ଭୁଟାନର ଡୋକଲାମ୍ ନିକଟରେ ଗ୍ରାମ ନିର୍ମାଣ କରିଛି ଚୀନ : ଭାରତର ସୁରକ୍ଷା ପ୍ରତି ବିପଦ ଆଶଙ୍କା

ଡୋକଲାମ୍ ନିକଟରେ ଗ୍ରାମ ନିର୍ମାଣ କରିଛି ଚୀନ

ନୂଆଦିଲ୍ଲୀ : ଭାରତ-ଭୁଟାନ ଓ ଚୀନର ତ୍ରିକୋଣୀୟ ସୀମା ନିକଟରେ ଅବସ୍ଥିତ ବିବାଦୀୟ ଡୋକଲାମ୍ ଉପତ୍ୟାକା ନିକଟରେ ଚୀନ ଏକ ବଡ଼ ଗ୍ରାମ ନିର୍ମାଣ କରିଛି। ୨୦୨୨ ମସିହା ମାର୍ଚ୍ଚ ୮ ତାରିଖରେ ନିଆଯାଇଥିବା ଉପଗ୍ରହ ଚିତ୍ରରୁ ଏ ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ଏହି ଗ୍ରାମରେ ଚୀନ ନିଜର ଲୋକମାନଙ୍କୁ ଆଣି ବସବାସ କରାଇଛି। ଉପଗ୍ରହ ଚିତ୍ରରୁ ପ୍ରତି ଘର ଆଗରେ କାର ଥିବା ଦେଖାଯାଉଛି। ଏହି ଗ୍ରାମକୁ ଚୀନ ପାଙ୍ଗଡା ନାମ ଦେଇଥିବାବେଳେ ତାହା ସଂପୂର୍ଣ୍ଣ ଭାବେ ଭୁଟାନ ଅଂଚଳ ମଧ୍ୟରେ ରହିଛି । ଏହି ଗ୍ରାମ ନିକଟରେ ଥିବା ଆମ ଚୁ ନଦୀ କୂଳରେ ଚୀନ ଏକ ସଡ଼କ ମଧ୍ୟ ନିର୍ମାଣ କରିଛି। ଏହା ଭାରତର ସିଲିଗୁଡି କରିଡରର ନିକଟରେ ଥିବାରୁ ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ଘଟଣା ଜଣାପଡ଼ିବା ପରେ ଭାରତୀୟ ସେନା ମୁଖ୍ୟାଳୟର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୀମାରେ ଅନ୍ୟଦେଶର କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖାଯାଇଛି। ବି‌ଶେଷ କରି ଯେଉଁ କାର୍ଯ୍ୟକଳାପ ଦେଶର ଅଖଣ୍ଡତା ଓ ସାର୍ବଭୌମତାକୁ ପ୍ରଭାବିତ କରୁଥିବା କାର୍ଯ୍ୟକଳାପ ଉପରେ କଡା ନଜର ରଖାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୧୭ ସେପ୍ଟେମ୍ବର ମାସରେ ସିକିମ୍‌-ତିବ୍ଦତ-ଭୁଟାନ୍‌ ସୀମାର ବିବାଦୀୟ କ୍ଷେତ୍ର ତଥା ଅତି ସମ୍ବେଦନଶୀଳ ଡୋକ୍‌ଲାମ ଉପତ୍ୟାକାରେ ଚୀନର ରାସ୍ତା ନିର୍ମାଣ କାର୍ଯ୍ୟକୁ ଭାରତ ବିରୋଧ କରିଥିଲା। ସେଥିପାଇଁ ଦୀର୍ଘ ୭୩ ଦିନ ଯାଏ ଭାରତ ଓ ଚୀନ୍‌ ସେନାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ଦେଶର କୂଟନୈତିକ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଚୀନ ଭୁଟାନର ଡୋକଲାମକୁ ନିଜର ଇଲାକା ବୋଲି ଦାବି କରୁଛି।

Share Now:

Kalinga News Beuro

Next Post

ରାସ୍ତା ନା ପୋଖରୀ : ଦୋଷ କରୁଛି ବିଭାଗ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

Tue Jul 19 , 2022
ଟଙ୍କପାଣି ରାସ୍ତା ମରଣଯନ୍ତା, ଟିପିସିଓଡିଏଲ୍‌, ୱାଟ୍‌କୋ, ସ୍ମାର୍ଟସିଟି ଓ ସ୍ବେରେଜ୍‌ ବୋର୍ଡର ମନମାନି ଭୁବନେଶ୍ବର: ୱାଟ୍‌କୋ, ଟିପିସିଓଡିଏଲ୍‌, ସ୍ବେରେଜ୍‌ ବୋର୍ଡ ଓ ବିଏସ୍‌ସିଏଲ୍‌ର ମନମୁଖୀ କାମ ପାଇଁ ଟଙ୍କପାଣି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ୪ ବିଭାଗ ରାସ୍ତାକୁ ମନଇଚ୍ଛା ଖୋଳି ତାଡ଼ି ଦେଇଛନ୍ତି। ଫଳରେ ଏବେ ଅସରାଏ ବର୍ଷା‌ରେ ଏଠି ପରିସ୍ଥିତି ଅସମ୍ଭାଳ ହୋଇଯାଉଛି। ଏହି ରାସ୍ତା ଉପରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ବାସିନ୍ଦା ନିର୍ଭର […]
ରାସ୍ତା ନା ପୋଖରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial