ବନ୍ୟା ରୋକିବା ପାଇଁ ମଞ୍ଚାର ହ୍ରଦକୁ ଭାଙ୍ଗିଲେ ପାକିସ୍ତାନ ସରକାର

ମିଠା ପାଣିର ସବୁଠାରୁ ବଡ ହ୍ରଦ

ଲାହୋର: ପଡୋଶୀ ଦେଶ ପାକିସ୍ତାନରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ସଙ୍ଗୀନ ରହିଥିବାବେଳେ ଏପର୍ଯ୍ୟନ୍ତ ୧୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡିଛନ୍ତି। ଭୟାନକ ବନ୍ୟାରେ ଦେଶର ଏକତୃତୀୟାଂଶ ଅଞ୍ଚଳ ଜଳମଗ୍ନ ରହିଥିବାବେଳେ ୧୧୫ଟି ଜିଲ୍ଲାରୁ ୧୧୦ଟି ଜିଲ୍ଲାରେ ବନ୍ୟା ପ୍ରକୋପ ଲାଗି ରହିଛି ଏବଂ ୫ କୋଟିରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଜୁନ୍ ମଧ୍ୟଭାଗରୁ ଅଦ୍ୟାବଧି ପାକିସ୍ତାନରେ ସ୍ବାଭାବିକଠାରୁ ୧୦ ଗୁଣ ଅଧିକ ବର୍ଷା ଯୋଗୁଁ ନାହିଁନଥିବା କ୍ଷୟକ୍ଷତି ଘଟିଛି। ତେବେ ବନ୍ୟା ପାଇଁ ଦେଶର ସବୁଠାରୁ ବଡ ହ୍ରଦ ମଞ୍ଚାର ହ୍ରଦକୁ ଭାଙ୍ଗିବାକୁ ପଡିଛି। ଏହି ହ୍ରଦ ଏତେ ପାଣିରେ ପରିପୂର୍ଣ୍ଣ ଥିଲା ଯେ ଏହା ଫାଟିଯିବାର ବିପଦ ଥିଲା।
ହ୍ରଦର ଜଳସ୍ତର ବିପଜ୍ଜନକ ସ୍ତର ଅତିକ୍ରମ କରିଥିବାରୁ ଦକ୍ଷିଣ ସିନ୍ଧର ୫୦ ଲକ୍ଷ ଲୋକ ବିପଦରେ ପଡ଼ିଥିଲେ। ଆଉ ଏଥିପାଇଁ ଏହି ହ୍ରଦ ଭଙ୍ଗାଯାଇଛି। ତେବେ ହ୍ରଦ ଭାଙ୍ଗିବା ହେତୁ ଏକ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ବିସ୍ଥାପିତ ଲୋକଙ୍କୁ ଶିବିରରେ ରଖାଯାଇଛି। ଜଳସେଚନ ମନ୍ତ୍ରୀ ଜାମ ଖାନ ଶୋରୋଙ୍କ କହିବା ଅନୁଯାୟୀ, ଏହି ହ୍ରଦକୁ ଭାଙ୍ଗିବା ହେତୁ ଅଧିକ ଜନବହୁଳ ଅଞ୍ଚଳରେ ବିପଦକୁ ଏଡାଇ ଦିଆଯାଇଛି। ଅଧିକାରୀମାନେ ସୋମବାର କହିଛନ୍ତି ଯେ ଇଞ୍ଜିନିୟରମାନେ ପାକିସ୍ତାନର ବୃହତ୍ତମ ମଧୁର ଜଳ ହ୍ରଦକୁ ଭାଙ୍ଗିଥିଲେ। ହ୍ରଦରୁ ଜଳ ବାହାର କରିବା ପାଇଁ ଇଞ୍ଜିନିୟରମାନଙ୍କୁ ମଞ୍ଚାର ହ୍ରଦକୁ ଭାଙ୍ଗି ଡ୍ରେନ୍ କରିବାକୁ ପଡିଛି। ଅଧିକାରୀ କହିଛନ୍ତି ଯେ ଏଭଳି ବନ୍ୟା ଦେଶ ଇତିହାସରେ କେବେ ହୋଇ ନଥିଲା। ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହା ବ୍ୟତୀତ ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ ପାକିସ୍ତାନ ସରକାରଙ୍କୁ ପ୍ରାୟ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀରେ ଭିଡ କଲେ ବିଜେଡି କର୍ମୀ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Tue Sep 6 , 2022
ଭୁବନେଶ୍ବର : ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ବିଜେଡି କର୍ମୀ ଭୁବନେଶ୍ବରରେ ଆସି ପହଞ୍ଚିଲେଣି। ସେପଟେ ଟ୍ରାଫିକ୍ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥାକୁ ପୁରା କଡ଼ାକଡ଼ି କରାଯାଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇଟି ରାସ୍ତାରୁ ଗୋଟେ ରାସ୍ତାରେ ଜନସାଧାରଣଙ୍କ ପାଇଁ ଖୋଲା ରଖାଯାଇଥିବା ବେଳେ.ଆଉ ଗୋଟେ ରାସ୍ତା କର୍ମୀମାନଙ୍କ ପାଇଁ ରହିଛି। ଏଥିଲାଗି ରାଜଧାନୀରେ ୪୦ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ […]
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial