ଦନ୍ତା ମୁହଁରୁ ଅଳ୍ପକେ ବର୍ତିଲେ ମହିଳା

ଦନ୍ତା ମୁହଁରୁ ଅଳ୍ପକେ ବର୍ତିଲେ ମହିଳା

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳର ସରଗଡା ବନାଞ୍ଚଳ ଅଧିନ କଁଳାପାଟ ସଂରକ୍ଷିତ ଜଙ୍ଗଲ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ମହିଳା ଜଣଙ୍କ ହେଲେ ସରଗଡ଼ା ପଞ୍ଚାୟତର ଦଳେଇଡ଼ିହି ଗ୍ରାମର ପାନ ସର୍ଦ୍ଦାର (୪୮)। ସୂଚନାଥାଉକି, ପାନ ଆଜି ସକାଳ ୧୦ ଘଟିକା ସମୟରେ ନିଜ ଘରପାଖ ୨ଶହ ମିଟର ଦୂରରେ ଥିବା କଁଳାପାଟ ଜଙ୍ଗଲକୁ ପତ୍ର ତୋଲିବାକୁ ଯାଇଥିଲେ। ପତ୍ର ତୋଳୁଥିବା ସମୟରେ ପାନ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ। ହାତୀଟି ପ୍ରଥମେ ପାନଙ୍କୁ ଶୁଣ୍ଢରେ ଧରି ଘୋଷାରିଥିଲା ତେବେ ଏହି ସମୟରେ ଶାଢ଼ିଟି ହାତୀର ଶୁଣ୍ଢରେ ଗୁଡ଼ାଇ ହୋଇଥିଲା। ଫଳରେ ପାନ ତଳେ ପଡିଯାଇଥିଲେ। ମାତ୍ର, ଶାଢ଼ୀଟିକୁ ଛାଡି ପାନ ହାତୀ କବଳରୁ କୌଶଳ କ୍ରମେ ଖସି ଦୌଡ଼ି ପଳାଇଥିଲେ। ଏହି ସମୟରେ ଜଙ୍ଗଲ ନିକଟରେ ଥିବା ଗୋରୁ ଚରାଳିମାନେ ପାନଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ପହଞ୍ଚିଥିଲେ। ଫଳରେ ହାତୀଟି ଜଙ୍ଗଲ ଭିତରକୁ ପଳାଇଥିଲା। ପରେ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ସରଗଡା ବନପାଳ ଜୀବନ ବଲ୍ଲଭ ପାତ୍ରଙ୍କ ନେତୃତ୍ୱରେ ଫାୟାର ସ୍କ୍ବାର୍ଡ ଓ ସବୁଜ ବାହିନି ଟିମ ଘଟଣାସ୍ଥଳକୁ ପହଞ୍ଚି ପାନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ବନ ବିଭାଗ ଗାଡ଼ିରେ ଗୁରୁତର ପାନଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପାନଙ୍କ ଚିକିତ୍ସା ନିମନ୍ତେ ବନ ବିଭାଗ ପକ୍ଷରୁ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ପାନଙ୍କ ଆଖି ଓ କାନରେ ଆଘାତ ଲାଗିଥିବା ବେଳେ ତାଙ୍କୁ ବାରିପଦା ପିଆରଏମକୁ ହସ୍ତାନ୍ତରିତ କରାଯାଇଛି। ସୂଚନାଥାଉକି, ଗତ କିଛିଦିନ ଧରି ସରଗଡା ବନାଞ୍ଚଳର କଁଳାପାଟ ଓ ସରାଳି ସଂରକ୍ଷିତ ଜଙ୍ଗଲରେ ୨ ଗୋଟି ଦନ୍ତା, ୨ ମାଈ ହାତୀ ଓ ଗୋଟିଏ ହାତୀ ଛୁଆ ବୁଲୁଛନ୍ତି।

Share Now:

Kalinga News Beuro

Next Post

୪୩.୮ ଡିଗ୍ରି ସହ ସୋନପୁର ଉତ୍ତପ୍ତ ସହର ଭୁବନେଶ୍ବରରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡ଼ିଗ୍ରି ରେକର୍ଡ

Sun Apr 24 , 2022
ଭୁବନେଶ୍ବର: କ୍ରମାଗତ ଭାବେ ତୃତୀୟ ଦିନରେ ଭୁବନେଶ୍ବରରେ ଆଜି ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଆଜି ଦିନର ତାପାମାତ୍ରା ସର୍ବାଧିକ ୪୩.୩ ଡିଗ୍ରି ରେକର୍ଡ କରାଯାଇଛି। ଏହା ହେଉଛି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା। ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ‌ହୋଇଛି। କଟକରେ ଆଜି ୪୧ ଡିଗ୍ରି […]
ଭୁବନେଶ୍ବରରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡ଼ିଗ୍ରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial