ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ : ଧାରଣାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତା ଉପରେ ଧାରଣାରେ ବସିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ଶହ ଶହ କର୍ମୀ। ଗଙ୍ଗୁଆ ନାଳରୁ କପିଳେଶ୍ଵର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବିରେ କଂଗ୍ରେସ ନେତା ଓ କର୍ମୀଙ୍କ ସାମନ୍ତରାୟ ଛକରେ ରାସ୍ତାରୋକ କରିଥିଲେ।
୨୦୧୪ ଜୁନରୁ ଏହି ରାସ୍ତା ପାଇଁ ଶୁଭ ଦିଆସାରିଥିବା ବେଳେ କାହିଁକି କାମ ଆରମ୍ଭ ହୋଇନି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ସେପଟେ ରାସ୍ତା ବନ୍ଦ ପ୍ରଭାବରେ ୪ କିମି ଯାଏ ରାସ୍ତା ଜାମ୍ ରହିଛି। ଏହାଫଳରେ ରାସ୍ତାରେ ହଜାର ହଜାର ଗାଡ଼ି ଅଟକିଥିଲା।

Share Now:

Kalinga News Beuro

Next Post

ଆଜି ସଂସଦରୁ ଆଉ ୪୯ ଜଣଙ୍କୁ ମିଶାଇ ନିଲମ୍ବିତଙ୍କ ସଂଖ୍ୟା ୧୪୧ ଛୁଇଁଲା

Tue Dec 19 , 2023
ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭଙ୍ଗ ଏବଂ ଏହି ମାମଲାରେ ଗୃହ ମନ୍ତ୍ରୀଙ୍କ ବିବୃତି ଦାବିରେ ଉଭୟ ‌ଲୋକସଭା ଏବଂ ରାଜ୍ୟସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଛି। କିନ୍ତୁ ଏହି ଦାବି ମାନିବାକୁ ସରକାର ନାରାଜ। ଅନ୍ୟପକ୍ଷରେ ହଟ୍ଟଗୋଳ କରୁଥିବା ସାଂସଦଙ୍କୁ ନିଲମ୍ବନ କରାଯାଉଛି। ମଙ୍ଗଳବାର ଦିନ ଲୋକସଭାରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ଦଳର ଶକ୍ତି ଆହୁରି ହ୍ରାସ ପାଇଛି। କାରଣ ପୁଣି ୪୯ ସାଂସଦଙ୍କୁ ଅସାମ୍ବିଧାନିକ ଆଚରଣ ଏବଂ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial