୬ବର୍ଷ ଶିଶୁର ଗୁଳିମାଡ଼ରେ ଶିକ୍ଷକ ଗୁରୁତର

ଗୁଳିମାଡ଼ରେ ଶିକ୍ଷକ ଗୁରୁତର

ଭର୍ଜିନିଆ: ଆମେରିକାର ପୂର୍ବରାଜ୍ୟ ଭିର୍ଜିନିଆରେ ଗତଶୁକ୍ରବାର ଛଅବର୍ଷର ଜଣେ ଶିଶୁ ପ୍ରାଥମିକ ସ୍କୁଲର ଶ୍ରେଣୀଗୃହ ଭିତରେ ଶିକ୍ଷକଙ୍କୁ ଗୁଳି ମାଡ଼ କରିଥିଲା। ଏହି ଗୁଳିମାଡ଼ର ଶିକାର ହେବାପରେ ଶିକ୍ଷକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ଠିକ ସମୟରେ ଚିକିତ୍ସା ହୋଇପାରି ଥିବାରୁ ଶିକ୍ଷକଙ୍କ ଜୀବନ ବଞ୍ଚି ଯାଇଛି ବୋଲି ଡାକ୍ତର କହିଛନ୍ତି। ଏହି ଘଟଣାରେ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ଆଘାତ ଲାଗି ନାହିଁ। ଶିଶୁକୁ ପୁଲିସ ହେପାଜତକୁ ନେଇ ପଚରାଉଚରା କରୁଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଶିଶୁ ହାତରେ ବନ୍ଧୁକ କିପରି ଆସିଥିଲା ତାହା ସ୍ପଷ୍ଟ ହୋଇ ପାରି ନଥିଲା। ସ୍କୁଲ ଅଧକ୍ଷ ଜାର୍ଜ ପାର୍କର କହିଛନ୍ତି, ‘ ଏହି ଘଟଣାକୁ ନେଇ ମୁଁ ସ୍ତବ୍ଧ ହୋଇଯାଇଛି, ନିରାଶ ଅଛି। ଆମକୁ ଏହା ସୁନିଶ୍ଚିତ କରିବା ପାଇଁ ସମୁଦାୟର ସମର୍ଥନ ଆବଶ୍ୟକ ରହିଛି କି ବନ୍ଧୁକ ଯେମିତି ପିଲାଙ୍କ ହାତକୁ ନଆସେ।’ ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଗତ ମଇ ମାସରେ ଟେକସାସର ଉବାଲଡେରେ ଜଣେ ୧୮ବର୍ଷର ବନ୍ଧୁକଧାରୀ ୧୯ଜଣ ପିଲା ଓ ଦୁଇଜଣ ଶିକ୍ଷକଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ ୪୪,୦୦୦ ବନ୍ଧୁକ ସମ୍ବନ୍ଧୀୟ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ପ୍ରାୟ ଅଧା ହତ୍ୟା, ଦୁର୍ଘଟଣା ଏବଂ ଆତ୍ମରକ୍ଷା ଘଟଣା ଥିବା ବଳେ ଏବଂ ଅଧା ଆତ୍ମହତ୍ୟା ମାମଲା ରହିଥିଲା ବୋଲି ରିପୋର୍ଟ ମିଳିଛି।

Share Now:

Kalinga News Beuro

Next Post

ଚଳନ୍ତା ପାସେଞ୍ଜର ଟ୍ରେନ୍‌ ଉପରେ ପଡ଼ିଗଲା କେବୁଲ ତାର : ଆଖପାଖ ଅଞ୍ଚଳରେ ଲାଗିଲା ନିଆଁ, ଲୋକେ ସୁରକ୍ଷିତ

Sat Jan 7 , 2023
ଭୁବନେଶ୍ୱର: ପୁରୀରୁ ଜଳେଶ୍ଵର ଯାଉଥିବା ଏକ ପସେଞ୍ଜର ଟ୍ରେନ୍‌ ଆଜି ଅପରାହ୍ନରେ ଦୁର୍ଘଟଣା ମୁହଁରୁ ଅଳ୍ପକେ ବର୍ତ୍ତିଛି। ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍‌ ପହଞ୍ଚିବା ପୂର୍ବରୁ ଅର୍ଥାତ ରାଜମହଲ ଓଭର ବିଜ୍‌ ନିକଟରେ ଟ୍ରେନ୍‌ରେ ଅଘଟଣ ଘଟିଛି। ତେବେ ଏହି ଅଘଟଣ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରାଜମହଲ ଓଭର ବ୍ରିଜ୍ ଦେଇ ଯାଉଥିବା ସମୟରେ ପାସେଞ୍ଜର ଟ୍ରେନ୍‌ ଉପରେ କେବୁଲ ତାର ପଡ଼ି ବଡଧରଣର […]
ଚଳନ୍ତା ପାସେଞ୍ଜର ଟ୍ରେନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial