ଇଣ୍ଡୋନେସିଆରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ : ଦୋହଲି ଗଲା କୋଠାବାଡ଼ି

ଇଣ୍ଡୋନେସିଆରରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ

ଜାକର୍ତା: ଆଜି ଇଣ୍ଡୋନେସିଆର ତିମୋର ଦ୍ବୀପରେ ୬.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେବାରୁ କେତେକ କୋଠାବାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକମାନେ ଭୟଭୀତ ହୋଇଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। କିନ୍ତୁ, ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ଖବର ତୁରନ୍ତ ମିଳି ପାରିନାହିଁ। ‘ୟୁଏସ୍‌ ଜିଓଲୋଜିକାଲ୍ ସର୍ଭେ’ ରିପୋର୍ଟ କରିଛି, ଇଷ୍ଟ୍‌ ନୁସା ତେଙ୍ଗାରା ପ୍ରଦେଶର ରାଜଧାନୀ ନଗରୀ କୁପାଙ୍ଗ୍‌ର ଉତ୍ତର-ଉତ୍ତରପୂର୍ବକୁ ୨୧ କିଲୋମିଟର୍‌ ଦୂର ଏବଂ ଭୂଗର୍ଭର ୩୬.୧ ଗଭୀର ହେଉଛି ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ। ଇଣ୍ଡୋନେସିଆର ‘ମିଟେରୋଲୋଜି, କ୍ଲାଇମାଟୋଲୋଜି ଓ ଜିଓଫିଜିକାଲ୍‌ ଏଜେନ୍‌ସି’ରେ ଥିବା ‘ଭୂମିକମ୍ପ ଓ ସୁନାମି କେନ୍ଦ୍ର’ର ମୁଖ୍ୟ ଡେରିୟୋନୋ କହିଛନ୍ତି, ସ୍ଥଳଭାଗରେ ଏହି ଭୂମିକମ୍ପ ସଙ୍ଘଠିତ ହୋଇଥିବାରୁ କେତେକ ସହର ଓ ଗ୍ରାମରେ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଲୋକମାନେ ଆତଙ୍କିତ ହୋଇ ଯାଇଥିଲେ। ଏହି ଭୂମିକମ୍ପର ତୀବ୍ରତା ୬.୬ ବୋଲି ପ୍ରଥମେ ‘ଭୂମିକମ୍ପ ଓ ସୁନାମି କେନ୍ଦ୍ର’ ସୂଚନା ଦେଇଥିଲା। ପରେ ସଂଶୋଧନ କରି ଏହାର ତୀବ୍ରତା ୬.୩ ବୋଲି ସୂଚନା ଦେଲା। କିନ୍ତୁ, ଏହି ଭୂମିକମ୍ପର ତୀବ୍ରତା ୬.୧ ବୋଲି ପରିଶେଷରେ ‘ୟୁଏସ୍‌ଜିଏସ୍‌’ ରିପୋର୍ଟ ଦେଲା।
‘ଏକ୍ସ୍‌’ କରି ‘ଭୂମିକମ୍ପ ଓ ସୁନାମି କେନ୍ଦ୍ର’ର ମୁଖ୍ୟ ଡେରିୟୋନୋ କହିଛନ୍ତି, ଭୂମିକମ୍ପଯୋଗୁଁ କେତେକ କୋଠାବାଡ଼ି ସାମାନ୍ୟ ନଷ୍ଟ ହୋଇଛି। କିନ୍ତୁ, ସୁନାମି ଆସିବାର ଆଶଙ୍କା ନାହିଁ। ଘଟଣା ସମୟରେ ଉତ୍ତୋଳିତ ହୋଇଥିବା ଏବଂ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓରେ ଦେଖାଯାଉଛି, ପ୍ରତ୍ୟୁଷ ପରେ ପରେ ଘରବାଡ଼ି ଦୋହଲି ଉଠିବାରୁ କୁପାଙ୍ଗ୍‌ବାସୀମାନେ ଆତଙ୍କିତ ହୋଇ ଉଠୁଛନ୍ତି। ଗଭର୍ଣ୍ଣର୍‌ ଓ ମେୟର୍‌ଙ୍କ କାର୍ଯ୍ୟାଳୟର ‘ସିଲିଙ୍ଗ୍‌’ ନଷ୍ଟ ହୋଇଥିବା କଥା ମଧ୍ୟ କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

Share Now:

Kalinga News Beuro

Next Post

ମଧ୍ୟପ୍ରାଚ୍ୟ ଆତଙ୍କବାଦୀ ସଙ୍ଗଠନକୁ ଅସ୍ତ୍ରଶସ୍ତ୍ର ବିକି ପାରନ୍ତି କିମ୍‌ ଜଙ୍ଗ୍‌ ଉନ୍‌: ରିପୋର୍ଟ

Thu Nov 2 , 2023
ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟର ଆତଙ୍କବାଦୀ ସଙ୍ଗଠନକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବା କଥା ଉତ୍ତର କୋରିଆର ନେତା କିମ୍‌ ଜଙ୍ଗ୍‌ ଉନ୍‌ ବିଚାର କରୁଛନ୍ତି ବୋଲି ଦକ୍ଷିଣ କୋରିଆ ଗୁଇନ୍ଦା ଏଜେନ୍‌ସିସୂତ୍ରରୁ ଉଦ୍ଧାର କରି ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି। ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବା ବେଳେ ପାଲେଷ୍ଟିନୀୟମାନଙ୍କୁ ସମର୍ଥନ କରିବା ଲାଗି ମଧ୍ୟ ସେ ତାଙ୍କ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି। ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ପାଇଁ ଜାତିସଂଘର କଟକଣା ସମୁଖୀନ […]
ଆତଙ୍କବାଦୀ ସଙ୍ଗଠନକୁ ଅସ୍ତ୍ରଶସ୍ତ୍ର ବିକି ପାରନ୍ତି କିମ୍‌ ଜଙ୍ଗ୍‌ ଉନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial