟ : ଆକ୍ରମଣ ପାଇଁ ୧.୩୦ଲକ୍ଷ ସୈନ୍ୟ ଓ ମିସାଇଲ ସହ ୟୁକ୍ରେନକୁ ଘେରିଲାଣି ଋଷ

ୟୁକ୍ରେନକୁ ଘେରିଲାଣି ଋଷ

ନୂଆଦିଲ୍ଲୀ: ବଢ଼ୁଛି ୟୁକ୍ରେନର ସଙ୍କଟ। ଆକ୍ରମଣ ପାଇଁ ୧.୩୦ଲକ୍ଷ ସୈନ୍ୟ ଓ ମିସାଇଲ ସହ ୟୁକ୍ରେନକୁ ଘେରିଲାଣି ଋଷ। ଗତକାଲି ଋଷ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ଆମେରିକା ଚେତାବନୀ ଦେବା ପରେ ଏବେ ଏହି ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସୀମାରେ ୧ ଲକ୍ଷ ୩୦ହଜାରରୁ ଅଧିକ ସୈନିକ ନିୟୋଜିତ କରିବା ସହିତ ଋଷ ଭାରୀ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ମଧ୍ୟ ନିୟୋଜିତ କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଋଷ ୟୁକ୍ରେନକୁ ତିନି ପାର୍ଶ୍ୱରୁ ଘେରି ରହିଛି। ଫେବ୍ରୁଆରୀ ୧୬ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିପାରେ ବୋଲି ଆମେରିକା ଚେତାଇ ଦେବା ପରେ ଆଜି ଏଭଳି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ରୁଷିଆ ସହ ଯୁଦ୍ଧ ଏଡ଼ାଇବା ଲାଗି ୟୁକ୍ରେନ୍ ନାଟୋରେ ଯୋଗଦେବା ଯୋଜନା ଛାଡ଼ିପାରେ ବୋଲି ବ୍ରିଟେନ‌ରେ ଅବସ୍ଥାପିତ ୟୁକ୍ରେନ୍‌ର ରାଷ୍ଟ୍ରଦୂତ କହିଛନ୍ତି।
ରାଷ୍ଟ୍ରଦୂତ ବାଦିମ ପ୍ରିଷ୍ଟେକୋ କହିଛନ୍ତି, ୟୁକ୍ରେନ୍ ଚାହୁଁଥିଲା ନାଟୋ ସହ ଯୋଗ ଦେବା ପାଇଁ। କିନ୍ତୁ ସେପରି କଲେ ରୁଷିଆ ସହ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଧମକ ଦେଇଛନ୍ତି। ରୁଷିଆ ଆମକୁ ଧମକାଉଛି, ବ୍ଲାକ୍‌ମେଲ କରୁଛି ବୋଲି ପ୍ରିଷ୍ଟିକୋ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଫୋନ କରି ପାଖାପାଖି ୬୦ ମିନିଟ୍ କଥା ହୋଇଥିଲେ ଓ ୟୁକ୍ରେନ୍ ଉପରେ ଆକ୍ରମଣ କଲେ ପରିସ୍ଥିତି ଭୟାବହ ହେବ ବୋଲି ପୁତିନଙ୍କୁ ଚେତାବନୀ ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ।

Share Now:

Kalinga News Beuro

Next Post

ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଷ୍କାର ନେଇ ବିବାଦ: ଆମ କାମ ନୁହେଁ କହିଲା ଏଏସ୍ଆଇ

Tue Feb 15 , 2022
ପୁରୁଣା ଭୁବନେଶ୍ୱର : ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହ ସଫେଇ ନେଇ ବିବାଦ ଉପୁଜିଛି। ଏହାକୁ ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଏସଆଇ ମୁହାଁମୁହିଁ ହୋଇଛନ୍ତି। ଆସନ୍ତା ମାର୍ଚ୍ଚ ୧ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି। ଏପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଚାଲିଛି ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର କାର୍ଯ୍ୟ। ତେବେ ଆଜି ଏଏସ୍ଆଇ ଶ୍ରୀଲିଙ୍ଗରାଜ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଭିନ୍ନ ସେବାୟତଙ୍କୁ ଡାକି ଆଲୋଚନା କରିଛି। ଜାଗର ଦିନ […]
ଶ୍ରୀଲିଙ୍ଗରାଜ ମନ୍ଦିର ପରିଷ୍କାର ନେଇ ବିବାଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial