ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲା ବିଜେଡି : କେନ୍ଦ୍ର ସରକାର ଓ ମୋଦୀଙ୍କ ସପକ୍ଷରେ କହିଲେ ପିନାକୀ

ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲା ବିଜେଡି

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଆଲୋଚନା ଚାଲିଥିବା ବେଳେ ବିଜୁ ଜନତା ଦଳ ଏହାକୁ ବିରୋଧ କରିଛି। ଆଲୋଚନାରେ ଭାଗ ନେଇ ବିଜେଡି ପକ୍ଷରୁ ଲୋକସଭାରେ ଦଳର ନେତା ଥିବା ପିନାକୀ ମିଶ୍ର ମତ ରଖିଛନ୍ତି। ସେ କେନ୍ଦ୍ରସରକାରଙ୍କ ସଫଳତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଢ଼େର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଭଲ ବକ୍ତା ଓ ସଂସଦର ସବୁ ଅଧିବେଶନରେ ସେ କହିଥାନ୍ତି। ଯେତେଥର ପ୍ରଧାନମନ୍ତ୍ରୀ ସଂସଦରେ କହିଛନ୍ତି, ସେତେ ଥର କଂଗ୍ରେସକୁ ଅପଦସ୍ଥ କରିଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ପୁରୀର ବିଜେଡି ସାଂସଦ ଶ୍ରୀ ମିଶ୍ର। ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରସ୍ତାବକୁ ସାଂସଦ ଶ୍ରୀ ମିଶ୍ର ବିରୋଧ କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଓଡ଼ିଶାର ଅନେକ ଦାବିକୁ ମାନି ନାହାନ୍ତି ଏକଥା ସତ। କିନ୍ତୁ ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସହଯୋଗ କରିଛି। ଏଣୁ ବିଜେଡି ଏହି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ।
ବିରୋଧୀଙ୍କୁ ଟାର୍ଗେଟ କରି ମିଶ୍ର କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ସପକ୍ଷରେ ବିରୋଧୀଙ୍କ ଯୁକ୍ତି ହେଉଛି, ସଂସଦରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିବା ଓ ବିବୃତି ଦେବାକୁ ବାଧ୍ୟ କରିବା। ନିଜ ନାକ କାଟିବା ପାଇଁ କ’ଣ ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ କହିବାକୁ ବାଧ୍ୟ କରୁଛି ବୋଲି ସେ ପ୍ରଶ୍ନ କରିଥିଲେ। ସେ ବିରୋଧୀ ସଦସ୍ୟଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ବଦଳରେ ସମସ୍ୟାର ଗଠନମୂଳକ ସମାଧାନ ଦିଗରେ ସେମାନେ କାର୍ଯ୍ୟ କରିବା ଉଚିତ୍।

Share Now:

Kalinga News Beuro

Next Post

ପେପରଫ୍ରାଏ ସହ ପ୍ରତିଷ୍ଠାତାଙ୍କର ହୃଦଘାତରେ ପରଲୋକ

Tue Aug 8 , 2023
ମୁମ୍ବାଇ: ଜଣାଶୁଣା ଅନଲାଇନ ଫର୍ଣ୍ଣିଚର କମ୍ପାନୀ ପେପରଫ୍ରାଏର ସହ-ପ୍ରତିଷ୍ଠାତା ଅମ୍ବରିସ ମୁର୍ତ୍ତୀଙ୍କ ଦେହାନ୍ତ ହୋଇଯାଇଛି। ହୃଦ୍‌ଘାତ ହେତୁ ୫୧ ବର୍ଷୀୟ ଅମ୍ବରିସ ମୁର୍ତ୍ତୀଙ୍କର ଗତକାଲି ରାତିରେ ଲେହରେ ମୃତ୍ୟୁ ହୋଇଯାଇଛି। ପେପରଫ୍ରାଏର ଅନ୍ୟତମ ସହ-ପ୍ରତିଷ୍ଠାତା ଆଶିଷ ସିଂ ଏକ ଟୁଇଟ୍ ମାଧ୍ୟମରେ ଦୁଃଖଦ ଖବର ଦେଇଛନ୍ତି। ସେ ଲେଖିଛନ୍ତି ଯେ ହୃଦଘାତ ହେତୁ ସେ ତାଙ୍କ ବନ୍ଧୁ ତଥା ପରାମର୍ଶଦାତା ଅମ୍ବରିସ ମୁର୍ତ୍ତୀଙ୍କୁ ହରାଇଛନ୍ତି। ୧୯୯୬ରେ ଅମ୍ବରିସ ମୁର୍ତ୍ତୀ ବ୍ୟବସାୟ […]
ପେପରଫ୍ରାଏ ସହ ପ୍ରତିଷ୍ଠାତାଙ୍କର ହୃଦଘାତରେ ପରଲୋକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial