କରୋନା ନେଇ ଗଜପତିଙ୍କ ଚିନ୍ତା : ମହାପ୍ରଭୁଙ୍କ କୃପାରୁ ଅତିଶୀଘ୍ର ଟଳିଯାଉ

ଭୁବନେଶ୍ୱର : ମାରାତ୍ମକ ଭୂତାଣୁ କରୋନା ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ାଇଦେଲଣି। ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ୨୧ଦିନିଆ ଲକ୍‌ଡାଉନ୍‌ ଆସନ୍ତା ୧୪ରେ ଶେଷ ହେବାକୁ ଥିବାବେଳେ ରାଜ୍ୟ ସରକାର ତା ପୂର୍ବରୁ କ୍ୟାବିନେଟ ଅନୁମୋଦନ ଆଧାରରେ ଏହି ସମୟସୀମାକୁ ଏପ୍ରିଲ ୩୦ ଯାଏ ବଢ଼ାଇଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ୱାଗତ କରିଛନ୍ତି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବିପଦ ଟଳିଯିବ ବୋଲି ମହାରାଜା ଆଶା ପ୍ରକାଶ କରିଛନ୍ତି। ଗଜପତି ମହାରାଜା ଏକ ବାର୍ତ୍ତାରେ କହିଛନ୍ତି, କରୋନା ଭାଇରସ୍‌ର ଭୟାବହତା ଦୃଷ୍ଟିରୁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ଏପ୍ରିଲ୍ ୩୦ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି; ଯାହାକି ସ୍ୱାଗତଯୋଗ୍ୟ ନିଷ୍ପତ୍ତି। ଏହି ନିୟମକୁ ସମସ୍ତେ ଆନ୍ତରିକତାର ସହ ପାଳନ କରିବା ଉଚିତ। ଏଥିସହ ସାରା ବିଶ୍ୱବାସୀଙ୍କ ପାଇଁ ଗଜପତି ମହାରାଜ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିଜେ ଗଜପତି ସପରିବାର ବିଦେଶରୁ ଫେରି କ୍ଵାରେଣ୍ଟିନରେ ଥିଲେ।

Share Now:

Kalinga News Beuro

Leave a Reply

Next Post

ବିଷାକ୍ତ ତେଲ ପିଇ ପ୍ରାଣ ହରାଇଲେ ମହିଳା

Sun Apr 12 , 2020
ପାଇକସାହି: ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ବିଷାକ୍ତ ତେଲ ପିଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ବେଳେ ଠାକୁରଗଡ଼ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ମଙ୍ଗଳୁ ବିଶ୍ୱାଳଙ୍କ ପତ୍ନୀ ମଞ୍ଜୁ ବିଷାକ୍ତ ତେଲ ପିଇଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମଞ୍ଜୁ ବିଶ୍ୱାଳଙ୍କୁ ଆଠମଲିକ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ପୂର୍ବାହ୍ନ ସାଢେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial