ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ଙ୍କ କରୋନାଭାଇରସ୍‌ ଟାସ୍କ୍‌ ଫୋର୍ସରେ ସାମିଲ ହୋଇପାରନ୍ତି ଭାରତୀୟ ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତି

ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି-ନିର୍ବାଚିତ ଜୋ’ ବାଇଡେନ୍‌ ସୋମବାର ଦିନ ଘୋଷଣା କରିବାକୁ ଥିବା କରୋନାଭାଇରସ୍‌ ଟାସ୍କ୍‌ ଫୋର୍ସରେ ଭାରତୀୟ-ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ସାମିଲ କରାଯାଇପାରେ। କର୍ଣ୍ଣାଟକର ମୂଳ ବାସିନ୍ଦା ତଥା ଇଂଲଣ୍ଡ୍‌ରେ ଜନ୍ମିତ ୪୩ ବର୍ଷିୟ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ୨୦୧୪ରେ ତତ୍‌କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ଆମେରିକାର ଊନବିଂଶତମ ‘ସର୍ଜନ୍ ଜେନେରାଲ୍‌’ ଭାବେ ନିଯୁକ୍ତ କରିଥିଲେ। ପ୍ରଥମ ବିଜୟ ଅଭିଭାଷଣରେ ରାଷ୍ଟ୍ରପତି-ନିର୍ବାଚିତ ଜୋ’ ବାଇଡେନ୍‌ କହିଥିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକାର ବିଧ୍ବଂସ୍ତ ଅର୍ଥନୀତିକୁ ସୁଧାରିବା ଲାଗି କରୋନାଭାଇରସ୍‌ ସହ ମୁକାବିଲା ନିମନ୍ତେ ସେ କୌଣସି ଉଦ୍ୟମ ବାକି ରଖିବେ ନାହିଁ। ସେ କହିଥିଲେ, ବାଇଡେନ୍‌-ହ୍ୟାରିସ୍‌ କ‌େରୋନାଭାଇରସ୍‌ ଯୋଜନାକୁ ଗ୍ରହଣ କରି ତାହାକୁ ୨୦୨୧, ଜାନୁଆରି ୨୦ ତାରିଖରେ ଆରମ୍ଭ ହେଉଥିବା ‘ଆକ୍ସନ୍‌ ବ୍ଲୁପ୍ରିଣ୍ଟ୍‌’ରେ ପରିଣତ କରିବାରେ ସହାୟତା କରିବାକୁ ‘ମଧ୍ୟବର୍ତ୍ତୀକାଳୀନ ପରାମର୍ଶଦାତା’ ଭାବେ ସୋମବାର ଦିନ ମୁଁ ଦଳେ ଅଗ୍ରଣୀ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ନାମ ଘୋଷଣା କରିବି। କିନ୍ତୁ, ଏହି କରୋନାଭାଇରସ୍‌ ଟାସ୍କ୍‌ ଫୋର୍ସର ନେତୃତ୍ବ କିଏ ନେବ, ତାହା ସେ ଘୋଷଣା କରିନାହାନ୍ତି। କେତେକ ସମ୍ବାଦ ସରବରାହ ସଂସ୍ଥାଙ୍କ କହିବା ଅନୁସାରେ, ଡାକ୍ତର ବିବେକ ମୂର୍ତ୍ତି ଏବଂ ପୂର୍ବତନ ଖାଦ୍ୟ ଏବଂ ଔଷଧ ପ୍ରଶାସନ କମିସନର୍‌ ଡେଭିଡ୍‌ କେସ୍‌ଲର୍‌ ମିଳିତ ଭାବେ ଏହି ଟାସ୍କ୍‌ଫୋର୍ସର ଅଧ୍ୟକ୍ଷତା କରିବେ।

Share Now:

Kalinga News Beuro

Next Post

ବନ୍ଧୁକ ସହିତ ସେଲଫି ନେବା ‌ହେଲା କାଳ: ଛାତିରେ ଗୁଳି ଫୁଟିବାରୁ ଯୁବକଙ୍କ ହେଲା ମୃତ୍ୟୁ

Sun Nov 8 , 2020
ଗ୍ରେଟର ନୋଏଡା: ଗ୍ରେଟର ନୋଏଡାରେ ବସବାସ କରୁଥିବା ଜଣେ ଯୁବକଙ୍କୁ ବନ୍ଧୁକ ସହିତ ସେଲଫି ନେବା ମହଙ୍ଗା ପଡ଼ିଛି। ବନ୍ଧୁକର ଟ୍ରିଗର ଚାପି ହୋଇଯିବାରୁ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖେଦା-ଧର୍ମପୁରା ଗାଁର ସୌରଭ ମାଭି ତାଙ୍କ ସାଙ୍ଗ ନାକୁଲ ଶର୍ମାଙ୍କ ସହ ଯାଉଥିଲେ। ଏହି ସମୟରେ ସେ ପାଖରେ ଥିବା ବନ୍ଧୁକରେ ଗୁଳି ଲୋଡିଂ ଓ ଅନଲୋଡିଂ କରି ସେଲଫି ନେବାକୁ ପୋଚ ଦେଉଥିଲେ। ସେଲଫି ନେବା […]
ଛାତିରେ ଗୁଳି ଫୁଟିବାରୁ ଯୁବକଙ୍କ ହେଲା ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial