ଚୀନ ବିରୋଧରେ ଦମ୍ ଦେଖାଇଲା ତାଇଓ୍ବାନ : ଆରମ୍ଭ କଲା ସମରାଭ୍ୟାସ

ଚୀନ ବିରୋଧରେ ଦମ୍ ଦେଖାଇଲା ତାଇଓ୍ବାନ-1

ତାଇପେଇ : ଚୀନର ସମରାଭ୍ୟାସ ଶେଷ ହେବା ପରେ ତାଇଓ୍ବାନ ମଧ୍ୟ ନିଜର ଦମ୍ ଦେଖାଇବା ଆରମ୍ଭ କରିଛି। ତାଇଓ୍ବାନ ସାମରିକ ବାହିନୀ ପକ୍ଷରୁ ଆଜି ଲାଇଭ୍ ଫାୟାର ଡ୍ରିଲ ଆରମ୍ଭ କରାଯାଇଛି। ଲାଇଭ୍ ଫାୟାର ଡ୍ରିଲର ଅର୍ଥ ହେଉଛି ଯେଉଁ ସମରାଭ୍ୟାସରେ କାଳ୍ପନିକ ଟାର୍ଗେଟ୍ ଉପରେ ସତସତିକା ବୋମାବର୍ଷଣ କରାଯାଇଥାଏ। ଏହି ସମରାଭ୍ୟାସ ଅଧିନରେ ତାଇଓ୍ବାନର ଲଢୁଆ ବିମାନ ଉଡ଼ିବା ସହ ହାଓ୍ବିତଜର ତୋପରୁ ଗୋଳା ବର୍ଷଣ କରାଯାଇଛି। ପିଙ୍ଗଟନ୍ ଅଂଚଳରେ ଏହି ସମରାଭ୍ୟାସ କରାଯାଇଛି। ଏହି ସମରାଭ୍ୟାସ ମାଧ୍ୟମରେ ସମ୍ଭାବ୍ୟ ଚୀନ ଆକ୍ରମଣରୁ କିପରି ତାଇଓ୍ବାନକୁ ସୁରକ୍ଷା ଦିଆଯିବ, ସେ ନେଇ ପ୍ରସ୍ତୁତି କରାଯାଇଛି। ଗତ କାଲି ଚୀନ ପକ୍ଷରୁ ପ୍ରକାଶିତ ଏକ ଶ୍ବେତପତ୍ରରେ କୁହାଯାଇଥିଲା ଯେ, ଚୀନ ସହିତ ତାଇଓ୍ବାନର ଏକୀକରଣକୁ ଶାନ୍ତିପୂର୍ଣ୍ଣ ଉପାୟରେ ସାକାର କରିବା ଉପରେ ଚୀନ ସରକାର ଗୁରୁତ୍ବ ଦେଉଛନ୍ତି। ମାତ୍ର କେତେକ ବାହ୍ୟ ଶତ୍ରୁ ତାଇଓ୍ବାନକୁ ଚୀନ ବିରୋଧରେ ଉସୁକାଉଛନ୍ତି। ସେମାନଙ୍କୁ ବଳ ପ୍ରୟୋଗ କରି ଜବାବ ଦିଆଯିବ। ଏହାର ଜବାବରେ ତାଇଓ୍ବାନର ମେନଲାଣ୍ଡସ ଆଫାୟାର୍ସ କାଉନସିଲ (ଚୀନ ଉପରେ ତାଇଓ୍ବାନର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ପରିଷଦ) ପକ୍ଷରୁ କୁହାଯାଇଛି ଯେ, ଉଭୟ ଚୀନ ଓ ତାଇଓ୍ବାନ କେହି କାହାର ଅନ୍ତର୍ଗତ ନୁହନ୍ତି। ଗୋଟିଏ ଦେଶ ଦୁଇଟି ବ୍ୟବସ୍ଥାକୁ ମଧ୍ୟ ତାଇଓ୍ବାନର ଏହି ପରିଷଦ ପ୍ରତ୍ୟାଖ୍ୟାନ କରିଦେଇଛି।

Share Now:

Kalinga News Beuro

Next Post

ଅଲାରନାଥ ମନ୍ଦିରରେ ୫ଟି ସଚିବ : ଭିତ୍ତିଭୂମିର ବିକାଶ ପାଇଁ ସେବାୟତଙ୍କ ସହ କଲେ ଆଲୋଚନା

Thu Aug 11 , 2022
ବ୍ରହ୍ମଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି. କେ ପାଣ୍ଡିଆନ ଆଜି ଅପରାହ୍ନରେ ଅଲାରନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ପାଣ୍ଡିଆନ୍‌ ମହାପଭୁଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ସେବାୟତମାନଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତା ୧୫ ଦିନ ମଧ୍ୟରେ ଏକ କମିଟି ଗଠନ କରି ମନ୍ଦିରର ସମସ୍ତ ସମସ୍ୟା ଓ ଉନ୍ନତି ପାଇଁ ଏକ […]
ଅଲାରନାଥ ମନ୍ଦିରରେ ୫ଟି ସଚିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial