ରୁଷ ହାତରେ ୟୁକ୍ରେନର ଯୁଦ୍ଧଯୋଜନା : ଅନଲାଇନରେ ଲିକ୍ ହେଲା ନାଟୋର ଗୋପନ ରିପୋର୍ଟ

ରୁଷ ହାତରେ ୟୁକ୍ରେନର ଯୁଦ୍ଧଯୋଜନା

ନ୍ୟୁୟର୍କ : ରୁଷ୍ ଉପରେ ଆକ୍ରମଣ କରିବା ନିମନ୍ତେ ୟୁକ୍ରେନର ପ୍ରତିରକ୍ଷା ବାହିନୀକୁ ସୁଦୃଢ଼ କରିବା ପାଇଁ ଆମେରିକା ଏବଂ ନାଟୋ ପକ୍ଷରୁ ପ୍ରସ୍ତୁତ ଗୁପ୍ତ ସାମରିକ ଯୋଜନା ଥିବା ଅନେକ ଗୋପନୀୟ ଦସ୍ତାବିଜ ଅନଲାଇନରେ ଲିକ୍ ହୋଇଯାଇଛି। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଏସବୁ ଦସ୍ତାବିଜ ଏବେ ଟ୍ୱିଟର ଏବଂ ଟେଲିଗ୍ରାମରେ ଘୁରିବୁଲୁଛି। ଏପରି ସୁରକ୍ଷା ଉଲ୍ଲଙ୍ଘନକୁ ନେଇ ବାଇଡେନ ପ୍ରଶାସନ ଚିନ୍ତା ପ୍ରକଟ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି। ପେଣ୍ଟାଗନର ଡେପୁଟି ପ୍ରେସ୍ ସେକ୍ରେଟାରୀ ସବ୍ରିନା ସିଂହ ଗଣମାଧ୍ୟମକୁ କହିଛନ୍ତି, ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା ଖବର ବିଷୟରେ ଆମେ ଅବଗତ ଅଛୁ ଏବଂ ବିଭାଗ ଏହି ମାମଲାର ସମୀକ୍ଷା କରୁଛି।
ତେବେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ, ଲିକ୍ ହୋଇଥିବା ଦସ୍ତାବିଜରେ ଯୁଦ୍ଧ ଯୋଜନା ବିଷୟରେ କୌଣସି ଅତି ଜରୁରୀ ସୂଚନା ନାହିଁ ଏବଂ ୟୁକ୍ରେନ କେବେ ଏବଂ କିପରି ଆକ୍ରମଣ କରିବାକୁ ଚାହୁଁଛି ତାହା ମଧ୍ୟ କୁହାଯାଇନାହିଁ। ତେବେ ଦସ୍ତାବିଜଗୁଡ଼ିକ ୫ ସପ୍ତାହ ପୁରୁଣା ଓ ସେଥିରେ ରୁଷୀୟ ସେନାର ପରବର୍ତ୍ତୀ ଆକ୍ରମଣ ସମ୍ପର୍କରେ କେତେକ ତଥ୍ୟ ରହିଛି। ଏହି ଦସ୍ତାବିଜରେ ୟୁକ୍ରେନର ୧୨ଟି ଯୁଦ୍ଧ ବ୍ରିଗେଡର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି। ଏହି ବ୍ରିଗେଡଗୁଡ଼ିକମଧ୍ୟରୁ ୯ଟିକୁ ଆମେରିକା ଏବଂ ନାଟୋ ସେନା ପ୍ରଶିକ୍ଷଣ ଦେଉଛନ୍ତି ବୋଲି କୁହାଯାଇଛି। ଋଷସେନାକୁ ଘଉଡ଼ାଇବା ପାଇଁ ୨୫୦ଟି ଟ୍ୟାଙ୍କ ଏବଂ ୩୫୦ରୁ ଅଧିକ ଯାନ୍ତ୍ରିକ ଯାନର ଆବଶ୍ୟକତା ରହିଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି।

Share Now:

Kalinga News Beuro

Next Post

ମୃତ ଲୋକଙ୍କ ଆଧାର ତଥ୍ୟକୁ କ’ଣ କରାଯାଏ ? ସଂସଦରେ ସରକାର ରଖିଲେ ଉତ୍ତର

Fri Apr 7 , 2023
ନୂଆଦିଲ୍ଲୀ: ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଦେଶରେ ପ୍ରାୟ ୧୩୬ କୋଟି ଲୋକଙ୍କ ଆଧାର କାର୍ଡ ତିଆରି ହୋଇଛି। କିନ୍ତୁ ପ୍ରଶ୍ନ ଉଠୁଛି ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ଆଧାର କାର୍ଡର କ’ଣ ହେଲା। ଏଭଳି ଲୋକଙ୍କ ଆଧାର କାର୍ଡ କୁ ନେଇ ସରକାର କିମ୍ବା ୟୁଆଇଡିଏଆଇ କ’ଣ କରନ୍ତି ? କିମ୍ବା ମୃତ୍ୟୁବରଣ କରୁଥିବା ଲୋକଙ୍କ ଆଧାର କାର୍ଡ ସମ୍ବନ୍ଧୀୟ ତଥ୍ୟରେ କ’ଣ କରାଯାଇଛି ? ଏ ନେଇ […]
ମୃତ ଲୋକଙ୍କ ଆଧାର ତଥ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial