ଇରାନକୁ ଜବାବ ଦେବ ଇସ୍ରାଏଲ୍ : ଆମ ଲଢେଇ ଇସ୍ଲାମିକ ରିପବ୍ଲିକ ବିରୋଧରେ, ଇରାନ ଲୋକମାନଙ୍କ ବିରୋଧରେ ନୁହେଁ

ତେଲ୍ ଅଭିଭ୍ : ଇରାନ ଆକ୍ରମଣର ପ୍ରତିଶୋଧ ନେବ ଇସ୍ରାଏଲ। ଆଜି ସକାଳେ ଇରାନ ୩୦୦ରୁ ଅଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ସହ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲ ୯୯ ପ୍ରତିଶତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର କୁ ଖସାଇ ଦେଇଥିବା ଦାବି କରୁଥିବା ବେଳେ ଏହାକୁ ଏକ ପ୍ରକାର ଆତଙ୍କବାଦୀ ଆକ୍ରମଣ ବୋଲି ବିବେଚନା କରୁଛି। ଏହି ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି ଇସ୍ରାଏଲ କହିଛି। ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଆମର ଲଢ଼େଇ ଇସଲାମିକ ରିପବ୍ଲିକ୍ ବିରୋଧରେ, ଇରାନର ଲୋକଙ୍କ ସହ ନୁହେଁ।
ଇରାନର ଏହି ଆକ୍ରମଣ ପରେ ଗତକାଲିର ରାତିକୁ ଇସ୍ରାଏଲ ଏକ ଲମ୍ବା ରାତି ବୋଲି ବର୍ଣ୍ଣନା କରିଛି। ଇସ୍ରାଏଲ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛି ଯେ “ଏହା ଏକ ଲମ୍ବା ରାତି ଥିଲା, ଏହାର ସକାଳ ହୋଇଛି। ଗୋଟିଏ କଥା ସ୍ପଷ୍ଟ ଯେ ଆମେ ଶକ୍ତିଶାଳୀ, ଦୃଢ଼ ଏବଂ ଆତଙ୍କବାଦ ଆଗରେ ଆମେ କେବେ ମୁଣ୍ଡ ନୁଆଁଇବୁ ନାହିଁ। ଯିଏ ଇସ୍ରାଏଲର ଲୋକମାନଙ୍କୁ କ୍ଷତି ପହଞ୍ଚାଇବ, ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ” ସୂଚନାଯୋଗ୍ୟ, ଏପ୍ରିଲ ପହିଲାରେ ସିରିଆର ରାଜଧାନୀ ଦାମାସ୍କସରେ ଥିବା ନିଜ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ପାଇଁ ଇରାନ ଇସ୍ରାଏଲକୁ ଦାୟୀ କରିଥିଲା, ଯେଉଁଥିରେ ଇରାନ ସେନାର ୨ ଜଣ ଜେନେରାଲଙ୍କ ସମେତ ରିଭୋଲ୍ୟୁସନରୀ ଗାର୍ଡର ୭ ଜଣ ଯବାନ ସହିଦ ହୋଇଥିଲେ। ସେବେଠାରୁ ଇରାନ ଇସ୍ରାଏଲ ଠାରୁ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛି।

Share Now:

Kalinga News Beuro

Next Post

ପଦ୍ମକେଶରପୁର ଗଣ୍ଡଗୋଳ ମାମଲା : ୨ ସାହୁକାର ଗିରଫ ୨ ଦଲାଲ ଫେରାର

Sun Apr 14 , 2024
ସୁଧ କାରବାରରେ ଲେଡି ଡନ୍ ମିନି ଚନ୍ଦ୍ରଶେଖରପୁର : ସୁଧ ବାବଦ ଟଙ୍କା ଆଦାୟ କରିବାକୁ ପଦ୍ମକେଶରପୁରରେ ଶ୍ୱଶୁର ଓ ବୋହୂଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ୨ ସାହୁକାରଙ୍କୁ ଆଜି ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ତାପସ ଦାସ ଓ ବାବୁଲା ଦାସ। ଗତକାଲି ରାତିରେ ପୁଲିସ ଜଣକୁ ବରିମୁଣ୍ଡରୁ ଓ ଅନ୍ୟଜଣକୁ ଗଣ୍ଡରପୁରରୁ ଗିରଫ କରିଥିଲା। ସେମାନଙ୍କ ଦୁଇ ସହଯୋଗୀ ତଥା ଦଲାଲ ସୁବ୍ରତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial