ଜୋହାନ୍ସବର୍ଗରେ ହେବ ମୋଦୀ-ଜିନପିଙ୍ଗ୍ ଭେଟ : ସାରା ବିଶ୍ୱର ନଜର

ଜୋହାନ୍ସବର୍ଗରେ ହେବ ମୋଦୀ-ଜିନପିଙ୍ଗ୍ ଭେଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ୍ ଗସ୍ତରେ ଯିବେ। ଅଗଷ୍ଟ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ। ଅଗଷ୍ଟ ୨୨ ତାରିଖ ସକାଳେ ପ୍ରଧାନମନ୍ତ୍ରୀ ମୋଦି ଭାରତରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବେ। ସେ ଅଗଷ୍ଟ ୨୨ ତାରିଖ ସନ୍ଧ୍ୟା ୫ଟା ୧୫ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିବେ। ଭାରତୀୟ ସମୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ସାଢ଼େ ୭ଟାରେ ବ୍ରିକ୍ସ ବିଜନେସ୍ ଫୋରମ୍ ଲିଡର୍ସ ଡାଏଲଗରେ ଯୋଗଦେବେ। ରାତି ସାଢ଼େ ୯ଟାରେ ସେ ବ୍ରିକ୍ସ ଲିଡର୍ସ ରିଟ୍ରିଟରେ ଯୋଗଦେବେ। ଏହା ଏକ ବନ୍ଦ ଦ୍ୱାର ବୈଠକ ହେବ।
ତେବେ ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ସହ ସାକ୍ଷାତ କରିବାର ସମ୍ଭାବନା ରହିଛି। ଏ ନେଇ ଦକ୍ଷିଣ ଆଫ୍ରିକାରେ ଥିବା ଚୀନ ରାଷ୍ଟ୍ରଦୂତ ଚେନ ସିଆଗଙ୍ଗ ସଂକେତ ଦେଇଛନ୍ତି। ଏହି ସାକ୍ଷାତ ଉପରେ ସାରା ବିଶ୍ୱର ନଜର ରହିବ। କାରଣ ଦୁଇ ଦେଶ ମଧ୍ୟରେ ସଂପର୍କ ଏବେ ଖରାପ ସମୟ ଦେଇ ଗତି କରୁଛି ଓ ଉଭୟ ଦେଶର ସେନା ଏଲଏସି ଓ ଅନ୍ତର୍ଜାତୀୟ ସୀମାରେ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଏପରିପ୍ରେକ୍ଷୀରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତର କଣ ଫଳ ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିବ।

Share Now:

Kalinga News Beuro

Next Post

୬୦ ଲକ୍ଷ ଖର୍ଚ୍ଚ ସତ୍ତ୍ୱେ ବନ୍ଦ ହେଲାନି ପାଣି ଗଳିବା: ଶ୍ରୀଲିଙ୍ଗରାଜ ମନ୍ଦିର ସ୍ଥିତି ପରଖିବେ ଏଏସ୍ଆଇ ନିର୍ଦ୍ଦେଶକ

Mon Aug 21 , 2023
ପୁରୁଣା ଭୁବନେଶ୍ୱର: ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ଅଥଚ ଶ୍ରୀଲିଙ୍ଗରାଜ ମନ୍ଦିରରୁ ପାଣି ଗଳିବା ବନ୍ଦ ହେଲାନାହିଁ। ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଏଏସ୍ଆଇର ଅଣଦେଖା ପୁଣି ପଦାରେ ପଡ଼ିଛି। ମନ୍ଦିରରୁ ପାଣି ଗଳୁଥିବାର ଭିଡିଓ ଭାଇରାଲ ହେବା ପରେ ଏଏସ୍‌ଆଇ ବିରୋଧରେ ଏଭଳି ଚର୍ଚ୍ଚା ଜୋର୍‌ ଧରିଛି। ଗର୍ଭଗୃହରୁ ପାଣି ଗଳୁଥିବାର ଭିଡିଓକୁ ନେଇ ଏଏସ୍ଆଇ କର୍ତ୍ତୃପକ୍ଷ ବି ଚିନ୍ତାରେ ପଡ଼ିଛନ୍ତି। ଏହାର ଅନୁଧ୍ୟାନ କରିବାକୁ ଦିଲ୍ଲୀରୁ […]
ଶ୍ରୀଲିଙ୍ଗରାଜ ମନ୍ଦିର ସ୍ଥିତି ପରଖିବେ ଏଏସ୍ଆଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial