ବେଲାରୁଷ୍‌ରେ ରୁଷ୍‌ ସହିତ ୟୁକ୍ରେନର ଶାନ୍ତି ଆଲୋଚନା

ବେଲାରୁଷ୍‌ରେ ରୁଷ୍‌ ସହିତ ଶାନ୍ତି ଆଲୋଚନା

କିଏଭ୍‌: ବେଲାରୁଷ୍‌ରେ ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ପାଇଁ ରୁଷ୍‌ ଦେଇଥିବା ପ୍ରସ୍ତାବକୁ ଆଜି ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବେଲାରୁଷକୁ ଛାଡ଼ି ଅନ୍ୟ କେଉଁ ସ୍ଥାନରେ ଆଲୋଚନା ହେଲେ ୟୁକ୍ରେନ ଆଲୋଚନା ପାଇଁ ରାଜି ବୋଲି କହିଥିଲେ ରାଷ୍ଟ୍ରପତି ଜେଲେନ୍‌ସ୍କି। ହେ‌ଲେ ଏବେ ଖବର ମିଳୁଛି ଯେ, ବେଲାରୁଷ୍‌ରେ ରୁଷ୍‌ ସହିତ ଶାନ୍ତି ଆଲୋଚନା ପ୍ରସ୍ତାବକୁ ୟୁକ୍ରେନ ଗ୍ରହଣ କରିଛି। ବେଲାଋଷ ସୀମାରେ ଋଷ ସହ ଆଲୋଚନା କରିବାକୁ ୟୁକ୍ରେନ ରାଜି ହୋଇଛି ବୋଲି ନ୍ୟୁଜ୍ ଏଜେନ୍ସି ଏଏଫପି ସୂଚନା ଦେଇଛି। ଏହା ପୂର୍ବରୁ ରୁଷ୍‌ ସହିତ ଶାନ୍ତି ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଜେଲେନ୍‌ସ୍କି କହିଥିଲେ, ବେଲାରୁ‌ଷ୍‌ରେ ଥାଇ କେତେକ ରୁଷ୍‌ ସୈନିକ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛନ୍ତି। ୟୁକ୍ରେନ୍‌ରେ ପ୍ରବେଶ ପାଇଁ ବେଲାରୁଷ୍‌ ରୁଷୀୟ ସେନାକୁ ରାସ୍ତା ଦେଇଛି। ବେଲାରୁଷ୍‌ରୁ ରୁଷୀୟ କ୍ଷେପଣାସ୍ତ୍ର ଏବଂ ବିମାନ ଆକ୍ରମଣ କରାଯାଇଛି। ତେଣୁ, ୟୁକ୍ରେନ୍‌ ପ୍ରତି ବିଦ୍ବେଷ ମନୋଭାବ ନ ଥିବା ଅନ୍ୟ କ‌ୌଣସି ସ୍ଥାନରେ ଶାନ୍ତି ଆଲୋଚନା ପାଇଁ ସେ ରାଜି ବୋଲି କହିଛନ୍ତି। ୱାରସ, ଇସ୍ତାନ୍‌ବୁଲ୍‌ ଏବଂ ବାକୁ ଆଦି ସ୍ଥାନରେ ଆଲୋଚନା ହେଲେ ସୁବିଧା ହେବ। ହେଲେ ଏବେ ବେଲାଋଷ ସୀମାରେ ୟୁକ୍ରେନ ଆଲୋଚନା ପାଇଁ ରାଜି ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରମାଣୁ ପ୍ରତିରୋଧୀ ବଳକୁ ସତର୍କ ରହିବାକୁ କହିଛନ୍ତି। ତେବେ ଆଲୋଚନା ପରେ ଯୁଦ୍ଧ ସମାପ୍ତ ହେବ କି ଆହୁରି ବଢ଼ିବ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

Share Now:

Kalinga News Beuro

Next Post

ଭାରତ-ଶ୍ରୀଲଙ୍କା ଟି୨୦ ଶୃଙ୍ଖଳା ୩-୦ରେ ଜିତିଲା ଭାରତ

Sun Feb 27 , 2022
ଧର୍ମଶାଳା: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି୨୦କୁ ଭାରତ ୬ ଓ୍ଵିକେଟରେ ଜିତିଛି। ଏଥି ସହିତତ ଟି୨୦ ସିରିଜକୁ ୩-୦ରେ ଜିତି ନେଇଛି ଭାରତ। ଧର୍ମଶାଳାରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୪୬ ରନ୍ କରିଥିଲା। ଏହାପରେ ୧୪୭ ରନ୍‌ର ବିଜୟ ଲକ୍ଷ ନେଇ ଭାରତର ଓପନର ସଞ୍ଜୁ ସାମସନ୍ ଓ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ରୋହିତ […]
୩-୦ରେ ଶୃଙ୍ଖଳା ଜିତିଲା ଭାରତ

ଆହୁରି ପଢ଼ନ୍ତୁ