ପରାଜୟ ମାନିଲେ ଟ୍ରମ୍ପ: ଗଣତନ୍ତ୍ରପ୍ରେମୀ ଆଶ୍ବସ୍ତ, ବାଇଡେନଙ୍କୁ ସ୍ବାଗତ

ପରାଜୟ ମାନିଲେ ଟ୍ରମ୍ପ୍‌

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଶେଷରେ ତାଙ୍କର ନିର୍ବାଚନୀ ପରାଜୟକୁ ସ୍ବୀକାର କରିଛନ୍ତି ଏବଂ କ୍ଷମତା ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତି ଆମେରିକା ପାଇଁ ବଡ଼ ଆଶ୍ବସ୍ତିର କାରଣ ହୋଇଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ ସହିତ କ୍ଷମତା ହସ୍ତାନ୍ତର ପାଇଁ ବିଭିନ୍ନ ସ୍ତରରେ ପ୍ରସ୍ତୁତି ତ୍ବରାନ୍ବିତ ହୋଇଛି। ଡେମୋକ୍ରାଟିକ୍‌ ନେତା ଜୋ ବାଇଡେନ୍‌ ୨୦ ଜାନୁଆରିରେ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବେ। ତେବେ ଟ୍ରମ୍ପ୍‌ କହିଛନ୍ତି ଯେ କ୍ଷମତା ହସ୍ତାନ୍ତର ପରେ ମଧ୍ୟ ନିର୍ବାଚନରେ ହୋଇଥିବା ଜାଲିଆତି ବିରୋଧରେ ତାଙ୍କର ଲଢ଼େଇ ଜାରି ରହିବ। ଇତିମଧ୍ୟରେ ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌ ତାଙ୍କର ଟିମ୍‌ ମଧ୍ୟ ଘୋଷଣା କରିସାରିଛନ୍ତି। ନିର୍ବାଚନ ଶେଷ ହେବାର ୨ ସପ୍ତାହ ପରେ ଟ୍ରମ୍ପ୍‌ ପରାଜୟ ସ୍ବୀକାର କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥିବା କୁହାଯାଉଛି। ବିଭିନ୍ନ ରାଜ୍ୟ ଅଦାଲତରେ ନିର୍ବାଚନୀ ଜାଲିଆତି ନେଇ ଟ୍ରମ୍ପ୍‌ଙ୍କ ଆବେଦନ ଖାରଜ ହୋଇଯିବା ତାଙ୍କ ପାଇଁ ବଡ଼ ଝଟ୍‌କା ଥିଲା। ଗତକାଲି ଟ୍ରମ୍ପ୍‌ କ୍ଷମତା ହସ୍ତାନ୍ତର ପାଇଁ ମଂଜୁରି ଦେବାପରେ ଗଣତନ୍ତ୍ରପ୍ରେମୀମାନେ ଏହାକୁ ସ୍ବାଗତ କରିଛନ୍ତି ଏବଂ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ବିବିଧତା କାଏମ ରହିଛି ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ଆଇଆଇଏଫ୍‌ଏଲ୍‌ ଫାଇନାନ୍ସରୁ ଲୁଟ୍‌ ମାମଲା : ମହିଳା ଆସିଷ୍ଟାଣ୍ଟ୍‌ ମ୍ୟାନେଜର ବି ୪୨୦! ୭ ଅଭିଯୁକ୍ତ କୋର୍ଟ ଚାଲାଣ

Thu Nov 26 , 2020
କଟକ : ଆଇଆଇଏଫ୍‌ଏଲ୍‌ ଫାଇନାନ୍ସରେ ସୁନା ଅଳଙ୍କାର ଲୁଟ୍‌ ମାମଲାରେ ଆଉ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜର‌୍‌(ଗୋଲଡ୍‌ ଆପ୍ରାଇଜର‌୍‌) ଆଜି ସାମ୍‌ନାକୁ ଆସିଛନ୍ତି। ପୁରୀଘାଟ ଥାନା ଭଗତପୁର ଅଞ୍ଚଳର ନୀଳିମା ଲେଙ୍କାଙ୍କୁ କମିସନରେଟ୍‌ ପୁଲିସ ଆଜି ଗିରଫ କରିଛି। ଶାଖାରେ ଆସିଷ୍ଟାଣ୍ଟ୍‌ ମ୍ୟାନେଜର(ଗୋଲଡ୍‌ ଆପ୍ରାଇଜର) ଭାବେ କାର୍ଯ୍ୟରତ ଲାଲା ଅମୃତ ସାଗର ରାୟଙ୍କର ସହଯୋଗୀ ଥିଲେ ନୀଳିମା। ଉଭୟ ୨୦୧୬ରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟି ଆସୁଥିଲେ। ଆଜି ଲାଲାବାଗ […]
ଆଇଆଇଏଫ୍‌ଏଲ୍‌ ଲୁଟ୍‌ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial