ହମାସ୍‌ ସୁଡ଼ଙ୍ଗ ଅବରୋଧ କରିବା ପାଇଁ ଇସ୍ରାଏଲର ନୂଆ ଅସ୍ତ୍ର ‘ସ୍ପଞ୍ଜ୍‌ ବୋମା’

ଇସ୍ରାଏଲ୍‌ ନୂଆ ଅସ୍ତ୍ର ‘ସ୍ପଞ୍ଜ୍‌ ବୋମା’-1

ଜେରୁଜେଲମ୍‌: ଗାଜା ଷ୍ଟ୍ରିପ୍‌ରେ ସୁଡ଼ଙ୍ଗ ମଧ୍ୟରେ ଆତ୍ମଗୋପନ କରିଥିବା ହମାସ୍‌ ଆତଙ୍କବାଦୀମାନଙ୍କୁ ପରାସ୍ତ କରିବା ପାଇଁ ଇସ୍ରାଏଲ୍‌ ସମ୍ପ୍ରତି ‘ସ୍ପଞ୍ଜ୍‌ ବୋମା’ର ବ୍ୟବହାରିକ ପରୀକ୍ଷଣ କରୁଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଗାଜାରେ ସ୍ଥଳଭାଗ ଆକ୍ରମଣ ବେଳେ ଏହାର ଆବଶ୍ୟକତା ଉପଲବ୍ଧି କରି ଇସ୍ରାଏଲୀୟ ସେନା ‘ମକ୍‌ ଟନେଲ୍‌’ରେ (ପରୀକ୍ଷା ନିମନ୍ତେ ନିର୍ମିତ ସୁଡ଼ଙ୍ଗ) ‘ସ୍ପଞ୍ଜ୍‌ ବୋମା’ ପରୀକ୍ଷା ଚଳାଇଥିବା କୁହାଯାଉଛି। ଏହି ‘ସ୍ପଞ୍ଜ୍‌ ବୋମା’ ପ୍ରୟୋଗ ବିଷୟରେ ‘ଇସ୍ରାଏଲ୍‌ ପ୍ରତିରକ୍ଷା ବଳ’ ଔପଚାରିକ ଭାବେ କିଛି କହି ନ ଥିବା ବେଳେ ସମ୍ପ୍ରତି ଏହାର ପରୀକ୍ଷଣ ଜାରି ରଖିଥିବା କଥା କେବଳ କେତେକ ଗଣମାଧ୍ୟମ ରିପୋର୍ଟ କରୁଛନ୍ତି।
ଉଲ୍ଳେଖଯୋଗ୍ୟ, ୨୦୨୧ରେ ଗାଜା ସୀମାନ୍ତ ନିକଟରେ ଥିବା ‘ଜେଏଲିମ୍‌’ ସେନାଘାଟିରେ ଥିବା ‘ମକ୍‌ ଟନେଲ୍‌ ପ୍ରଣାଳୀ’ରେ ‘ଇସ୍ରାଏଲ୍‌ ପ୍ରତିରକ୍ଷା ବଳ’ର ସୈନିକମାନେ ଏହି ବୋମା ପ୍ରଥମେ ପରୀକ୍ଷଣ କରିଥିବା ଜଣାପଡ଼ିଥିଲା। ‘ସ୍ପଞ୍ଜ୍‌ ବୋମା’ ହେଉଛି ଏକ ପ୍ରକାର ରାସାୟନିକ ପ୍ରତିକ୍ରିୟା। ଏହି ବୋମା ବିସ୍ଫୋରଣ ହେଲେ ପ୍ରଚୁର ଫେଣ ସୃଷ୍ଟି ହୋଇ ସୁଡ଼ଙ୍ଗର ପ୍ରବେଶ ଓ ପ୍ରସ୍ଥାନ ପଥ ଅବରୁଦ୍ଧ କରି ପକାଇବ। କେବଳ ସେତିକି ନୁହେଁ, ସେ ଫେଣ ତୁରନ୍ତ ସମ୍ପ୍ରସାରିତ ହୋଇ କ୍ରମଶଃ କଠିନ ହୋଇଯିବ। ଫଳରେ ସ୍ଥଳ ଭାଗରେ ଇସ୍ରାଏଲ୍‌ ସୈନିକମାନେ ଯୁଦ୍ଧରେ ମାତିଥିବା ବେଳେ ଆତ୍ମଗୋପନକାରୀ ହମାସ ଆତଙ୍କବାଦୀମାନେ ଭୂତଳ ସୁଡ଼ଙ୍ଗରୁ ବାହାରି ଅତର୍କିତ ଆକ୍ରମଣ କରିପାରିବେ ନାହିଁ।

Share Now:

Kalinga News Beuro

Next Post

ଆକ୍ରମଣ ପାଇଁ ଲେବାନନ୍‌ରେ ସଶସ୍ତ୍ର ସଙ୍ଗଠନ ପ୍ରସ୍ତୁତ, ଘଟାଇ ପାରନ୍ତି ଭୟଙ୍କର କାଣ୍ଡ: ଇରାନ୍‌ ମନ୍ତ୍ରୀ

Sat Oct 28 , 2023
ନ୍ୟୁୟର୍କ: ଲେବାନନ୍‌ରେ ସଶସ୍ତ୍ର ସଙ୍ଗଠନ ପ୍ରସ୍ତୁତ ହୋଇ ରହିଛନ୍ତି ଓ ସେମାନେ ଯେକୌଣସି ମୁହୂର୍ତ୍ତରେ ଭୟାବହ କାଣ୍ଡ ଘଟାଇ ପାରନ୍ତି ବୋଲି ଇରାନ୍‌ର ବୈଦେଶିକ ମନ୍ତ୍ରୀ ହୋସେନ୍‌ ଅମିର୍‌-ଅବ୍‌ଦୋଲ୍ଲାହିଆନ୍‌ ଗଣମାଧ୍ୟମ ‘ମର୍ଣ୍ଣିଙ୍ଗ୍‌ ଏଡିସନ୍‌’ର ପ୍ରତିନିଧି ଷ୍ଟିଭ୍‌ ଇନ୍‌ସ୍‌କିପ୍‌ଙ୍କ ସହିତ ନ୍ୟୁୟର୍କ ସହରରେ କରିଥିବା ସାକ୍ଷାତ୍‌କାର ବେଳେ ଇସ୍ରାଏଲ୍‌କୁ ସତର୍କ କରାଇ କହିଛନ୍ତି। ଅବ୍‌ଦୋଲ୍ଲାହିଆନ୍‌ କହିଛନ୍ତି ଯେ, ଚଳିତ ସପ୍ତାହରେ ଲେବାନନ୍‌ରେ ସେ ପ୍ରତିରୋଧୀ ନେତା ଓ ପାଲେଷ୍ଟିନୀୟ ସଙ୍ଗଠନକୁ ଭେଟିଥିଲେ। […]
ଇସ୍ରାଏଲ୍‌କୁ ସତର୍କ ‌କଲେ ଇରାନ୍‌ ମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial