କାତାରରେ ମୃତ୍ୟୁଦଣ୍ଡରୁ ବର୍ତିଲେ୮ ପୂର୍ବତନ ଭାରତୀୟ ନୌସୈନିକ

ଦୋହା: କାତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ଗୁରୁବାର ବଡ଼ ଆଶ୍ୱସ୍ତି ମିଳିଛି। ଭାରତ ସରକାରଙ୍କ ଆବେଦନ କ୍ରମେ ସମସ୍ତ ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ମାମଲାରେ କାତାରର ସର୍ବୋଚ୍ଚ ଅଦାଲତରେ ଅପିଲ କରାଯାଇଥିଲା। ଶୁଣାଣି ସମୟରେ କୋର୍ଟ ଦଣ୍ଡାଦେଶକୁ କୋହଳ କରିଥିଲେ। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ମାମଲାରେ ଆଇନଗତ ଲଢେଇ ଜାରି ରହିଛି ଓ ଭାରତ ସରକାର ୮ ନୌସୈନିକଙ୍କ ପରିବାର ଲୋକଙ୍କ ସମ୍ପର୍କରେ ଅଛନ୍ତି। କାତାରର କୋର୍ଟ ଅଫ ଅପିଲରେ ଏହି ମାମଲାର ଶୁଣାଣି ବେଳେ କାତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଉପସ୍ଥିତ ଥିଲେ।
ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଆମେ ଆରମ୍ଭରୁ ୮ ଜଣଙ୍କ ପରିବାର ସହିତ ଛିଡ଼ା ହୋଇଛୁ। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଆମେ ଏ ବିଷୟରେ ଅଧିକ ସୂଚନାଦେବା ଠିକ୍ ହେବ ନାହିଁ। ଆମେ କ୍ରମାଗତ ଭାବେ କାତାର ସରକାରଙ୍କ ନିକଟରେ ମାମଲା ଉଠାଉଛୁ ଏବଂ ଏହାକୁ ଉଠାଇବା ଜାରି ରଖିବୁ। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଅବସରରେ କାତାରର ଅମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍-ଥାନିଙ୍କୁ ଭେଟିଥିଲେ। ଏହି ସମୟରେ ମୋଦୀ ୮ ପୂର୍ବତନ ନୌସୈନିକଙ୍କ ମୃତ୍ୟୁଦଣ୍ଡ ପ୍ରସଙ୍ଗ ଉଠାଇଥିବା ଚର୍ଚ୍ଚା ହୋଇଥିଲା।

Share Now:

Kalinga News Beuro

Next Post

ନାବାଳିକାର ବେଆଇନ ପ୍ରସବ କରାଇବା ଅଭିଯୋଗରେ ୪ ଗିରଫ

Thu Dec 28 , 2023
ରାଉରକେଲା: ଜଣେ ନାବାଳିକାକୁ ଗର୍ଭବତୀ କରି ବେଆଇନ ପ୍ରସବ କରାଇବା ଅଭିଯୋଗରେ ୪ ଜଣକୁ ଗିରଫ କରିଛି ବିଶ୍ରା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜିତ ମହାନ୍ତ, ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସନତ ମହାନ୍ତି, ରାଉରକେଲାର ଏକ ଘରୋଇ ନର୍ସିଂ ହୋମର ମ୍ୟାନେଜର ସଞ୍ଜୟ ପଣ୍ଡା ଓ ଅଭିଯୁକ୍ତ ସଞ୍ଜିତର ସମ୍ପର୍କୀୟ ମହାବୀର ମହାତୋ। ନବଜାତ ଶିଶୁ କନ୍ୟାକୁ ପୁଲିସ ଏବଂ ଶିଶୁ ବିକାଶ ସମିତି ଜଣେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial