ରାଉରକେଲାରେ ସୁଧୁରିନି ସ୍ଥିତି : ଡାଇରିଆରେ ପୁଣି ଜଣଙ୍କର ମୃତ୍ୟୁ, ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା

ରାଉରକେଲା: ରାଉରକେଲାରେ ଏବେ ବି ସ୍ଥିତିରେ ବିଶେଷ ପରିବର୍ତ୍ତନ ଘଟିନି। ଇସ୍ପାତ ସହରରେ ଏବେବି ଜାରି ରହିଛି ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବନ୍ଧମୁଣ୍ଡା ତିଲକନଗରର ଅଞ୍ଜଳି ଶୁଣ୍ଢି (୮)। ଏବେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚଛି। ଏଣେ ଆରଜିଏଚରେ ଡାଇରିଆରେ ଭର୍ତ୍ତି ହେଲେଣି ୩୯୭ ରୋଗୀ। ଆଜି ୨୩ ଶିଶୁଙ୍କ ସମେତ ୧୪୯ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆରଜିଏଚରୁ ବୁର୍ଲା ଭିମସାରକୁ ୫, ଜେପି ହସ୍ପିଟାଲକୁ ୪, ହାଇଟେକ ହସ୍ପିଟାଲକୁ ୨ ଓ ଆଇ ଜିଏଚ କୁ ଜଣେ ଡାଇରିଆ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ରଘୁନାଥ ପାଲି ବିଧାୟକ ସୁବ୍ରତ ତରାଇ ଆରଜିଏଚ ନିର୍ଦ୍ଦେଶକ ଡାକ୍ତର ଡି ବି ଦାସଙ୍କ ସହ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଆରଜିଏଚ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ, ଉପ ଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁ ଓ ଅନ୍ୟ ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେl ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Share Now:

Kalinga News Beuro

Next Post

ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ : ଧାରଣାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ

Tue Dec 19 , 2023
ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତା ଉପରେ ଧାରଣାରେ ବସିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ଶହ ଶହ କର୍ମୀ। ଗଙ୍ଗୁଆ ନାଳରୁ କପିଳେଶ୍ଵର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବିରେ କଂଗ୍ରେସ ନେତା ଓ କର୍ମୀଙ୍କ ସାମନ୍ତରାୟ ଛକରେ ରାସ୍ତାରୋକ କରିଥିଲେ।୨୦୧୪ ଜୁନରୁ ଏହି ରାସ୍ତା ପାଇଁ ଶୁଭ ଦିଆସାରିଥିବା ବେଳେ କାହିଁକି କାମ ଆରମ୍ଭ ହୋଇନି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ସେପଟେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial