ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ୨ଟି କୋଠା ନଷ୍ଟ : ବନ୍ଦ ହେଲା ମସ୍କୋ ବିମାନ ବନ୍ଦର

ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣ

ମସ୍କୋ: ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨ଟି କୋଠା ନଷ୍ଟ ହୋଇଯିବାରୁ ଗତରାତିରେ ମସ୍କୋସ୍ଥିତ ଏକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସ୍ୱଳ୍ପ ସମୟ ପାଇଁ ବନ୍ଦ ରଖାଯାଇଥିବା କଥା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରାଳୟ କହିବା ଅନୁସାରେ, ମସ୍କୋ ଆକାଶରେ ଉଡୁଥିବା ୟୁକ୍ରେନ୍‌ର ୩ଟି ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦିଆଯାଇଛି। ସେଥିରୁ ଗୋଟିଏ ଡ୍ରୋନ୍‌ ସହରର ଉପକଣ୍ଠରେ ପଡ଼ିଥିବା ବେଳେ ଆଉ ୨ଟି ଡ୍ରୋନ୍‌ ବୈଦ୍ୟୁତିକ ଅସ୍ତ୍ରଦ୍ୱାରା ବାଧା ପାଇ ଗୋଟାଏ ଅଫିସ୍‌ ପରିସରରେ ଧକ୍କାଖାଇ ନଷ୍ଟ ହୋଇଯାଇଛି। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ସୂଚନାଯୋଗ୍ୟ, ୟୁକ୍ରେନ୍‌ ସୀମାନ୍ତଠାରୁ ମସ୍କୋ ଓ ତାହାର ଚତୁଃପାର୍ଶ୍ଵସ୍ଥ ପରିସର ପ୍ରାୟ ୫୦୦ କିଲୋମିଟର୍‌ ଦୂରରେ ଅବସ୍ଥିତ। ଚଳିତ ବର୍ଷ ଅଳ୍ପ କେତୋଟି ଡ୍ରୋନ୍‌ ଆକ୍ରମଣକୁ ବାଦ ଦେଲେ ୟୁକ୍ରେନ୍‌ରେ ସଂଘର୍ଷ ହେବା ଦିନଠାରୁ ମସ୍କୋ ଉପରେ ପ୍ରାୟ ଡ୍ରୋନ୍‌ ଆକ୍ରମଣ କରାଯାଇ ନ ଥିଲା। ସମ୍ବାଦ ସରବରାହ ସଂସ୍ଥାନ ‘ତାସ୍‌’ ରିପୋର୍ଟ ଅନୁସାରେ, ବିମାନ ଉଡ଼ାଣ ଓ ଅବତରଣ ନିମନ୍ତେ ରାଜଧାନୀର ଭ୍ନୁକୋଭୋ ବିମାନ ବନ୍ଦର ବନ୍ଦ ରଖାଯାଇଥିଲା। ଅବତରଣ କରିବା ଲାଗି ଆସୁଥିବା ବିମାନଗୁଡ଼ିକୁ ଅନ୍ୟ ବିମାନ ବନ୍ଦରକୁ ଯିବା ପାଇଁ ନିର୍ଦେଶ ଦିଆଯାଉଥିଲା। ମସ୍କୋ ମେୟର୍‌ ସର୍ଗେଇ ସୋବିୟାନିନ୍‌ କରିଥିବା ‘ଟେଲିଗ୍ରାମ୍‌’ ପୋଷ୍ଟ୍‌ରେ ଲେଖିଛନ୍ତି-ରାତ୍ରୀକାଳୀନ ୟୁକ୍ରେନୀୟ ଡ୍ରୋନ୍‌ ଆକ୍ରମଣରେ ୨ଟି ଅଫିସ୍‌ ବ୍ଲକ୍‌ ନଷ୍ଟ ହୋଇଯାଇଛି। ସହରର ଦୁଇଟି ଅଫିସ୍‌ର ସମ୍ମୁଖ ଭାଗ ସାମାନ୍ୟ ନଷ୍ଟ ହୋଇଛି। ଏଥିରେ କେହି ଆହତ ହୋଇ ନାହାନ୍ତି। ରୁଷ୍‌ ଏହାକୁ କିବ୍‌ ଶାସକଙ୍କ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ବୋଲି କହିଛି।

Share Now:

Kalinga News Beuro

Next Post

କୂଳ ଖାଉଛି ମଙ୍ଗଳା ନଈ, ବଦଳୁଛି ଗତିପଥ : ପୁରୀର ସହରତଳି ଅଞ୍ଚଳ ବୁଡ଼ିବା ଆଶଙ୍କା

Sun Jul 30 , 2023
ପୁରୀ: ପୁଣି ଅସ୍ୱାଭାବିକ ରୂପ ନେଉଛି ମଙ୍ଗଳା ମୁହାଣ। ଗତିପଥ ବଦଳାଇଲାଣି। ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନ। ନା ଏହାର ପ୍ରତିକାର ବ୍ୟବସ୍ଥା କରାଯାଉଛି, ନା ମୁହାଣରୁ ବାଲି ହଟାଯାଉଛି। ଫଳରେ ମଙ୍ଗଳା ନଈର ଜଳ ସମୁଦ୍ର ଜଳରାଶି ସହ ମିଶି କୂଳ ଲଂଘିବା ଆରମ୍ଭ କରିଛି। ଷ୍ଟର୍ଲିନ୍‌ ଛକରେ ବାମ ପାର୍ଶ୍ଵକୁ ମାଡ଼ି ଆସି କୂଳ ଖାଇବା ସହ ପଥର ପ୍ୟାକିଂକୁ ସମ୍ପୂର୍ଣ୍ଣ […]
କୂଳ ଖାଉଛି ମଙ୍ଗଳା ନଈ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial