ପୁଣି ଫେରିଲା ତାତି : ଭୁବନେଶ୍ୱରରେ ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ

ଭୁବନେଶ୍ୱର: ପ୍ରାୟ ଏକ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ପ୍ରବାହ ତୀବ୍ର ଦେଖାଯାଇଛି। ଆଜି ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଭୁବନେଶ୍ୱରରେ ଦିନ ୨ଟା ୩୦ର ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଚାନ୍ଦବାଲି ୩୯.୨, ଝାରସୁଗୁଡ଼ା ୩୮.୮, ରାଉରକେଲା ୩୭.୮, କେନ୍ଦୁଝର ୩୭.୪, ସମ୍ବଲପୁର ଓ ହୀରାକୁଦରେ ୩୭.୨, ବାଲେଶ୍ୱରରେ ୩୭, ପାରାଦୀପରେ ୩୫.୫, ପୁରୀରେ ୩୪.୬ ଓ ଗୋପାଳପୁରରେ ୩୪.୫ ଡିଗ୍ରି ରେକର୍ଡ କରାଯାଇଛି। ତେବେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ତାପମାତ୍ରା ଆଗାମୀ ଦିନରେ ଆହୁରି ବଢ଼ିପାରେ।

Share Now:

Kalinga News Beuro

Next Post

ଇରାନକୁ ଜବାବ ଦେବ ଇସ୍ରାଏଲ୍ : ଆମ ଲଢେଇ ଇସ୍ଲାମିକ ରିପବ୍ଲିକ ବିରୋଧରେ, ଇରାନ ଲୋକମାନଙ୍କ ବିରୋଧରେ ନୁହେଁ

Sun Apr 14 , 2024
ତେଲ୍ ଅଭିଭ୍ : ଇରାନ ଆକ୍ରମଣର ପ୍ରତିଶୋଧ ନେବ ଇସ୍ରାଏଲ। ଆଜି ସକାଳେ ଇରାନ ୩୦୦ରୁ ଅଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ସହ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ୯୯ ପ୍ରତିଶତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର କୁ ଖସାଇ ଦେଇଥିବା ଦାବି କରୁଥିବା ବେଳେ ଏହାକୁ ଏକ ପ୍ରକାର ଆତଙ୍କବାଦୀ ଆକ୍ରମଣ ବୋଲି ବିବେଚନା କରୁଛି। ଏହି ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି ଇସ୍ରାଏଲ କହିଛି। ସେ ଏକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial