ତାଇୱାନ ସୀମାରେ ଚୀନର ଦାଦାଗିରି : ଅନୁପ୍ରବେଶ କଲେ ୮ ବିମାନ ଓ ୫ ଯୁଦ୍ଧ ଜାହାଜ

ତାଇଓ୍ଵାନ : ତାଇଓ୍ଵାନ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତାଇଓ୍ଵାନ ସରକାର କହିଛନ୍ତି ଯେ ଚୀନ୍ ତାଇୱାନ ଉପରେ କ୍ରମାଗତ ଭାବେ ନିଜର ହସ୍ତକ୍ଷେପ ବଢ଼ାଇଚାଲିଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଏନଡି) ସୂଚନା ଦେଇଛି ଯେ ସୋମବାର ଏବଂ ମଙ୍ଗଳବାର ତାଇୱାନ ସୀମାକୁ ୮ଟି ସାମରିକ ବିମାନ ଏବଂ ୫ଟି ନୌସେନା ଜାହାଜ ପଠାଇଥିଲା ଚୀନ। ଚୀନର ଏସବୁ ବିମାନ ଓ ଜାହାଜ ଉପରେ ନଜର ରଖିବା ପାଇଁ ତାଇୱାନ ମଧ୍ୟ ନିଜର ଲଢୁଆ ବିମାନ ଏବଂ ନୌସେନା ଜାହାଜ ପଠାଇଛି। ଏହାବ୍ୟତୀତ ତାଇୱାନ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ମଧ୍ୟ ମୁତୟନ କରିଛି।
ସୋମବାର (ଡିସେମ୍ବର ୨୫) ରାତି ସାଢ଼େ ୧୦ଟାରେ କେଲୁଙ୍ଗଠାରୁ ପ୍ରାୟ ୧୨୨ କିଲୋମିଟର ଉତ୍ତର-ପଶ୍ଚିମରେ ପ୍ରାୟ ୭୯୦୦ ମିଟର ଉଚ୍ଚତାରେ ତାଇଓ୍ଵାନ୍ ଷ୍ଟ୍ରେଟ୍ ମିଡ୍ ଲାଇନ୍ ଅତିକ୍ରମ କରୁଥିବା ଏକ ଚାଇନିଜ୍ ବେଲୁନ୍ କୁ ଏମ୍ଏନଡି ଟ୍ରାକ୍ କରିଥିଲା। ସେପ୍ଟେମ୍ବର ୨୫ ତାରିଖ ମଧ୍ୟରାତ୍ରିରେ ବେଲୁନଟି ପୂର୍ବ ଦିଗକୁ ଗତି କରି ଅଦୃଶ୍ୟ ହୋଇଯାଇଥିଲା ବୋଲି ଏମଏନଡି କହିଛି। ଏଗୁଡ଼ିକୁ ମାଶାଇ ଚଳିତ ମାସରେ ଚୀନ୍ ତାଇୱାନକୁ ୨୩୦ଟି ସାମରିକ ବିମାନ ଓ ୧୪୨ଟି ନୌସେନା ଜାହାଜ ପଠାଇଛି। ତାଇଓ୍ଵାନ ନିକଟରେ ଚୀନ୍ ସେନାର ବଢ଼ୁଥିବା କାର୍ଯ୍ୟକଳାପକୁ ନେଇ ଚିନ୍ତା ବଢିଚାଲିଛି । କିନ୍ତୁ ଚୀନ୍ ଯୁଦ୍ଧରେ ଆରମ୍ଭ କରିବାର ସମ୍ଭାବନା କମ୍ ବୋଲି କୁହାଯାଉଛି। ଅର୍ଥନୀତି ଉପରେ ବୈଦେଶିକ ନୀତିର ବହୁତ ପ୍ରଭାବ ରହିଛି। ତେଣୁ ଚୀନ୍ ପାଶ୍ଚାତ୍ୟ ଦେଶଗୁଡ଼ିକର କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବାକୁ ଚାହୁଁଛି।

Share Now:

Kalinga News Beuro

Next Post

ଚଉଷଠୀ ଯୋଗିନୀ ମହୋତ୍ସବ ଉଦ୍‌ଯାପିତ: ଯୋଗିନୀ ପୀଠରେ ନୃତ୍ୟର ଉଷ୍ମତା

Tue Dec 26 , 2023
ବାଲିଅନ୍ତା: ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ପୀଠ କଳାମଣ୍ଡପରେ ହୀରାପୁର ଗ୍ରାମ କମିଟି ଏବଂ ନୃତ୍ୟ ପ୍ରତିଭା ମିଳିତ ଆନୁକୂଲ୍ୟରେ ୩ ଦିନ ବ୍ୟାପୀ ଚାଲିଥିବା ୧୭ତମ ଚଉଷଠୀ ଯୋଗିନୀ ଶାସ୍ତ୍ରୀୟ ସାଂସ୍କୃତିକ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାର ଅତିଥି ଭାବେ ନୃତ୍ୟ ପ୍ରତିଭାର ସଭାପତି ଡ. ରଜନୀ ରଞ୍ଜନ, ଉପସଭାପତି ବଙ୍କିମ ଚନ୍ଦ୍ର ନାୟକ, ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ଗୁରୁ ସ୍ନେହପ୍ରଭା ସାମନ୍ତରାୟ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial