ରାଜଧାନୀରେ ଡେଙ୍ଗୁର ସ୍ଥିତି ଚିନ୍ତାଜନକ ନୁହେଁ, କିନ୍ତୁ ସତର୍କ ରହିବାକୁ ପଡ଼ିବ

ରାଜଧାନୀରେ ଡେଙ୍ଗୁର ସ୍ଥିତି

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁର ସ୍ଥିତି ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ବିଶେଷ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଏବେ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଟିକେ ଅଧିକ ରହିଛି। ପ୍ରତ୍ୟେକ ଦିନ ଟେଷ୍ଟ କରାଯାଉଛି। ପ୍ରତ୍ୟେକ ଦିନ ପାଖାପାଖି ୨୦୦ ଲୋକଙ୍କ ପରୀକ୍ଷା ହେଉଛି। ସେଥିରୁ ପ୍ରାୟ ୫୦ ଜଣ ପିଜେଟିଭ ବାହାରୁଛନ୍ତି। ଏମାନଙ୍କ ଭିତରୁ ପ୍ରତିଦିନ ୧୫ ଜଣ ଲେଖାଏ ସବୁ ଦିନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସେ ଆହୁରି କହିଛନ୍ତି, ସ୍ଥିତି ଯଦିଓ ଉଦବେଗଜନକ ନୁହେଁ, ତଥାପି ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ। ମଶା କାମୁଡ଼ିବା ସ୍ଥାନରେ ଯଦି ରହୁଛନ୍ତି, ଜର ଦୁଇ ତିନି ଦିନ ହେଲା କମୁନି, ବାନ୍ତି ଲାଗୁଛି, ଦେହ ଘୋଳାବିନ୍ଧା ହେଉଛି ତାହାଲେ ତୁରନ୍ତ ହସ୍ପିଟାଲ ଯାଇ ଟେଷ୍ଟ କରନ୍ତୁ। ଅଧିକ ଗୁରୁତର ହେବା ଯାଏ ଅପେକ୍ଷା କରନ୍ତୁ ନାହିଁ।

Share Now:

Kalinga News Beuro

Next Post

କେବେ ସୁଧୁରିବ ପଟିଆ-ଶ୍ରୀବିହାର-ଶବରସାହି-ଡମଣା ଗାଁ ରାସ୍ତା?

Tue Aug 8 , 2023
ସବୁଆଡ଼େ ଖୋଳିଦେଇଛି ଏଲ୍‌ ଆଣ୍ଡ୍‌ ଟି, ବର୍ଷାରେ ହୀନସ୍ତା ଲୋକେ ଚନ୍ଦ୍ରଶେଖରପୁର: ପଟିଆ-ଶ୍ରୀବିହାର-ଶବରସାହି-ଡମଣା ଏହି ୪ଟି ରାଜସ୍ୱ ଅଞ୍ଚଳକୁ ଯୋଡ଼ୁଥିବା ରାସ୍ତା ଏବେ ମରଣଯନ୍ତା। ସହରର ମୁଖ୍ୟ ରାସ୍ତାଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଏହି ରାସ୍ତାର କେଉଁଠି ଆଣ୍ଠୁଏ ଖାଲ, ତ ଆଉ କେଉଁଠି ବର୍ଷା ବେଳେ ରାସ୍ତା ଓ ଗାତ ଏକାକାର। କେଉଁ ଆଡ଼େ ଗଲେ କେଉଁଠି ପହଞ୍ଚିବେ ତାହାର ଟେର୍‌ ପାଉନାହାନ୍ତି ପଥଚାରୀ। ଦିନେ […]
ଗାଁ ବୋଲି କ’ଣ ଏତେ ହୀନସ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial