ବିବାଦ ଘେରରେ ଟ୍ରମ୍ପ : ମୁହଁ ଖୋଲିଲେ ଆଉ ଜଣେ ପର୍ଣ୍ଣଷ୍ଟାର

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଶାରୀରିକ ସମ୍ପର୍କ ଅଭିଯୋଗ ଯେମିତି ତାଙ୍କ ପିଛା ଛାଡୁନି। ଶନିବାର ପ୍ଲେ-ବୟ ପତ୍ରିକାର ମଡେଲ କୈରନ୍‌ ମେକ ଡୋଗଲ ସିଏନ୍‌ଏନ୍‌କୁ ସାକ୍ଷାତକାର ଦେଇ ଟ୍ରମ୍ପଙ୍କ ସହ ଶାରୀରିକ ସମ୍ପର୍କ ବିଷୟରେ ସର୍ବ ସମ୍ମୁଖରେ ଅଭିଯୋଗ କରିବା ପରେ ଆଜି ପର୍ଣ୍ଣଷ୍ଟାର ଷ୍ଟ୍ରମି ଡାନିଏଲ୍ସ ସିବିଏସ୍‌ ଟିଭିକୁ ସାକ୍ଷାତକାର ଦେଇ ଅନୁରୂପ କାହାଣୀ ବଖାଣିଛନ୍ତି। ଏପରିକି ପ୍ରମାଣ ସ୍ୱରୂପ ଗଣମାଧ୍ୟମରେ ଉକ୍ତ ସମ୍ପର୍କର ସମସ୍ତ ଫଟୋ, ଭିଡିଓ ଏବଂ ବାର୍ତ୍ତାଳାପକୁ ପ୍ରଦର୍ଶନ କରିବା ଲାଗି ସେ ଅନୁମତି ମଧ୍ୟ ମାଗିଛନ୍ତି। ଅବଶ୍ୟ ଡାନିଏଲ୍ସ ଏ ସମ୍ପର୍କରେ ପୂର୍ବରୁ କହିସାରିଛନ୍ତି, ତେବେ ଟ୍ରମ୍ପଙ୍କ ଓକିଲ ତାଙ୍କ ବିରୋଧରେ ଓଲଟା ମାମଲା ଆଣିଥିବାରୁ ଘଟଣା ଏବେ ରୋଚକ ମୋଡ଼ ନେଇଛି।

ଉଲ୍ଲେଖ ଥାଉ କି, ୨୦୦୬ ମସିହାରେ ଟ୍ରମ୍ପ ଡାନିଏଲ୍ସଙ୍କ ସହ ଏପରି ସମ୍ପର୍କରେ ଥିଲେ। ତେବେ କିଛିିଦିନ ତଳେ ଡାନିଏଲ୍ସ ଏକ ଡିଭିଡି ସହ ଟ୍ରମ୍ପଙ୍କ ଫଟୋ ଟ୍ଵିଟରରେ ପୋଷ୍ଟ କରି ଗୋଟିଏ ଫଟୋ ହଜାରେ ଶବ୍ଦ କହିଲେ ୬୦ ମିନିଟର ଏହି ଭିିଡିଓ କେତେ କଥା କହିବ ବୋଲି ସେ କୌତୂହଳୀ ପ୍ରଶ୍ନ ପଚାରିଛନ୍ତି। ଅପରପକ୍ଷେ, ଡାନିଏଲ୍ସଙ୍କ ବିରୋଧରେ ଟ୍ରମ୍ପଙ୍କ ଓକିଲ ମାଇକେଲ କୋହେନ୍‌ ମାନହାନି ମୋକଦ୍ଦମା ରୁଜୁ କରିବା ପରେ ମାମଲା ନୂଆ ମୋଡ଼ ନେଇଛି। ଡାନିଏଲ୍ସଙ୍କୁ ଘଟଣା ସମ୍ପର୍କରେ ପ୍ରଘଟ ନକରିିବା ପାଇଁ ତାଙ୍କୁ ଦିଆଯାଇଥିବା ୧ଲକ୍ଷ ୩୦ହଜାର ଡଲାର ସେ ଫେରାଇ ଦେବାକୁ ପ୍ରସ୍ତୁତ ଥିବା ବେଳେ ହ୍ଵାଇଟହାଉସ୍‌ କିନ୍ତୁ ଟ୍ରମ୍ପଙ୍କ ଶାରୀରିକ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିଛି। ଏହା ପୂର୍ବରୁ କୌରନ୍‌ ମେକଡୋଗଲ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଅନୁରୂପ ଅଭିଯୋଗ ଆଣି ତାଙ୍କୁ ମିଳିଥିବା ଦେଢ଼ ଲକ୍ଷ ଡଲାର ଫେରାଇଦେବାକୁ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଟଳିଲେ ଢେଙ୍କାନାଳ ଯୁବ ବିଜେଡି ସଭାପତି

Mon Mar 26 , 2018
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କ ଉପରକୁ ଆଜି ସକାଳ ୧୦ଟା ସମୟରେ ଗୁଳି ମାଡ଼ ହୋଇଛି। ଶ୍ରୀ ପରିଡ଼ାଙ୍କ ମୁଣ୍ଡରେ ଗୁଳି ବାଜି ଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେବାଟରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରଯାଇଛି।ଏହାକୁ ନେଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial