ମଝି ଦରିଆରେ ମାଛଧରା ଡଙ୍ଗାରୁ ଡେଇ ପଡ଼ିଲେ ମତ୍ସ୍ୟଜୀବୀ

ଭଦ୍ରକ: ମଝି ଦରିଆରେ ମାଛଧରା ଡଙ୍ଗାରୁ ଡେଇ ପଡ଼ିଲେ ମତ୍ସ୍ୟଜୀବୀ। ଧାମରା ସାମୁଦ୍ରିକ ଥାନା ଦ୍ଵାରା ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତି ହେଲେ ରାମଚନ୍ଦ୍ର ମୁର୍ମୁ। ସୂଚନା ଅନୁସାରେ ଧାମରା ସାମୁଦ୍ରିକ ଥାନା ଅଧୀନ କାଳ ନଳୀ ନିକଟରେ ସମୁଦ୍ରରୁ ମାଛ ମାରି ଧାମରା ଜେଠିକୁ ଆସୁଥିବା ରାଜଲକ୍ଷ୍ମୀ ନାମକ ବୋଟରୁ ଜଣେ ଧୀବର ରାମଚନ୍ଦ୍ର ମୁର୍ମୁ କୌଣସି କାରଣ ବସତ ଚଳନ୍ତା ବୋଟରୁ ମଝି ଦରିଆକୁ ଡେଇ ପଡ଼ି ଜୀବନ ହାରିବାକୁ ବସିଥିଲେ। ତେବେ ଡଙ୍ଗା ମଧ୍ୟରେ ଥିବା ଅନ୍ୟ ମତ୍ସ୍ୟଜୀବୀ ସଙ୍ଗେ ସଙ୍ଗେ ଧାମରା ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ। ସାମୁଦ୍ରିକ ଥାନା ପକ୍ଷରୁ କୁଶଳୀ ଅଧିକାରୀମାନେ ସଙ୍ଗେ ସଙ୍ଗେ ଅତ୍ୟାଧୁନିକ ଡଙ୍ଗା ସାହାଯ୍ୟରେ ଗଭୀର ସମୁଦ୍ରକୁ ଭାସି ଯାଉଥିବା ରାମଚନ୍ଦ୍ରକୁ ଉଦ୍ଧାର କରି ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଥିଲେ। ତେବେ ରାମଚନ୍ଦ୍ରଙ୍କ ଅବସ୍ଥା ଅଦ୍ୟାବଧି ଭଲ ଥିବା ବେଳେ କାହିଁକି ସେ ବୋଟରୁ ଡେଇ ଆତ୍ମହତ୍ୟା କରିବାକୁ ଚାହୁଥିଲେ ପୁଲିସ ତଦନ୍ତ କରୁଛି। ରାମଚନ୍ଦ୍ରଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଉଦଳା କପ୍ତିପଦାରେ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ହରିରାଜପୁର ମେଳଣକୁ ନେଇ ଉତ୍ସାହ : ମାନସିକଧାରୀ ରାତିତମାମ ଆତସବାଜୀ ଫୁଟାଇବାର ପରମ୍ପରା

Thu Mar 21 , 2024
ଜଟଣୀ: ଜଟଣୀର ହରିରାଜପୁର ବିଶ୍ୱ ପ୍ରସିଦ୍ଧ ମେଳଣକୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଏହି ମେଳଣର ଅନେକ ନିଆରା ପରମ୍ପରା ରହିଛି। ୪ ଦିନର ଏହି ଉତ୍ସବ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଜନସମାଗମ ହୁଏ। ବିଶେଷକରି ଠାକୁରଙ୍କ ଜମାଣରାତିରେ ଲକ୍ଷଲକ୍ଷ ଭକ୍ତ ଏକାଠି ହୋଇଥାନ୍ତି। ଏହି ସମୟରେ ସ୍ଥାନାଧିପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ନିକଟରେ ନିଷ୍ଠାର ସହ ମାନସିକ ତାହା ପୂର୍ଣ୍ଣହୁଏ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial