ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘର ଜରୁରୀ ବୈଠକ : ଅସ୍ତ୍ରବିରତି ପାଇଁ ଆହ୍ବାନ

ଜାତିସଂଘର ଜରୁରୀ ବୈଠକ

ନୂଆଦିଲ୍ଲୀ : ୟୁକ୍ରେନ ସଂକଟ ଉପରେ ମିଳିତ ଜାତିସଂଘ ସାଧାରଣ ପରିଷଦର ଏକ ଜରୁରୀକାଳୀନ ବୈଠକ ଆରମ୍ଭ ହୋଇଯାଇଛି। ଏହି ବୈଠକରେ ଜାତିସଂଘରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି ଯୁଦ୍ଧ ଯୋଗୁଁ ଉଭୟ ପକ୍ଷର ବ୍ୟାପକ କ୍ଷତି ହୋଇଛି। ରୁଷିଆର ହଜାର ହଜାର ସୈନ୍ୟ ମୃତ୍ୟୁବରଣ କରିଛନ୍ତି। ଏଣୁ ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରୁ ଓ ନିଃସର୍ତ୍ତ ସୈନ୍ୟ ପ୍ରତ୍ୟାହାର କରୁ। ଏହା ସହିତ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର ପାଳନ କରୁ। ତୁରନ୍ତ ଅସ୍ତ୍ରବିରତି ପାଇଁ ଆହ୍ବାନ ଜଣାଇଛି ଜାତିସଂଘ ସାଧାରଣ ପରିଷଦ। ଜାତିଂସଘ ମହାସଚିବ ଆଣ୍ଟୋନିଓ ଗୁଏଟାରେସ କହିଛନ୍ତି ୟୁକ୍ରେନକୁ ସବୁ ପ୍ରକାରର ମାନବୀୟ ସହାୟତା ପ୍ରଦାନ କରାଯିବ। ମାନବୀୟ ସହାୟତା ହିଁ ଏକମାତ୍ର ସମାଧାନ ରହିଛି। ଅନ୍ୟପକ୍ଷରେ ୟୁକ୍ରେନ-ବେଲାରୁଷ୍ ସୀମା ନିକଟରେ ଥିବା ପ୍ରିପାଟ୍ ନଦୀ ନିକଟରେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଆଲୋଚନା ଜାରି ରହିଛି। ଏହି ଆଲୋଚନା ବେଳେ ୟୁକ୍ରେନ ପକ୍ଷରୁ କେତେକ ଦାବି ରଖାଯାଇଛି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ଦାବି ହେଉଛି ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରୁ ଓ ନିଜର ସୈନ୍ୟମାନଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରୁ। ଅନ୍ୟପକ୍ଷରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ରୁଷିଆର ସୁରକ୍ଷା ଚିନ୍ତାଗୁଡ଼ିକ ଦୂର ହେଲେ ହିଁ ୟୁକ୍ରେନ ସଂକଟର ସ୍ଥାୟୀ ସମାଧାନ ହୋଇପାରିବ।

Share Now:

Kalinga News Beuro

Next Post

ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ପାଇଁ ତୃତୀୟ ଉଚ୍ଚ ସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ

Mon Feb 28 , 2022
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ଏକ ଉଚ୍ଚ ସ୍ତରୀୟ ବୈଠକ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ବୈଠକ କରିସାରିଥିବା ବେଳେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଆଣିବା ପାଇଁ କରାଯାଉଥିବା ଉଦ୍ୟମ ଉପରେ ସମୀକ୍ଷା କରିଛନ୍ତି। ଗତକାଲି ହୋଇଥିବା ବୈଠକରେ ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରୁ ଭାରତୀୟମାନଙ୍କୁ ସ୍ଥାନାନ୍ତରଣ ପାଇଁ ଚାଲିଥିବା ଅଭିଯାନ ପ୍ରକ୍ରିୟାରେ ସମନ୍ବୟ ରକ୍ଷା ନିମନ୍ତେ […]
ପ୍ରଧାନମନ୍ତ୍ରୀ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial