ଚଳନ୍ତା ପାସେଞ୍ଜର ଟ୍ରେନ୍‌ ଉପରେ ପଡ଼ିଗଲା କେବୁଲ ତାର : ଆଖପାଖ ଅଞ୍ଚଳରେ ଲାଗିଲା ନିଆଁ, ଲୋକେ ସୁରକ୍ଷିତ

ଚଳନ୍ତା ପାସେଞ୍ଜର ଟ୍ରେନ୍‌

ଭୁବନେଶ୍ୱର: ପୁରୀରୁ ଜଳେଶ୍ଵର ଯାଉଥିବା ଏକ ପସେଞ୍ଜର ଟ୍ରେନ୍‌ ଆଜି ଅପରାହ୍ନରେ ଦୁର୍ଘଟଣା ମୁହଁରୁ ଅଳ୍ପକେ ବର୍ତ୍ତିଛି। ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍‌ ପହଞ୍ଚିବା ପୂର୍ବରୁ ଅର୍ଥାତ ରାଜମହଲ ଓଭର ବିଜ୍‌ ନିକଟରେ ଟ୍ରେନ୍‌ରେ ଅଘଟଣ ଘଟିଛି। ତେବେ ଏହି ଅଘଟଣ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରାଜମହଲ ଓଭର ବ୍ରିଜ୍ ଦେଇ ଯାଉଥିବା ସମୟରେ ପାସେଞ୍ଜର ଟ୍ରେନ୍‌ ଉପରେ କେବୁଲ ତାର ପଡ଼ି ବଡଧରଣର ଶବ୍ଦ ହୋଇଥିଲା। ଆଖପାଖ ଅଞ୍ଚଳରେ ନିଆଁ ଲାଗିଯାଇଥିଲା। ତେବେ ଟ୍ରେନ୍‌ରେ କୌଣସି ବିଶେଷ କ୍ଷତି ଘଟିନଥିଲା। କେବୁଲ୍ କାମରେ ଅବହେଳା ଯୋଗୁ ଏମିତି ଅଘଟଣ ଘଟିଥିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି। ପ୍ରାୟ ୪୫ ମିନିଟ ଧରି ଦୁଇଟି ଟ୍ରେନ ଅଟକିଥିଲା। କାହାର କୌଣସି କ୍ଷତି ଘଟିନାହିଁ। ଖାଲି ସେତିକି ନୁହଁ ପାଖ ଫାଳିକା ବଜାର ବସ୍ତିରେ ଜଣଙ୍କ ଘରକୁ ସାମାନ୍ୟ କ୍ଷତି ପହଞ୍ଚିଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଜାରି ରହିଛି ଶୀତ ଲହରି: ୧୦ ଡିଗ୍ରି ତଳେ ଓଡ଼ିଶାର ୨୧ ସହର

Sun Jan 8 , 2023
ଭୁବନେଶ୍ୱର: ରାଜ୍ୟରେ ଗତ ଦୁଇ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି। ଆଜି ୧୦ ଡିଗ୍ରି ତଳେ ଓଡ଼ିଶାର ୨୧ ସହର ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ବୋଲି ଜଣାଯାଇଛି। ସେମିଳିଗୁଡ଼ାରେ ୨ ଡିଗ୍ରି ତାପମାନ ରେକର୍ଡ ହୋଇଛି। ଝାରସୁଗୁଡ଼ାଠାରେ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ରାଉରକେଲାଠାରେ ୬.୪ ଡିଗ୍ରି, ସୁନ୍ଦରଗଡ଼ରେ ୬.୫, […]
୧୦ ଡିଗ୍ରି ତଳେ ଓଡ଼ିଶାର ୨୧ ସହର-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial