ଇଣ୍ଡୋନେସିଆ ଭୂମିକମ୍ପ : ୨ ଦିନ ପରେ ଜୀବନ୍ତ ଶିଶୁ ଉଦ୍ଧାର

ଇଣ୍ଡୋନେସିଆ ଭୂମିକମ୍ପ

ଜାକାର୍ତ୍ତା : କଥାରେ ଅଛି ରଖେ ହରି ମାରେ କିଏ। ଏହା ପୁଣିଥରେ ପ୍ରମାଣିତ ହୋଇଯାଇଛି। ଗତ ସୋମବାରଦିନ ଇଣ୍ଡୋନେସିଆରେ ହୋଇଥିବା ଭୟଙ୍କର ଭୂମିକମ୍ପ ଯୋଗୁଁ ଶହ ଶହ ମୃତାହତ ହୋଇଥିବାବେଳେ ଗୋଟିଏ ଭଲ ଖବର ମିଳିଛି। ଏକ ୬ ବର୍ଷର ଶିଶୁ ୨ ଦିନ ଧରି ଭୂମିକମ୍ପର ଧ୍ବଂସସ୍ତୁପ ତଳେ ପୋତିହୋଇ ରହିବା ପରେ ତାକୁ ଜୀବନ୍ତ ଉଦ୍ଧାର କରାଯାଇଛି। ତାକୁ ଇଣ୍ଡୋନେସିଆର ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି। ଉକ୍ତ ଶିଶୁର ନାଁ ହେଉଛି ଆଜକା ମୌଲାନା ମାଲିକ୍। ତାକୁ ସିଆନଜୁର ଜିଲ୍ଲାର ନାଗରକ ଗାଁରେ ତାଙ୍କ ଘରର ଧ୍ବଂସସ୍ତୁପ ତଳୁ ଉଦ୍ଧାର କରାଯାଇଛି। କିନ୍ତୁ ଦୁଃଖର କଥା ହେଉଛି ତାକୁ ଯେଉଁଠାରୁ ଉଦ୍ଧାର କରାଯାଇଥିଲା ତାହାକୁ ଦେଖି ଉଦ୍ଧାରକାରୀଙ୍କ ଆଖିରେ ବି ଲୁହ ଆସିଯାଇଥିଲା। ତା ମା’ ଓ ଜେଜେମା’ଙ୍କ ମୃତଦେହ ନିକଟରୁ ତାକୁ ଉଦ୍ଧାର କରାଯାଇଛି। ଶିଶୁକୁ ରକ୍ଷା କରିବା ଅବସ୍ଥାରେ ହିଁ ତା ମା ଓ ଜେଜେମାଙ୍କ ପ୍ରାଣ ଚାଲିଯାଇଥିଲା। ତାକୁ ଏକ ଗଦି ତଳେ ରଖାଯାଇଥିବାରୁ ସେ ବଞ୍ଚିପାରିଥିଲା। ଆଜକାର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ତାକୁ ଏକ ସ୍ଥାନୀୟ ହସପିଟାଲରେ ଚିକିତ୍ସା କରାଯାଉଛି। ସୂଚନାଯୋଗ୍ୟ ଯେ, ଗତ ସୋମବାରଦିନ ଇଣ୍ଡୋନେସିଆର ପଶ୍ଚିମ ଜାଭା ଦ୍ବୀପରେ ଆସିଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୨୬୮ରେ ପହଞ୍ଚିଛି। ଆହୁରି ୧୫୧ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି। ଏଣୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି।

Share Now:

Kalinga News Beuro

Next Post

୨୫ ତାରିଖରୁ ରସୁଲଗଡ଼ ଫ୍ଲାଏ ଓଭର ଫାଳେ ବନ୍ଦ : ବିକଳ୍ପ ଆରଓବିରେ ନୟାନ୍ତ ହେବେ ଚାଳକ

Thu Nov 24 , 2022
ଭୁବନେଶ୍ବର: ବାଣୀବିହାର ଆରଓବି ପ୍ରଶସ୍ତୀକରଣ କାର୍ଯ୍ୟ ୨୫ ତାରିଖ ଅର୍ଥାତ୍‌ ଶୁକ୍ରବାର ଠାରୁ ଆରମ୍ଭ ହେବ। ଏଥିପାଇଁ ଏହି ଆରଓବି କଡ଼ରେ ନିର୍ମାଣ ହୋଇଥିବା ବିକଳ୍ପ ଆରଓବିରେ ଗାଡ଼ି ଯିବା ଆସିବା କରିବ। ମୁଖ୍ୟ ରାସ୍ତାକୁ କାମ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଅର୍ଥାତ୍‌ ବାଣୀବିହାର ପଟୁ କଟକ ଆଡ଼କୁ ଯାଉଥିବା ସମସ୍ତ ଯାନବାହନ ରସୁଲଗଡ଼ ଫ୍ଲାଏ ଓଭରବ୍ରିଜ୍‌ ଦେଇ ଯାଇପାରିବେ ନାହିଁ। ହାଲୁକା ଯାନ ଓ ଭାରୀଯାନ […]
୨୫ ତାରିଖରୁ ରସୁଲଗଡ଼ ଫ୍ଲାଏ ଓଭର ଫାଳେ ବନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial