ଟୋକିଓ ଅଲିମ୍ପିକ୍‌ ପୂର୍ବରୁ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ଉତ୍ତେଜକ ପରିସ୍ଥିତି ସୃଷ୍ଟି କଲା ଉତ୍ତର କୋରିଆ

ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ୍‌: ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ଉତ୍ତର କୋରିଆ ଜାପାନ ଏବଂ ଆଖପାଖ ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦର କାରଣ ହୋଇଥିବା କଥା ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଡ଼େ ସୁଗା କହିଛନ୍ତି। ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷା ସଂକ୍ରାନ୍ତ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ରଖିବାକୁ ଓ୍ଵାସିଂଟନ୍‌ ଏବଂ ସିଓଲ୍‌କୁ ଟୋକିଓ ସହଯୋଗ କରିବ ବୋଲି ମଧ୍ୟ ସେ କହିଛନ୍ତି। ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ କହିଛନ୍ତି ଯେ, ଉତ୍ତର କୋରିଆର ପୂର୍ବତଟବର୍ତ୍ତୀ ଅଞ୍ଚଳରୁ ସକାଳ ପ୍ରାୟ ୭:୬ରୁ ୭:୨୫ ମଧ୍ୟରେ ଏହି କ୍ଷେପଣାସ୍ତ୍ରଗୁଡ଼ିକର ବ୍ୟବହାରିକ ପରୀକ୍ଷା ହୋଇଛି।

୬୦ କିଲୋମିଟର୍‌ ଉଚ୍ଚରେ ୪୫୦ କିଲୋମିଟର୍‌ ଗତି କରିବା ପରେ କ୍ଷେପଣାସ୍ତ୍ରଗୁଡ଼ିକ ସମୁଦ୍ରରେ ପଡ଼ିଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ଇଣ୍ଡୋ-ପାସିଫିକ୍‌ କମାଣ୍ଡ୍‌ର ମୁଖପାତ୍ର କ୍ୟାପ୍‌ଟେନ୍‌ ମାଇକ୍‌ କାଫ୍‌କା କହିଛନ୍ତି, ଏହି କ୍ଷେପଣାସ୍ତ୍ର ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ଜାଣିଛି। ମିତ୍ର ରାଷ୍ଟ୍ରମାନଙ୍କ ସହ ବିଚାରବିମର୍ଶ କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମକୁ ସୁଦୃଢ଼ କରିବେ ବୋଲି ଅଳ୍ପ ଦିନ ତଳେ ଦେଇଥିବା ଭାଷଣରେ କିମ୍‌ ପ୍ରତିଜ୍ଞାବଦ୍ଧ ହୋଇ ଘୋଷଣା କରିଥିଲେ। ଏହାଛଡ଼ା, ଉତ୍ତର କୋରିଆ ଓ ଆମେରିକା ସମ୍ପର୍କର ଭାଗ୍ୟ ଓ୍ଵାସିଂଟନ୍‌ ଉପରେ ନିର୍ଭର କରେ ବୋଲି ମଧ୍ୟ ସେ କହିଥିଲେ।

Share Now:

Kalinga News Beuro

Next Post

ଟିଟିପିଏସ‌ ବନ୍ଦ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କ ପରେ ଧର୍ମେନ୍ଦ୍ର ଲେଖିଲେ ଚିଠି

Fri Mar 26 , 2021
ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ ତ୍ବରାନ୍ବିତ ହେବ-କେନ୍ଦ୍ରର ପ୍ରତିଶୃତି ଭୁବନେଶ୍ୱର : ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର(ଟିଟିପିଏସ)କୁ ବନ୍ଦ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ଗତକାଲି କେନ୍ଦ୍ର ବିଦ୍ୟୁତ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ରାଓ ଇନ୍ଦରଜିତ ସିଂହଙ୍କୁ ଚିଠି ଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ। ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ପ୍ରସଙ୍ଗରେ ଶ୍ରୀ ସିଂହଙ୍କୁ ଚିଠି ଲେଖିଛନ୍ତି ଓ […]
ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial