ପାକିସ୍ତାନରେ ଲାଗିପାରେ ଜରୁରୀ ପରିସ୍ଥିତି : ସ୍ଥିତି ଉପରେ ଭାରତର ତୀକ୍ଷଣ ନଜର

ପାକିସ୍ତାନରେ ଲାଗିପାରେ ଜରୁରୀ ପରିସ୍ଥିତି

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନ ଗିରଫ ହେବା ପରେ ସମଗ୍ର ଦେଶରେ ହିଂସା ବ୍ୟାପିବାରେ ଲାଗିଛି। ପାକିସ୍ତାନ ଧୀରେ ଧୀରେ ଗୃହଯୁଦ୍ଧ ଆଡ଼କୁ ଗତି କରୁଥିବା ଆଶଙ୍କା କରାଯାଉଛି। ଏପରିସ୍ଥିତିରେ ପାକିସ୍ତାନରେ ଜରୁରୀ ପରିସ୍ଥିତି ଲଗାଇବାକୁ ସେଠାକାର ସରକାର ବିଚାର କରୁଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଘନ ଘନ ବୈଠକ ଚାଲିଛି। ଜରୁରୀ ପରିସ୍ଥିତି ଲାଗିବା ପରେ ସେନା ହାତକୁ କ୍ଷମତା ଚାଲିଆସିବ। ଏପରି ହେଲେ ସେନାର ଦମନଲୀଳା ଆହୁରି ବଢିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଏସବୁ ଘଟଣା ଉପରେ ଭାରତ ତୀକ୍ଷଣ ଦୃଷ୍ଟି ରଖିଛି। କାରଣ ପାକିସ୍ତାନର ପରିସ୍ଥିତିର ପ୍ରଭାବ ସମଗ୍ର ଦକ୍ଷିଣ ଏସିଆର ଭୂ-ରାଜନୈତିକ ସ୍ଥିତି ଉପରେ ପଡ଼ିବ। ସମଗ୍ର ପାକିସ୍ତାନରେ ସେନା ବିରୋଧରେ ଜନମତ ସୃଷ୍ଟି ହୋଇଛି। ଏହାକୁ ନେଇ ସେନା ଚାପରେ ରହିଛି। ଲୋକଙ୍କ ଧ୍ୟାନ ହଟାଇବାକୁ ପାକ୍ ସେନା ଭାରତରେ ଏକ ବଡ ଧରଣର ଆତଙ୍କବାଦୀ କାଣ୍ଡ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଭାରତୀୟ ସେନା, ଗୁଇନ୍ଦା ଏଜେନ୍ସିମାନେ ସକ୍ରିୟ ହୋଇଯାଇଛନ୍ତି। ପାକିସ୍ତାନର ସ୍ଥିତି କୁ ନେଇ ଚିନ୍ତା ପ୍ରକଟ କରି ଭାରତ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଡ଼ୋଶୀ ଦେଶରେ ଦେଖାଦେଇଥିବା ଦୁର୍ବଳ ସ୍ଥିତିକୁ ଦୃଷ୍ଟିରେ ରଖି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଓ ଜୈଶ-ଇ-ମହମ୍ମଦର କ୍ୟାଡରମାନେ ପୁଣି ଥରେ ସକ୍ରିୟ ହୋଇପାରନ୍ତି।

Share Now:

Kalinga News Beuro

Next Post

ନେପାଳ ସଂସଦରେ ବାଚସ୍ପତିଙ୍କ ଉପରେ ରାଗି ପୋଷାକ ଓ ଅନ୍ତବସ୍ତ୍ର ଖୋଲିଦେଲେ ସାଂସଦ

Wed May 10 , 2023
ନେପାଳ : ନେପାଳରେ ଏକ ଅଦ୍ଭୁତ ଘଟଣା ଘଟିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସାମ୍ନାକୁ ଆସିଥିବା ଭିଡିଓରେ ଘଟିଥିବା ଘଟଣା ଅନୁଯାୟୀ, ଜଣେ ସାଂସଦଙ୍କୁ ସଂସଦରେ କିଛି କହିବାକୁ ସୁଯୋଗ ଦିଆ ନଯିବାରୁ ସେ ରାଗରେ ସମସ୍ତଙ୍କ ସାମ୍ନାରେ ସାର୍ଟ ଖୋଲି ଦେଇଥିଲେ। ନେପାଳରେ ଏମିତି ଘଟଣା ପ୍ରଥମଥର ଘଟିଥିବା କୁହାଯାଉଛି। ତେବେ ଉକ୍ତ ସାଂସଦଙ୍କ ନାମ ଅମରେଶ କୁମାର ସିଂହ। ଯିଏକି ନେପାଳ କଂଗ୍ରେସର […]
ପୋଷାକ ଓ ଅନ୍ତବସ୍ତ୍ର ଖୋଲିଦେଲେ ସାଂସଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial