ଅଷ୍ଟ୍ରେଲିଆ ତଟରେ ୧୫୦ ମୃତ ତିମି

ପର୍ଥ(ଅଷ୍ଟ୍ରେଲିଆ): ପଶ୍ଚିମ ଅଷ୍ଟ୍ରେଲିଆର ସମୁଦ୍ରତଟରେ ଗତକାଲି ୧୫୦ରୁ ଊର୍ଦ୍ଧ୍ୱ ତିମିଙ୍କ ମୃତଦେହ ଲାଗିଥିବା ଦେଖିବାକୁ ମିଳିଛି। କୂଳକୁ ଭାସି ଆସିଥିବା ଶହଶହ ତିମିଙ୍କ ମଧ୍ୟରୁ ମାତ୍ର ୧୫-୨୦ଟିକୁ ସ୍ଥାନୀୟ ଲୋକେ ବଞ୍ଚାଇପାରିଛନ୍ତି। ତେବେ ଏତେ ସଂଖ୍ୟକ ତିମିଙ୍କ ଏପରି ସାମୁହିକମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ। ପ୍ରତିଟି ତିମିର ଓଜନ ୫ରୁ ୮ଟନ ମଧ୍ୟରେ ହୋଇଥିବା ବେଳେ ଏମାନେ କ୍ଷୁଦ୍ର ପାଇଲଟ ପ୍ରଜାତିର ବୋଲି ଜଣାପଡ଼ିଛି। ସ୍ଥାନୀୟ ବିଶେଷଜ୍ଞମାନେ ନମୁନା ସଂଗ୍ରହ କରି ମୃତ୍ୟୁର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ପ୍ରଜାତିର ତିମି ଏକାଠି ରହୁଥିବାରୁ ଦୁର୍ଘଟଣା ଯୋଗୁଁ କୌଣସି ତିମିର ମୃତଦେହ ସହିତ ସମଗ୍ର ଗୋଷ୍ଠୀ ଭାସି ଆସିପାରିଥାନ୍ତି କିମ୍ବା ସମୁଦ୍ର ମଧ୍ୟସ୍ଥ ବିଷସୃଷ୍ଟିକାରୀ ଶୈବାଳ ଖାଇ ଏମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସମୁଦ୍ର ମଧ୍ୟରେ କୌଣସି ବଡ଼ ଧରଣର ସୁନାମି କିମ୍ବା ବାତ୍ୟା ସୃଷ୍ଟିହେଲେ ମଧ୍ୟ ତିମିଙ୍କର ମୃତ୍ୟୁ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ନ୍ୟୁଜଲାଣ୍ଡ ତଟରେ ପ୍ରାୟ ୬ଶହ ତିମିଙ୍କ ମୃତଦେହ ଲାଗିଥିଲା।

Share Now:

Kalinga News Beuro

Leave a Reply

Next Post

ବିବାଦ ଘେରରେ ଟ୍ରମ୍ପ : ମୁହଁ ଖୋଲିଲେ ଆଉ ଜଣେ ପର୍ଣ୍ଣଷ୍ଟାର

Mon Mar 26 , 2018
ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଶାରୀରିକ ସମ୍ପର୍କ ଅଭିଯୋଗ ଯେମିତି ତାଙ୍କ ପିଛା ଛାଡୁନି। ଶନିବାର ପ୍ଲେ-ବୟ ପତ୍ରିକାର ମଡେଲ କୈରନ୍‌ ମେକ ଡୋଗଲ ସିଏନ୍‌ଏନ୍‌କୁ ସାକ୍ଷାତକାର ଦେଇ ଟ୍ରମ୍ପଙ୍କ ସହ ଶାରୀରିକ ସମ୍ପର୍କ ବିଷୟରେ ସର୍ବ ସମ୍ମୁଖରେ ଅଭିଯୋଗ କରିବା ପରେ ଆଜି ପର୍ଣ୍ଣଷ୍ଟାର ଷ୍ଟ୍ରମି ଡାନିଏଲ୍ସ ସିବିଏସ୍‌ ଟିଭିକୁ ସାକ୍ଷାତକାର ଦେଇ ଅନୁରୂପ କାହାଣୀ ବଖାଣିଛନ୍ତି। ଏପରିକି ପ୍ରମାଣ ସ୍ୱରୂପ ଗଣମାଧ୍ୟମରେ ଉକ୍ତ ସମ୍ପର୍କର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial