ବିସ୍ଫୋରଣରେ ଜଳିଗଲା ‘ସ୍ପେସ୍‌ଏକ୍ସ୍‍’ର ରକେଟ୍‌ ‘ଷ୍ଟାର୍‌ସିପ୍‌’

ଜଳିଗଲା ‘ସ୍ପେସ୍‌ଏକ୍ସ୍‍’ର ରକେଟ୍‌ ‘ଷ୍ଟାର୍‌ସିପ୍‌’

ନୂଆଦିଲ୍ଲ: ବୁଧବାର ଦିନ ଟେକ୍ସାସ୍‌ର ଏକ ରକେଟ୍‌ ଉତ୍‌କ୍ଷେପଣ କେନ୍ଦ୍ରରୁ ସଫଳ ପରୀକ୍ଷାମୂଳକ ଉତ୍‌କ୍ଷେପଣ କରାଯିବା ପରେ ଅବତରଣ ସମୟରେ ‘ସ୍ପେସ୍‌ଏକ୍ସ୍‍’ର ‘ପ୍ରୋଟୋଟାଇପ୍‌’ ରକେଟ୍‌ ‘ଷ୍ଟାର୍‌ସିପ୍‌’ର ବିସ୍ଫୋରଣ ଘଟିଛି। ଏହି ରକେଟ୍‌ ବସ୍ଫୋରଣ ଦୃଶ୍ୟର ଭିଡିଓ ମଧ୍ୟ ଉତ୍ତୋଳନ କରାଯାଇଛି। ଭବିଷ୍ୟତରେ ଛଅ ମହଲା ଅଟ୍ଟାଳିକା ଉଚ୍ଚତାବିଶିଷ୍ଟ ‘ସ୍ପେସ୍‌ଏକ୍ସ’ର ‘ଷ୍ଟାର୍‌ସିପ୍‌’ ନାମକ ଏହି ରକେଟ୍‌ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଅଭିଯାନରେ ବ୍ୟବହୃତ ହେବ। ଏଥିରେ ମଣିଷ ସହ ୧୦୦ ଟନ୍‌ ଓଜନର ବିଭିନ୍ନ ସାମଗ୍ରୀ ପରିବହନ କରାଯାଇ ପାରିବ ବୋଲି ଏଲନ୍‌ ମସ୍କ୍‌ଙ୍କ ଘରୋଇ ମହାକାଶ କମ୍ପାନି ‘ସ୍ପେସ୍‌ଏକ୍ସ୍‍’ ଯୋଜନା କରିଛି।

ବୁଧବାର ଦିନ ଏହି ‘ସେଲ୍‌ଫ୍‌-ଗାଇଡେଡ୍‌’ ରକେଟ୍‌ ‘ଷ୍ଟାର୍‌ସିପ୍‌’ ଆକାଶକୁ ଉଠି ପୁଣି ଧୀରେ ଧୀରେ ‘ଲ୍ୟାଣ୍ଡିଙ୍ଗ୍‌ ପ୍ୟାଡ୍‌’ରେ ଅବତରଣ କରିଥିଲା। କିନ୍ତୁ, କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍‌ ଯୋଗୁଁ ଏଥିରେ ବିସ୍ଫୋରଣ ଘଟିଥିଲା। ‘ସ୍ପେସ୍‌ଏକ୍ସ’ଦ୍ୱାରା ନୂଆକରି ବିକଶିତ ‘ରାପ୍ଟର୍‌ ଇଞ୍ଜିନ୍‌’ ସହାୟତାରେ ପ୍ରଥମ ଥର ପାଇଁ ଉତ୍‌କ୍ଷେପିତ ଏହି ରକେଟ୍‌ ୪୧ ୦୦୦ ଫୁଟ୍‌ ଉଚ୍ଚକୁ ଉଠିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ, ରକେଟ୍‌ଟି ନିର୍ଦ୍ଧାରିତ ଉଚ୍ଚତାକୁ ଯାଇଥିଲା କି, ନାହିଁ ‘ସ୍ପେସ୍‌ଏକ୍ସ’ ସୁନିଶ୍ଚିତ ହୋଇପାରିନାହିଁ। ରକେଟ୍‌ ବିସ୍ଫୋରଣ ଘଟଣା ପରେ ‘ଏଲନ୍‌ ମସ୍କ୍‌’ ତୁରନ୍ତ ଟୁଇଟ୍‌ କରି ସୂଚନା ଦେଇଥିଲା ଯେ, ଅବତରଣ ସମୟରେ ‘ଫୁଏଲ୍‌ ହେଡର୍‌ ଟ୍ୟାଙ୍କ୍‌’ର ନିମ୍ନଚାପ କାରଣରୁ ଅବତରଣ ବେଗ ବୃଦ୍ଧି ପାଇବା ଯୋଗୁଁ ରକେଟ୍‌ କ୍ରାସ୍‌ ଲ୍ୟାଣ୍ଡିଙ୍ଗ୍‌ କରିଛି।

Share Now:

Kalinga News Beuro

Next Post

ଆମରଣ ଅନଶନରେ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ: ୫ ଅସୁସ୍ଥ, ଜଣେ ଗୁରୁତର

Thu Dec 10 , 2020
ଭୁବନେଶ୍ବର: ବୁଧବାର ଠାରୁ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସ୍ଥାୟୀ ନିଯୁକ୍ତି ଦାବିରେ ୧୨ ଦିନ ଅହୋରାତ୍ର ଧାରଣା ଦେବା ପରେ ଗତକାଲିଠାରୁ ସେମାନେ ଆନ୍ଦୋଳନକୁ ଜୋର୍‌ଦାର୍‌ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ପ୍ରଥମ ଦିନରେ ୫ ଜଣ ଏଏନ୍ଏମ୍ ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକର ସସ୍ମିତା ପାଢ଼ୀ(୨୨)ଙ୍କ ଅବସ୍ଥା ଗୁରୁତର ଥିବାବେଳେ ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅନଶନସ୍ଥଳରେ ଅସୁସ୍ଥ ହୋଇପଡ଼ିଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ପୁଲିସ […]
ଆମରଣ ଅନଶନରେ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial