ପେପରଫ୍ରାଏ ସହ ପ୍ରତିଷ୍ଠାତାଙ୍କର ହୃଦଘାତରେ ପରଲୋକ

ପେପରଫ୍ରାଏ ସହ ପ୍ରତିଷ୍ଠାତାଙ୍କର ହୃଦଘାତରେ ପରଲୋକ

ମୁମ୍ବାଇ: ଜଣାଶୁଣା ଅନଲାଇନ ଫର୍ଣ୍ଣିଚର କମ୍ପାନୀ ପେପରଫ୍ରାଏର ସହ-ପ୍ରତିଷ୍ଠାତା ଅମ୍ବରିସ ମୁର୍ତ୍ତୀଙ୍କ ଦେହାନ୍ତ ହୋଇଯାଇଛି। ହୃଦ୍‌ଘାତ ହେତୁ ୫୧ ବର୍ଷୀୟ ଅମ୍ବରିସ ମୁର୍ତ୍ତୀଙ୍କର ଗତକାଲି ରାତିରେ ଲେହରେ ମୃତ୍ୟୁ ହୋଇଯାଇଛି। ପେପରଫ୍ରାଏର ଅନ୍ୟତମ ସହ-ପ୍ରତିଷ୍ଠାତା ଆଶିଷ ସିଂ ଏକ ଟୁଇଟ୍ ମାଧ୍ୟମରେ ଦୁଃଖଦ ଖବର ଦେଇଛନ୍ତି। ସେ ଲେଖିଛନ୍ତି ଯେ ହୃଦଘାତ ହେତୁ ସେ ତାଙ୍କ ବନ୍ଧୁ ତଥା ପରାମର୍ଶଦାତା ଅମ୍ବରିସ ମୁର୍ତ୍ତୀଙ୍କୁ ହରାଇଛନ୍ତି। ୧୯୯୬ରେ ଅମ୍ବରିସ ମୁର୍ତ୍ତୀ ବ୍ୟବସାୟ ଜଗତରେ ପ୍ରବେଶ କରିଥିଲେ। ସେତେବେଳେ ସେ କ୍ୟାଡବରୀ ସହିତ ବିକ୍ରୟ ଏବଂ ମାର୍କେଟିଂ ପ୍ରଫେସନାଲ ଭାବରେ କାମ କରିବା ଆରମ୍ଭ କରିଥିଲେ।
ଅମ୍ବରିସ ମୁର୍ତ୍ତୀ ଏହି କମ୍ପାନୀରେ ସାଢେ ପାଞ୍ଚ ବର୍ଷ କାର୍ଯ୍ୟ କରିଥିଲେ। ଏହାପରେ ସେ ଆଇସିଆଇସିଆଇ ଏଏମସିରେ ମାର୍କେଟିଂ ଏବଂ କଷ୍ଟ୍ୟୁମର ସର୍ଭିସ ଉପାଧ୍ୟକ୍ଷ ଭାବରେ ପ୍ରାୟ ଦୁଇ ବର୍ଷ କାର୍ଯ୍ୟ କରିଥିଲେ ଏବଂ ପରେ ଲେଭିସରେ ପାଞ୍ଚ ମାସ ଧରି କାର୍ଯ୍ୟ କରିଥିଲେ। ମୁର୍ତ୍ତୀ ଜୁନ୍ ୨୦୧୧ରେ ଆଶିଷ ଶାହାଙ୍କ ସହ ପେପରଫ୍ରାଏ ଆରମ୍ଭ କରିଥିଲେ। ବିଶେଷ କରି ପେପରଫ୍ରାଏ ମାଧ୍ୟମରେ ଜଣେ ଗ୍ରାହକ ଅନଲାଇନରେ ଫର୍ଣ୍ଣିଚର ସହ ଘରକରଣା ଜିନିଷ ଅର୍ଡର କରିଥାନ୍ତି। ନୂତନ ଡିଜାଇନର ଘରୋଇ ଉପକରଣ ସାଙ୍ଗକୁ ରିହାତିରେ ଫର୍ଣ୍ଣିଚର ବିକ୍ରି କରିବାରେ ଏହି କମ୍ପାନୀର ନାମ ରହିଛି।

Share Now:

Kalinga News Beuro

Next Post

ରାଜଧାନୀରେ ଡେଙ୍ଗୁର ସ୍ଥିତି ଚିନ୍ତାଜନକ ନୁହେଁ, କିନ୍ତୁ ସତର୍କ ରହିବାକୁ ପଡ଼ିବ

Tue Aug 8 , 2023
ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁର ସ୍ଥିତି ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ବିଶେଷ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଏବେ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଟିକେ ଅଧିକ ରହିଛି। ପ୍ରତ୍ୟେକ ଦିନ ଟେଷ୍ଟ କରାଯାଉଛି। ପ୍ରତ୍ୟେକ ଦିନ ପାଖାପାଖି ୨୦୦ ଲୋକଙ୍କ ପରୀକ୍ଷା ହେଉଛି। ସେଥିରୁ ପ୍ରାୟ ୫୦ ଜଣ ପିଜେଟିଭ ବାହାରୁଛନ୍ତି। ଏମାନଙ୍କ ଭିତରୁ ପ୍ରତିଦିନ ୧୫ ଜଣ ଲେଖାଏ ସବୁ ଦିନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ସେ ଆହୁରି […]
ରାଜଧାନୀରେ ଡେଙ୍ଗୁର ସ୍ଥିତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial