ମାଳତୀ ପୋଲ ଉପରେ ପାଣି : ସମ୍ବଲପୁର-ସୋନପୁର ଯୋଗାଯୋଗ ବିଛିନ୍ନ

ସମ୍ବଲପୁର-ସୋନପୁର ଯୋଗାଯୋଗ ବିଛିନ୍ନ

ସମ୍ବଲପୁର: ଲଗାଣ ବର୍ଷା ସାରା ରାଜ୍ୟରେ ଜାରି ରହିଥିବା ବେଳେ ସମ୍ବଲପୁର ସହର ଉପକଣ୍ଠ ମାଳତୀ ଗୁଣ୍ଡେରପୁରସ୍ଥିତ ମାଳତି ନଦୀ ପୋଲ ପାଣିରେ ବୁଡ଼ିଯିବା କାରଣରୁ ୧୫ ନମ୍ବର ରାଜ୍ୟ ରାଜପଥ ଦେଇ ସମ୍ବଲପୁର-ସୋନପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ହୀରାକୁଦର ୨୪ଟି ଗେଟ୍‌ ଖୋଲିବା ପରେ ମହାନଦୀ ପାଣି ଏହାର ଉପନଦୀ ମାଳତୀକୁ ପଶି ଆସିଥିଲା। ମାଳତୀରେ ପଛୁଆ ପାଣି ଆସି ଗୁଣ୍ଡେରପୁର ଲିମ୍‌ସରିଏନ୍‌ଠାରେ ଥିବା ପୋଲ ଉପରେ ଚାଲିଥିଲା। ଦିନ ୧୧ଟା ବେଳକୁ ଉକ୍ତ ପୋଲ ଉପରକୁ ପାଣି ଚଢ଼ି ସଂଧ୍ୟା ବେଳକୁ ଛାତିଏ ଉଚ୍ଚରେ ପାଣି ଚାଲିଥିଲା। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା।
ଆଜି ସକାଳୁ ଧମା ପଟୁ ସମ୍ବଲପୁର ସହରକୁ ପାଠ ପଢ଼ିବାକୁ ଆସିଥିବା ସ୍କୁଲ୍ କଲେଜ୍ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ମାନେ ଫେରିବାରେ ସମସ୍ୟା ହୋଇଥିଲା। ସବୁ ଗାଡ଼ି ଗୁଡ଼ିକ ଅବଶ୍ୟ ମାନେଶ୍ବର ଦେଇ ବୁଲି ଯିବା ଆସିବା କରିଥିଲେ। ମାଳତୀ ଗୁଣ୍ଡେରପୁରଠାରେ ଏକ ଉଚ୍ଚ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ସାଢ଼େ ତିନି ବର୍ଷ ବିତି ଯାଇଥିଲେ ବି ଏ ପର୍ଯ୍ୟନ୍ତ ସରକାର ଏ‌ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ଫଳରେ ସାମାନ୍ୟ ବଢ଼ି ହେଲେ ବା ହୀରାକୁଦରେ ୨୫ରୁ ଅଧିକ ଗେଟ୍‌ ଖୋଲିଲେ ଏହି ପୋଲ ଉପରେ ପାଣି ଚାଲେ ଓ ଯାତାୟତ ଠପ୍ ହୋଇଯାଏ। ପ୍ରତି ବର୍ଷ ବର୍ଷା ଋତୁରେ ଏକାଧିକ ବାର ଏଭଳି ସ୍ଥିତି ସୃଷ୍ଟି ହୁଏ।

Share Now:

Kalinga News Beuro

Next Post

ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଶେଷ ହେଲା ଫୁଲ ଡ୍ରେସ ରିହରସଲ

Sat Aug 13 , 2022
ଭୁବନେଶ୍ବର: ଦିନକ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ। ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଶେଷ ହୋଇଛି ଫୁଲ ଡ୍ରେସ ରିହରସଲ। ପୁଲିସ ମହାନିର୍ଦ୍ଦେଶକ ଫୁଲ ଡ୍ରେସ ରିହରସଲରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଚଳିତ ବର୍ଷ ପ୍ୟାରେଡରେ ୩ ଟି କଣ୍ଟିନଜେଣ୍ଟ ଭାଗ ନେବେ। ଏହା ସହ ବ୍ରାସ ବ୍ୟାଣ୍ଡ ମଧ୍ୟ ପରେଡରେ ସାମିଲ ହେବେ। ୩ ଟି କଣ୍ଟିଜେଣ୍ଟରେ ଓଡ୍ରାଫ, ଓଏସଏପି ଓ […]
ଶେଷ ହେଲା ଫୁଲ ଡ୍ରେସ ରିହରସଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial