ବେଜିଙ୍ଗ୍: ଆଜି ଶାସକ କମ୍ୟୁନିଷ୍ଟ୍ ପାର୍ଟିର ମହାସଭାର ସମାବର୍ତ୍ତନ ଉତ୍ସବରୁ ଅପ୍ରତ୍ୟାଶିତ ଭାବେ ଚୀନ୍ର ପୂର୍ବତନ ରାଷ୍ଟ୍ରପତି ହ୍ୟୁ ଜିନ୍ତାଓଙ୍କୁ ବାହାର କରିଦିଆଯାଇଛି। ସି ଜିନ୍ପିଙ୍ଗ୍ଙ୍କ ଠିକ୍ ପୂର୍ବରୁ ଜିନ୍ତାଓ ଚୀନ୍ର ରାଷ୍ଟ୍ରପତି ଥିଲେ। ପାର୍ଟିର ମହାସଭାରେ ଉପସ୍ଥିତ ଥିବା ‘ରଏଟର୍ସ’ର ଜଣେ ପ୍ରତିନିଧି କହିଛନ୍ତି, ରାଷ୍ଟ୍ରପତି ସି’ଙ୍କ ବାମ ପାର୍ଶ୍ବରେ ଆସନ ଗ୍ରହଣ କରିଥିବା ୭୯ ବର୍ଷିୟ ହ୍ୟୁଙ୍କୁ ଦୁଇ ଜଣ ପରିଚାରକ ବେଜିଙ୍ଗ୍ସ୍ଥିତ ‘ଗ୍ରେଟ୍ ହଲ୍ ଅଫ୍ ପିପୁଲ୍’ର ମୁଖ୍ୟ ଅଡିଟରିୟମ୍ରୁ ବାହାରକୁ ବାଟ କଢ଼ାଇ ନେଇଥିଲେ। ଗତ ରବିବାର ଦିନ ମହାସଭାର ଉଦ୍ଘାଟନୀ ଉତ୍ସବରେ ଉକ୍ତ ମଞ୍ଚ ଉପରକୁ ଅନ୍ୟର ଆଶ୍ରାରେ ଆସିଥିବା ହ୍ୟୁ ସାମାନ୍ୟ ଥରିବା ପରି ଦିଶୁଥିଲେ। ମହାସଭା ସ୍ଥଳରେ ଉପସ୍ଥିତ ଥିବା ସାମ୍ବାଦିକମାନେ ସାମାଜିକ ଗଣମାଧ୍ୟରେ ସେୟାର୍ କରିଥିବା ଭିଡିଓରେ ଦେଖାଯାଉଛି, ପରିଚାରକମାନେ ବାଟ କଢ଼ାଇ ନେବା ବେଳେ ହ୍ୟୁ ଆଚମ୍ବିତ ହୋଇଯାଉଛନ୍ତି। ସୂଚନାଯୋଗ୍ୟ, ସି’ ଜିନ୍ପିଙ୍ଗ୍ଙ୍କ ସ୍ଥିତି ମୂଳଦୁଆକୁ ଆହୁରି ସୁଦୃଢ଼ କରିବାକୁ ଚାର୍ଟର୍ର ସଫଳ ସଂଶୋଧନ କରି ଆଜି ଚୀନା କମ୍ୟୁନିଷ୍ଟ୍ ପାର୍ଟିର ଦଶନ୍ଧିରେ ଦୁଇଥର ଆୟୋଜନ କରାଯାଉଥିବା ମହାସଭା ଶେଷ ହୋଇଛି। ତୃତୀୟ ପାଳିରେ ପୁଣି ୫ ବର୍ଷ ପାଇଁ ସି’ ଜିନ୍ପିଙ୍ଗ୍ ରାଷ୍ଟ୍ରପତି ପଦବୀରେ ରହିବେ ବୋଲି ମନେହେଉଛି।
କମ୍ୟୁନିଷ୍ଟ ମହାସଭାରୁ ଚୀନ୍ର ପୂର୍ବତନ ରାଷ୍ଟ୍ରପତି ହ୍ୟୁ ଜିନ୍ତାଓଙ୍କୁ ବିଦା କରିଦେଲେ ପରିଚାରକ

Share Now: