ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସାଉଥ କୋରିଆ କିକ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ବିଦା

କାଜାନ : ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ। ୨୦୧୪ ବିଶ୍ୱକପ୍‌ର ବିଜେତା ତଥା ବିଶ୍ୱମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଜର୍ମାନିର ମସ୍କୋ ବିଶ୍ୱକପ୍‌ ଅଭିଯାନ ଅକାଳରେ ଶେଷ ହୋଇଯାଇଛି। ଡଫେଣ୍ଡିଂ ଚାମ୍ପିୟନ ଜର୍ମାନୀକୁ ୨-୦ ଗୋଲରେ ହରାଇ ବିପର୍ଯ୍ୟୟ ଆଣିଛି ସାଉଥ୍‌ କୋରିଆ। ଗ୍ରୁପ-Fର ଶେଷ ଲିଗ୍ ମ୍ୟାଚ୍‌ରେ ହାରି ଜର୍ମାନୀ ଫିଫା ବିଶ୍ୱକପରୁ ବିଦାୟ ନେଇଛି। ୨୦୧୪ ବିଶ୍ୱକପରେ ଚାମ୍ପିୟନ ଦଳ ୨୦୧୮ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦା ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି, ବିଶ୍ୱାସ ହେଉନଥିଲେ ବି ସତ। ଲିଗ୍‌ ପର୍ଯ୍ୟାୟର ୩ଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍‌ରେ ପରାଜୟ ଫଳରେ ବିଦାୟ ନେଇଛି ଡିଫେଣ୍ଡିଂ ଚାମ୍ପିୟନ।     ୧୯୩୮ ମସିହା ପରେ ପ୍ରଥମ ଥର ପାଇଁ ଜର୍ମାନୀ, ଫିଫା ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି। ସବୁଠୁ ମଜାଦାର କଥା ହେଲା ୨୦୦୨ରେ ଡିଫେଣ୍ଡି ଚାମ୍ପିୟନ ଫ୍ରାନ୍ସ, ୨୦୧୦ରେ ଡିଫେଣ୍ଡିଂ ଚାମ୍ପିୟନ ଇଟାଲୀ ଓ ୨୦୧୪ ବିଶ୍ୱକପରେ ଡିଫେଣ୍ଡି ଚାମ୍ପିୟନ ସ୍ପେନ୍‌ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ଏହି ପରମ୍ପରା ଏଥର ଜର୍ମାନୀ ମଧ୍ୟ ବଳବତ୍ତର ରଖିଛି।

 

Share Now:

Kalinga News Beuro

Leave a Reply

Next Post

ଆଗକୁ କନ୍ଦାଇବ ପିଆଜ:ଯୋଗାଣ ବିଭାଗକୁ ବେପାରୀଙ୍କ ଚ୍ୟାଲେଞ୍ଜ

Thu Jun 28 , 2018
ଖାଉଟିଙ୍କୁ ଶୋଷଣ, ମନଇଚ୍ଛା ବଢ଼ାଉଛନ୍ତି ପିିଆଜ ଦର ଖଣ୍ଡଗିରିି: ମାତ୍ର ଗୋଟିଏ ଦିନରେ ବଢ଼ିଲା ୪ ଟଙ୍କା। ଗତକାଲି ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଆଜି ଖୁଚୁରା ବଜାରରେ ୨୪ ଟଙ୍କାରେ ବିକ୍ରି ହୋଇଛି। କୌଣସି କାରଣ ନଥାଇ ଖୁଚୁରା ବଜାରରେ ଏମିତି ହୁ ହୁ ହୋଇ ବଢ଼ି ଚାଲିଥିବା ପିଆଜ ଦର ଖାଉଟିଙ୍କୁ କନ୍ଦାଇଲାଣି। ଅଥଚ ଯୋଗାଣ ବିଭାଗ ନିଦାବିଷ୍ଣୁ ସାଜି ଚୁପ୍‌ ବସିଛିି। ବିଭାଗୀୟ ଇଣ୍ଟେଲିନେ୍‌ସି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial